ଆସୁଛି ଝଡ଼ବାତ୍ୟା! ଆସନ୍ତାକାଲି ଖୋର୍ଦ୍ଧାର ସରକାରୀ ଛୁଟି ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଆସୁଛି ଝଡ଼ବାତ୍ୟା! ଆସନ୍ତାକାଲି ଖୋର୍ଦ୍ଧାର ସରକାରୀ ଛୁଟି ବାତିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଝଡ଼ବାତ୍ୟାର ରୂପ ନେଉଛି। ଆସନ୍ନ ଝଡ଼ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ଜାରି କରାଯାଇଛି।

ତେବେ ଆସନ୍ତାକାଲି ମହମ୍ମଦ ଜୟନ୍ତୀ ଉପଲକ୍ଷେ ଥିବା ସରକାରୀ ଛୁଟି ଖୋର୍ଦ୍ଧା ଜିଲ୍ଲା ପାଇଁ ବାତିଲ କରାଯାଇଛି। ପ୍ରବଳ ବର୍ଷା ଥିବା ସମ୍ଭାବନା ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର  ଏହି ନିଷ୍ପତି ନେଇଛନ୍ତି। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଜି ମଧ୍ୟରାତ୍ରରେ ଆସନ୍ନ ଝଡ଼ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ଆସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ସୂଚନା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ। ଆଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ସହ ପବନ ବେଗ ବଢ଼ିବ। ୬୦ରୁ ୮୦ କିମି ମଧ୍ୟରେ ପବନ ବହିବ। ଏଥିରେ  ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ପ୍ରଭାବିତ ହେବ।  ତଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ଏଥିପାଇଁ ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବିଦ୍ୟୁତ୍‌, ଜଳ ଯୋଗାଣ ଆଦି ବିଭାଗକୁ ଆଲର୍ଟ କରାଯାଇଛି। ତେବେ ଏହା ବଡ଼ ଧରଣର ବାତ୍ୟା ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ି କହିଛନ୍ତି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଜାରି କରାଯାଇଛି।



from Odisha Reporter https://ift.tt/2NrGFJO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages