ପର୍ଯ୍ୟଟକଙ୍କ କାର ଭାଙ୍ଗି ଲୁଟ୍, ଶେଷରେ ନବୀନଙ୍କୁ ଫେରାଦ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ପର୍ଯ୍ୟଟକଙ୍କ କାର ଭାଙ୍ଗି ଲୁଟ୍, ଶେଷରେ ନବୀନଙ୍କୁ ଫେରାଦ ହେଲେ

କୋଣାର୍କ/ଭୁବନେଶ୍ବର ( ଓଡ଼ିଶା ରିପୋର୍ଟର): ‘ଅତିଥି ଦେବୋ ଭବଃ’ ର ସ୍ଲୋଗାନ ଦେଉଥିବା ଓଡ଼ିଶାରେ ପର୍ଯ୍ୟଟକମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବିଶ୍ୱ ପ୍ରସିଦ୍ଧ କୋଣାର୍କ ଓ ଚନ୍ଦ୍ରଭାଗା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ପର୍ଯ୍ୟଟକଙ୍କ କାର ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରୁଛନ୍ତି। ଆଉ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ୍ ଆଗେଇ ଆସିବା ପରିବର୍ତ୍ତେ ଓଲଟା ନିଜ ସୁରକ୍ଷା ନିଜେ କାହିଁକି କଲନି ବୋଲି ତାଗିଦ୍ କରିବାକୁ ପଛାଉନାହିଁ।

ଏପରିକି ପର୍ଯ୍ୟଟକମାନଙ୍କ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଦିଆଯାଇଥିବା ଏଫଆଇଆର ରଖିବାକୁ ମଧ୍ୟ କୋଣାର୍କ ପୁଲିସ ରୋକଠୋକ୍ ମନା କରିଦେଇଥିବା ଜଣାପଡ଼ିଛି। ସବୁଆଡ଼ୁ ନିରାଶ ହେବାପରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର କେତେକ ପର୍ଯ୍ୟଟକ ବାଧ୍ୟ ହୋଇ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ନିଜର ୭ଜଣ ବନ୍ଧୁଙ୍କ ସହ ବ୍ରଜରାଜନଗରର ରୋହିତ କୁମାର ସିଂହ କୋଣାର୍କ ଓ ଚନ୍ଦ୍ରଭାଗା ବୁଲି ଯାଇଥିଲେ।୨୩ ତାରିଖ ସକାଳ ୭ଟାରେ ସେମାନେ ଚନ୍ଦ୍ରଭାଗାର ସମୁଦ୍ର କୂଳକୁ ବୁଲି ଯାଇଥିବାବେଳେ ରାସ୍ତା ଉପରେ ଛିଡ଼ା ହୋଇଥିବା ସେମାନଙ୍କର କାରର କାଚ ଭାଙ୍ଗି କେହି ଦୁର୍ବୃତ୍ତ ଲ୍ୟାପଟପ୍, ୩ଟି ମନିପର୍ସ, ନଗଦ ୬ହଜାର ଟଙ୍କା, ପୋଷାକ, ଏଟିଏମ କାର୍ଡ ଓ ବ୍ୟାଗ ଆଦି ନେଇ ପଳାଇଥିଲା।

ଏ ସମ୍ପର୍କରେ ଶ୍ରୀ ସିଂହ ସଙ୍ଗେସଙ୍ଗେ କୋଣାର୍କ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏଫଆଇଆରକୁ ରଖିନଥିଲେ। ଓଲଟା କାର କାହିଁକି ଛାଡ଼ି ଯାଉଥିଲ ବୋଲି ତାଗିଦ୍ କରିଥିଲେ ଓ ସନ୍ଧ୍ୟାରେ ଆସ ଦେଖିବା ବୋଲି କହିଥିଲେ।

ସ୍ଥାନୀୟ ପୁଲିସ ଅଭିଯୋଗ ନରଖିବା ପରେ ଶ୍ରୀ ସିଂହ ଓଡ଼ିଶା ପୁଲିସକୁ ଅନଲାଇନରେ ଅଭିଯୋଗ ଦେବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସର ୱେବସାଇଟରେ କେଉଁଠି ବି ଏଫ୍ଆଇଆର ପଞ୍ଜିକରଣ ପାଇଁ ସୁବିଧା ନଥିଲା। ଯଦିଓ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସୁବିଧା ରହିଛି।

ପୁଲିସର ଏଭଳି ବେପରୁୱା କାର୍ଯ୍ୟରେ କ୍ଷୁବ୍ଧ ହୋଇ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ମାଧ୍ୟମରେ ସଚିତ୍ର ଦସ୍ତାବିଜ ପଠାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ତତଃ ପକ୍ଷେ ଲୋକମାନଙ୍କର ଭରସା ପୁଲିସ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ ସେହି ଦିନ ହସ୍ପିଟାଲ ପରିସରରୁ ୨ଶିଶୁଙ୍କୁ କେହି ଚୋରି କରି ନେଇଛନ୍ତି। ଯାହାକି ପୁଲିସ ବିଭାଗର ପାରିବାପଣିଆ ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। କେବଳ ମନ୍ତ୍ରୀ ଓ ଅନ୍ୟ ରାଜନୀତିକ ବ୍ୟକ୍ତିମାନଙ୍କ ସୁରକ୍ଷା ପାଇଁ କ’ଣ କେବଳ ସରକାର ଚିନ୍ତିତ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି।

 



from Odisha Reporter https://ift.tt/2pwJHhs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages