ଅଫିସରଙ୍କ ଉପରେ ଦଶହରା ବଟି ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଅଫିସରଙ୍କ ଉପରେ ଦଶହରା ବଟି ଚାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଫିସରଙ୍କ ଉପରେ ଏବେ ଦଶହରା ବଟିର ଚାପ ବଢ଼ିବାରେ ଲାଗିଥିବା ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, କେବଳ ନାଁକୁ ମନ୍ତ୍ରୀ ହୋଇଥିବା ଡଜନେରୁ ଅଧିକ ବିଜେଡି ନେତା ଏବେ କୁଆଡ଼େ ଦଶହରା ଚାନ୍ଦା ପାଇଁ ନିଜ ନିଜ ବିଭାଗର ଅଫିସରମାନଙ୍କ ଉପରେ ପ୍ରବଳ ଚାପ ପକାଉଛନ୍ତି। କିନ୍ତୁ ବିଭାଗର ସଚିବମାନଙ୍କୁ ଅଣଦେଖା କରି ଏହି ଚାନ୍ଦା ଦେବା ସମ୍ଭବପର ନୁହେଁ ବୋଲି ଜିଲ୍ଲାସ୍ତର ଓ ନିର୍ଦ୍ଦେଶକ ପାହ୍ୟାର କେତେକ ଅଫିସର କୁଆଡ଼େ ରୋକଠୋକ୍ ମନା କରିଦେଇଥିବାରୁ କିଛି ମନ୍ତ୍ରୀ କୁଆଡ଼େ ପ୍ରତିକ୍ରିୟାଶୀଳ ହୋଇଥିବା ଚର୍ଚ୍ଚା।

ଶୁଣିବା କଥା ହେଲା, ମୁଖ୍ୟମନ୍ତ୍ରୀ ନିଜେ ‘ପିସି’ ଉପରେ ଜିରୋ ଟଲରାନ୍ସ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ତାଙ୍କ କାର୍ଯ୍ୟାଳୟର ଜଣେ ଅଫିସର କୁଆଡ଼େ ଅଲିଖିତ ଭାବେ କେତେକ ସଚିବଙ୍କୁ ‘ଦଶହରା ଚାନ୍ଦା’ ସଂଗ୍ରହ ନିମନ୍ତେ ଏଭଳି ଟାର୍ଗେଟ୍ ଦେଇଛନ୍ତି।

ଗୋଟିଏପଟେ ସଚିବମାନେ ଏଭଳି ଚାନ୍ଦା ଦେବା ପାଇଁ ଅଫିସର ଓ ଇଞ୍ଜିନିୟରମାନଙ୍କ ଉପରେ ଚାପ ପକାଉଥିବାବେଳେ କେତେକ ମନ୍ତ୍ରୀ କୁଆଡ଼େ ସିଧାସଳଖ ଏହି ଅଫିସର ଓ ଇଞ୍ଜିନିୟରଙ୍କୁ ମୋଟା ଅଙ୍କର ଦଶହରା ଚାନ୍ଦା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁଆଡ଼େ ବିଭିନ୍ନ ଦଳୀୟ କାର୍ଯ୍ୟ ନିମନ୍ତେ ଏବେ ପାଣ୍ଠି ସଂଗ୍ରହ ନିମନ୍ତେ ସିଧାସଳଖ ସଚିବମାନଙ୍କୁ ଟାର୍ଗେଟ୍ ଦେଉଛନ୍ତି। ଯେଉଁ ସଚିବ କଳାକୁ ଧଳା କରି ଏହି ଟାର୍ଗେଟ୍ ପୂରଣ କରୁଛନ୍ତି ସେମାନେ ଗୁଡବୁକରେ ରହୁଛନ୍ତି। ସଚିବମାନେ ଦେଉଥିବା ଚାନ୍ଦାରେ କିଛି କାମ ହେଉଥିବାବେଳେ ମୋଟା ଅଙ୍କର ଅର୍ଥ କୁଆଡ଼େ ଶିଳ୍ପ ସଂସ୍ଥା, ଇଞ୍ଜିନିୟରିଂ ସଂସ୍ଥା ଓ ଖଣି ବ୍ୟବସାୟୀଙ୍କଠୁ ଆଦାୟ ହେଉଛି। ତାହା ପୁଣି କର୍ପୋରେଟ ଶୈଳୀରେ। ଯାହାକୁ ତୃତୀୟ ମହଲାର ବାବୁ କୁଆଡ଼େ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରୁଛନ୍ତି।

କିନ୍ତୁ ନବୀନ ପଟ୍ଟନାୟକ ସରକାରରେ ଥୋପା ଯାଇଥିବା ଏହି ମନ୍ତ୍ରୀମାନଙ୍କ ଦୟନୀୟ ସ୍ଥିତିକୁ ପରଖି କୁଆଡ଼େ ଅଫିସରମାନେ ସେମାନଙ୍କୁ ଗୁରୁତ୍ଵ ନ ଦେଇ ଏବେ କେବଳ ସଚିବ ମାଗିଥିବା ଚାନ୍ଦା ଦେବାକୁ ରାଜି ହୋଇଛନ୍ତି। ଖାଲି ରାଜି ହୋଇନାହାନ୍ତି, ସଚିବମାନଙ୍କୁ ତଥା ଥାର୍ଡଫ୍ଲୋରକୁ ମାଲେମାଲ୍ କରିବାକୁ ପୂରା ଦମରେ ଭିଡ଼ି ଯାଇଛନ୍ତି।

ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁଆଡ଼େ ବିଭିନ୍ନ ଦଳୀୟ କାର୍ଯ୍ୟ ନିମନ୍ତେ ଏବେ ପାଣ୍ଠି ସଂଗ୍ରହ ନିମନ୍ତେ ସିଧାସଳଖ ସଚିବମାନଙ୍କୁ ଟାର୍ଗେଟ୍ ଦେଉଛନ୍ତି। ଯେଉଁ ସଚିବ କଳାକୁ ଧଳା କରି ଏହି ଟାର୍ଗେଟ୍ ପୂରଣ କରୁଛନ୍ତି ସେମାନେ ଗୁଡବୁକରେ ରହୁଛନ୍ତି। ସଚିବମାନେ ଦେଉଥିବା ଚାନ୍ଦାରେ କିଛି କାମ ହେଉଥିବାବେଳେ ମୋଟା ଅଙ୍କର ଅର୍ଥ କୁଆଡ଼େ ଶିଳ୍ପ ସଂସ୍ଥା, ଇଞ୍ଜିନିୟରିଂ ସଂସ୍ଥା ଓ ଖଣି ବ୍ୟବସାୟୀଙ୍କଠୁ ଆଦାୟ ହେଉଛି। ତାହା ପୁଣି କର୍ପୋରେଟ ଶୈଳୀରେ। ଯାହାକୁ ତୃତୀୟ ମହଲାର ବାବୁ କୁଆଡ଼େ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରୁଛନ୍ତି।

ଏସବୁ କଥା ଆମେ କହୁନୁ। ବରଂ ଯେଉଁ ମନ୍ତ୍ରୀମାନେ ଏବେ ଦଶହରା ଚାନ୍ଦା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନେ କୁଆଡ଼େ ନିଜର ଖାସ୍ ଅନୁଗତଙ୍କ ପାଖରେ ତୃତୀୟ ମହଲା ଉପରେ ଥିବା ନିଜର ଆକ୍ରୋଶକୁ ବଖାଣିଛନ୍ତି ବୋଲି ଚର୍ଚ୍ଚା।

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଜଣେ ମନ୍ତ୍ରୀ କୁଆଡ଼େ ତୃତୀୟ ମହଲାର ଏଭଳି ହସ୍ତକ୍ଷେପକୁ ନେଇ ଭାରି ଖପ୍ପା ହୋଇପଡ଼ିଥିବା ଚର୍ଚ୍ଚା ହେଉଛି।

from Odisha Reporter https://ift.tt/2NEqhpr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages