କାଲି କ୍ଷେପଣାସ୍ତ୍ର ‘ପ୍ରହାର’ର ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

କାଲି କ୍ଷେପଣାସ୍ତ୍ର ‘ପ୍ରହାର’ର ପରୀକ୍ଷଣ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ ‘ପ୍ରହାର’ର ପରୀକ୍ଷଣ କରାଯିବ। ITRର ୩ ନଂ ଲଞ୍ଚ ପ୍ୟାଡରୁ ଏହାର ପରୀକ୍ଷଣ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୬ ଟାରୁ ୫ଟି ଗାଁର ୪ ହଜାର ୯୯୪ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।

ସଂପୂର୍ଣ୍ଣ ଭାରତୀୟ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିଜାଇଲ DRDO ଦ୍ୱାରା ନିର୍ମିତ। ଏହାର ଉଭୟ ଆଣବିକ ଓ ପାରମାଣିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲମ୍ୱ ୭.୩ ମିଟର ଓ ମୋଟେଇ ୦.୪୨ ମିଟର ରହିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୧୫୦ କିଲୋମିଟର ରହିଛି।

ଭୂପୃଷ୍ଠରୁ ଆକାଶକୁ ଉଠିବା ପରେ ‘ପ୍ରହାର’ ୩୫ କିଲୋମିଟର ଉଚ୍ଚତାରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ରକେଟକୁ ଧ୍ୱଂସ କରିବାରେ ସଫଳ ହୋଇ ପାରିବ। ଶେଷ ଥର ପାଇଁ ଗତ ୨୦୧୧ ଜୁଲାଇ ୨୧ ତାରିଖରେ ଏହାକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା।



from Odisha Reporter https://ift.tt/2xqStBK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages