ସୁପର୍ ଫୋର୍‌ରେ କିଏ ଜିତିବ? ଭାରତ ନା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ସୁପର୍ ଫୋର୍‌ରେ କିଏ ଜିତିବ? ଭାରତ ନା ପାକିସ୍ତାନ

kkk

ଦୁବାଇ: ଏସିଆ କପ୍‌ର ସୁପର୍-୪ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଇଦାନକୁ ଓହ୍ଲାଇବେ।

ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ଏକତରଫା ଭାବେ ଭାରତ ପରାସ୍ତ କରିଥିଲା। ଆଜି ପାକିସ୍ତାନ ନିଶ୍ଚିତ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ।

ଅନ୍ୟପକ୍ଷରେ ଏସିଆ କପ୍‌ରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ନିଜର ବିଜୟଧାରାକୁ ଅତୁଟ ରଖିବାକୁ ଚାହିଁବ। ଏହି ମ୍ୟାଚ୍‌କୁ ଜିତି ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଫାଇନାଲ୍‌ ଟିକେଟ୍‌ ହାସଲ କରିବାକୁ ଜୋରଦାର ଉଦ୍ୟମ କରିବ।

ତେଣୁ ଆଜିର ମ୍ୟାଚ୍‌ ଲିଗ୍‌ ମ୍ୟାଚଠାରୁ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଟିମ୍‌ କେବଳ ହଂକଂ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଛାଡ଼ି ଦେଲେ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ହଂକଂ ବିପକ୍ଷରେ ପ୍ରଭାବହୀନ ବୋଲିଂ କରିଥିବା ଭାରତୀୟ ବୋଲର୍‌ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ଆଜି ବି ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ରହିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ପାକିସ୍ତାନ ତୁଳନାରେ ଭାରତ ପଲା ଭାରୀ ରହିଛି। ଉଭୟ ୧୩ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୭ ଥର ଜିତିଛି। ସେହିପରି ପାକିସ୍ତାନ ୫ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନଥିଲା।



from Odisha Reporter https://ift.tt/2xJgT99

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages