ରବିବାର ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ କେମିତି କରିବେ ‘ଅନନ୍ତ ନାରାୟଣ’ଙ୍କ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ରବିବାର ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ କେମିତି କରିବେ ‘ଅନନ୍ତ ନାରାୟଣ’ଙ୍କ ପୂଜା

ananta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀକୁ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଆସନ୍ତାକାଲି ଏହି ବ୍ରତ ପାଳନ କରାଯିବ।

ଅନନ୍ତ ଦେବ ଭଗବାନ ବିଷ୍ଣୁଙ୍କର ଏକ ନାମ। ଏହି କାରଣରୁ ଘରେ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସତ୍ୟନାରାୟଣ ବ୍ରତ ଓ କଥା ଆୟୋଜନ କରାଯାଇଥାଏ। ଏଥିରେ ସତ୍ୟନାରାୟଣ କଥା ସହ ଅନନ୍ତ ଦେବଙ୍କ କଥା ମଧ୍ୟ ଶୁଣିବାକୁ ମିଳିଥାଏ।

ଆସନ୍ତୁ ଜାଣିବା, ଅନନ୍ତ ଚତୁର୍ଦ୍ଦଶୀରେ କେମିତି ପୂଜା କରିବେ ?

୧. ସକାଳୁ ଉଠି ସ୍ନାନ କରିବା ପରେ କଳସ ସ୍ଥାପନ କରନ୍ତୁ।

୨. କଳସରେ ଅଷ୍ଟଦଳ ପଦ୍ମ ଅଙ୍କିତ ଥାଳିରେ କୁଶରେ ନିର୍ମିତ ଅନନ୍ତଙ୍କ ସ୍ଥାପନା କରନ୍ତୁ।

୩. ଏହା ଆଗରେ କୁଙ୍କୁମ, କେଶର କିମ୍ବା ହଳଦୀ ରଙ୍ଗରେ ରଙ୍ଗା ଯାଇଥିବା ଡୋରିରେ ୧୪ଟି ଗଣ୍ଠି ପକାଇ ‘ଅନନ୍ତ’ ପ୍ରସ୍ତୁତ କରି ରଖନ୍ତୁ।

୪. କୁଶରେ ଅନନ୍ତଙ୍କ ବନ୍ଦନା କରି ଏଥିରେ ଭଗବାନ ବିଷ୍ଣୁଙ୍କ ଆବାହନ ତଥା ଧ୍ୟାନ କରି ଗନ୍ଧ, ଅକ୍ଷତ, ଫୁଲ, ଧୂପ, ଦୀପ, ନୈବେଦ୍ୟ ଆଦିରେ ପୂଜା କରନ୍ତୁ।

୫. ଏହାପରେ ଅନନ୍ତ ଦେବଙ୍କ ଧ୍ୟାନ କରି ଡୋରିରେ ଗଣ୍ଠି ପକାଯାଇ ପ୍ରସ୍ତୁତ କରାଯାଇଥିବା ଶୁଦ୍ଧ ଅନନ୍ତକୁ ନିଜ ଡାହାଣ ବାହୁରେ ବାନ୍ଧନ୍ତୁ।

୬. ଏହି ଡୋରି ଭଗବାନ ବିଷ୍ଣୁଙ୍କ ପ୍ରସନ୍ନ କରିଥାଏ ଓ ଅନନ୍ତ ଫଳ ଦେଇଥାଏ । ଏହି ବ୍ରତ ପାଳନ କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

୭. ଏହିଦିନ ନୂଆ ଅନନ୍ତ ଡୋର ପିନ୍ଧିବା ପରେ ପୁରୁଣା ଡୋରକୁ ବାହାର କରି ଦିଅନ୍ତୁ।

୮. ଏହାସହ ନିଜ କ୍ଷମତା ଅନୁସାରେ ବ୍ରାହ୍ମଣଙ୍କୁ ଦାନ କରି ବ୍ରତ ପାଳନ କରନ୍ତୁ।



from Odisha Reporter https://ift.tt/2psFpra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages