ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର

diebetis

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧୁମେହ ବା ଡାଇବେଟିସ୍‌ ଏକ ଦୀର୍ଘକାଳୀନ ସ୍ଥିତି ଯାହା ବିଭିନ୍ନ କାରଣରୁ ହୋଇଥାଏ। WHO ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଡାଇବେଟିସ୍‌ ଅନ୍ୟତମ। ଥରେ ଡାଇବେଟିସ୍‌ ଆକ୍ରାନ୍ତ ହେଲେ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତି ମିଳି ନଥାଏ। ଏହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ।

ଆଗରୁ ଆମେ ଆୟୁର୍ବେଦ ଜରିଆରେ ଏହି ରୋଗକୁ କେମିତି ନିୟନ୍ତ୍ରଣ କରାଯାଇଥାଏ, ସେ ବିଷୟରେ କହିଛୁ। ଆଜି ଆମେ ଆଉ କିଛି ଆୟୁର୍ବେଦ ଉପାୟ ବତାଇବାକୁ ଯାଉଛୁ, ଯାହା ଡାଇବେଟିସ୍‌ ପରି ରୋଗର ନିୟନ୍ତ୍ରଣରେ ସହାୟକ ହୋଇଥାଏ।

1ତମ୍ବା ପାତ୍ରରେ ପାଣି ପିଇବା

ରାତିରେ ଶୋଇବା ପୂର୍ବରୁ ତମ୍ବା ପାତ୍ରରେ ଭରି ରଖନ୍ତୁ। ସକାଳୁ ଉଠିବା ପରେ ଏହାକୁ ପିଅନ୍ତୁ। ଡାଇବେଟିସ୍‌ ନିୟନ୍ତ୍ରଣରେ ଏହା ବହୁତ ଲାଭ ଦେବ। ତମ୍ବା ପାତ୍ରରେ ପାଣି ପିଇଲେ କେବଳ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇ ନଥାଏ, ଏହାର ଅନ୍ୟ ବହୁତ ଲାଭ ଅଛି।

ତମ୍ବାପାତ୍ରର ପାଣି ପିଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ତା ଛଡ଼ା ଓଜନ କମାଇବାରେ ଏହା ସହାୟକ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖେ ଓ ଥାଇରଏଡ ଗ୍ରନ୍ଥିର କାମକୁ ନିୟନ୍ତ୍ରଣ କରିଥାଏ।

2ହଳଦୀ

ଡାଇବେଟିସ୍‌ ନିୟନ୍ତ୍ରଣ କରିବାର ଆଉ ଏକ ଉପାୟ ହେଉଛି ହଳଦୀର ପ୍ରୟୋଗ। ପ୍ରତିଦିନ ଖାଇବାରେ ହଳଦୀ ବ୍ୟବହାର କରନ୍ତୁ। ଥାଇଲାଣ୍ଡରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ କିଛି ପରିମାଣରେ ହଳଦୀ ଖାଇଲେ ଡାଇବେଟିସ୍‌ ବିପଦପୂର୍ଣ୍ଣ ସ୍ତରକୁ ଯାଇ ନଥାଏ।

ହଳଦୀ ଖାଇବାର ଅନ୍ୟ ଲାଭ ମଧ୍ୟ ଅଛି। ଏଥିରେ ଆଣ୍ଟିଅକ୍ସିଡାଂଟ ଭରପୂର ମାତ୍ରାରେ ରହିଛି। ହଳଦୀ ଆପଣଙ୍କ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ମଧ୍ୟ ହୋଇଥାଏ। କ୍ୟାନସର୍‌ ପରି ବେମାରୀ ସହ ଲଢ଼ିବାକୁ ମଧ୍ୟ ସହଯୋଗ କରିଥାଏ।

3ତେଜପତ୍ର

ତେଜପତ୍ର ମାଧ୍ୟମରେ ଡାଇବେଟିସ୍‌ର ଆୟୁର୍ବେଦିକ ଉପଚାର କରିପାରିବେ। ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଆପଣ ଅଳ୍ପ ତେଜପତ୍ର ନେଇ ସେଥିରେ ଅଧା ଚାମଚ ହଳଦୀ ମିଶାନ୍ତୁ। ଏହାପରେ ଏକ ଚାମଚ ଏଲୋଭେରା ମିଶାନ୍ତୁ। ଲଞ୍ଚ ଓ ଡିନର୍‌ ପୂର୍ବରୁ ଆପଣ ଏହି ମିଶ୍ରଣକୁ ଦୁଇଥର ଖାଇପାରିବେ। ଏହାଦ୍ୱାରା ରକ୍ତରେ ସୁଗାରର ସ୍ତର ନିୟନ୍ତ୍ରଣରେ ରହିବ।

4ମେଥି

ମଧୁମେହ ରୋଗୀ ହୋଇଥିଲେ, ଘରେ ନିଶ୍ଚିତ ମେଥି ରଖନ୍ତୁ। ସବୁଦିନ ସକାଳେ ମେଥି ଦାନାକୁ ଭିଜାଇ ଖାଇପାରିବେ। ଡାଇବେଟିସ୍‌ ନିୟନ୍ତ୍ରଣ ପାଇଁ ମେଥି ବହୁତ ଲାଭକାରୀ।

ରାତିରେ ଗୋଟିଏ ଗ୍ଲାସ୍‌ ପାଣିରେ ଗୋଟିଏ କି ଦୁଇ ଚାମଚ ମେଥି ଦାନା ଭିଜାଇ ଦିଅନ୍ତୁ। ସକାଳେ ଉଠିବା ପରେ ଉକ୍ତ ପାଣି ପିଇଦିଅନ୍ତୁ ଓ ମେଥିକୁ ଚୋବାଇ ଖାଇଦିଅନ୍ତୁ।

ଏହା ଡାଇବେଟିସ୍‌ ନିୟନ୍ତ୍ରଣ କରିବା ସହ ଆପଣଙ୍କ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ସକ୍ରିୟ ରଖିଥାଏ। ହୃଦରୋଗୀଙ୍କ ପାଇଁ ମଧ୍ୟ ଏହା ବହୁ ଉପକାରୀ ହୋଇଥାଏ। ଏହାବାଦ ଓଜନ କମାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।

5ଅଦା ଚାହା

ଅଦା ଚାହା ପଚନ ତନ୍ତ୍ରକୁ ଉତ୍ତେଜିତ କରିଥାଏ। ଯାହା ଶରୀରରେ ଥିବା ଅତିରିକ୍ତ କଫ କମ କରିବାରେ ସହାୟକ ହୋଇଥାଏ। ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଏହାବାଦ ଅଦା ଚାହା ବାନ୍ତି ଓ ମୁଣ୍ଡବିନ୍ଧା ଦୂର କରିଥାଏ। ଏହା ଆସ୍ଥମା ଓ ରକ୍ତ ସରବରାହରେ ସୁଧାର ଆଣିଥାଏ।

ଯଦି ଆପଣ ଡାଇବେଟିସ୍‌ ରୋଗୀ ତେବେ, ଏସବୁ ଆୟୁର୍ବେଦ ଉପଚାର ସହ ମିଠା, କାର୍ବୋହାଇଡ୍ରେଟ ଓ ଡାଏରୀ ଉତ୍ପାଦକୁ କମ ଖାଇବା ଉଚିତ୍‌। ପରିବା ଅଧିକ ଖାଇବା ସହ ନିୟମିତ ବ୍ୟାୟାମ କରିଲେ ଡାଇବେଟିସ୍‌ ବହୁ ପରିମାଣରେ ନିୟନ୍ତ୍ରଣରେ ରହିଥାଏ।



from Odisha Reporter https://ift.tt/2OE00Uu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages