ଏହି ଗଛର ପତ୍ରରେ ରହିଛି ‘ଡେଙ୍ଗୁ’ ଜ୍ୱରର ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଏହି ଗଛର ପତ୍ରରେ ରହିଛି ‘ଡେଙ୍ଗୁ’ ଜ୍ୱରର ଉପଚାର

puspa11

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀର ପାଇଁ ଗଙ୍ଗଶିଉଳି ଫୁଲ ଓ ଏହାର ପତ୍ର ଖୁବ୍ ଉପାଦେୟ । ଗଙ୍ଗଶିଉଳି ଗଛର ଚେର ଦ୍ୱାରା ମଧ୍ୟ ବହୁ ରୋଗର ଚିକିତ୍ସା କରାଯାଇଥାଏ।

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ପାଇଁ ଗଙ୍ଗଶିଉଳି ଗଛର ପତ୍ର ମହୌଷଧୀ ଭଳି କାମ କରେ। ଏଥିପାଇଁ ୫ରୁ ୬ଟି ଗଙ୍ଗଶିଉଳି ପତ୍ରକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ପରେ ସେଥିରେ ଏକ ଛୋଟ ଖଣ୍ଡ ଅଦାକୁ କାଟି ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ଚିନି ମିଶାଇ ଏକ ମିଶ୍ରଣ କରନ୍ତୁ। ଏହି ମିଶ୍ରଣକୁ କିଛି ସମୟ ଚୂଲାରେ ଫୁଟାଇ ଦିଅନ୍ତୁ। ଏହି ମିଶ୍ରଣରୁ ପ୍ରତି ଅଧ ଘଣ୍ଟାରେ ଥରେ ଏକ ଚାମଚ ଲେଖାଏ ରୋଗୀଙ୍କୁ ୧୨ ଘଣ୍ଟା ଯାଏ ସେବନ କରିବାକୁ ଦିଅନ୍ତୁ। ଦେଖିବେ, ଡେଙ୍ଗୁ ଜ୍ୱରରୁ ଅବଶ୍ୟ ଆରୋଗ୍ୟ ମିଳିବ।

ଶରୀରରେ ପ୍ଲେଟ୍‌ଲେଟ୍‌ସ୍‌ କାଉଣ୍ଟ୍‌ ବୃଦ୍ଧିରେ ଗଙ୍ଗଶିଉଳି ପତ୍ର ମଧ୍ୟ ଚମତ୍କାର କାମ କରିଥାଏ। ଗଙ୍ଗଶିଉଳି ପତ୍ରର ଆବଶ୍ୟକ ଉପଚାରରେ ମ୍ୟାଲେରିଆରୁ ମଧ୍ୟ ଉପଶମ ମିଳିଥାଏ।
puspa55ଆସନ୍ତୁ ଜାଣିବା, ଗଙ୍ଗଶିଉଳି ଫୁଲ ଓ ପତ୍ରରୁ ଅନ୍ୟ କେଉଁ ରୋଗରୁ ଉପଶମ ଦେଇଥାଏ।

ହାତ ଗୋଡ଼ ଫୁଲା ସମସ୍ୟା ଦୂର କରେ:
ଅନେକ ସମୟରେ ଆପଣଙ୍କର ହାତ ଏବଂ ପାଦ ଫୁଲିବା ପରି ସମସ୍ୟା ଦେଖାଦିଏ। ଗଙ୍ଗଶିଉଳି ଫୁଲ ଏହାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହି ଫୁଲରେ ଆଣ୍ଟିଇମ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଏଥିପାଇଁ ଆପଣଙ୍କୁ ସପ୍ତାହରେ ଦୁଇଥର ଗଙ୍ଗଶିଉଳି ଫୁଲର ରସ ପିଇବାକୁ ପଡ଼ିବ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ସଂକ୍ରମଣ ଦୂର ହୋଇଥାଏ।

ଆଣ୍ଠୁ ଗଣ୍ଠି ରୋଗ ପାଇଁ ଉପକାରୀ:
ଆଣ୍ଠୁ ଗଣ୍ଠି ରୋଗ ଏକ ଗମ୍ଭୀର ସମସ୍ୟା। ଏହା ଦ୍ୱାରା ଆଣ୍ଠୁ ଓ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଆପଣ ଗଙ୍ଗଶିଉଳି ପତ୍ରର ପ୍ରୟୋଗ କରିପାରିବେ। ଏହାର ପାଞ୍ଚଟି ପତ୍ରକୁ ବାଟି ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌କୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ଅଳ୍ପ ଆଞ୍ଚରେ ବସାନ୍ତୁ। ଯେବେ ପାଣି ଫୁଟି ଅଧା ହୋଇଯିବ, ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହି ରସକୁ ସକାଳେ ଖାଲି ପେଟରେ ପିଅନ୍ତୁ। ଏହାଦ୍ୱାରା ଆଣ୍ଠୁ ଗଣ୍ଠି ରୋଗରୁ ଶୀଘ୍ର ଉପଶମ ମିଳିଥାଏ।

77puspaମଳକଣ୍ଟକର ଅବ୍ୟର୍ଥ ଉପଚାର:
ମଳକଣ୍ଟକ ବା ପାଇଲ୍‌ସ୍‌ ପାଇଁ ଗଙ୍ଗଶିଉଳି ମଞ୍ଜି ଅବ୍ୟର୍ଥ ଉପଚାର ଭାବେ କାମ କରିଥାଏ।  ଏଥିପାଇଁ ଏହାର ମଞ୍ଜିକୁ ବ୍ୟବାହର କରାଯାଇଥାଏ।  ପ୍ରଥମେ ଗଙ୍ଗଶିଉଳି ମଞ୍ଜିରୁ ୧୦ ଗ୍ରାମ୍‌, ଗୋଲମରିଚ ୩ଗ୍ରାମ୍‌କୁ ମିଶାଇ ଏକ ପେଷ୍ଟ୍‌ କରନ୍ତୁ। ଏହି ପେଷ୍ଟ୍‌କୁ ବଟିକା ଆକାରର ଛୋଟ ଗୋଲି ତିଆରି କରନ୍ତୁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଗୋଲିରୁ ଗୋଟିଏ ଲେଖାଏ ଉଷୁମ ପାଣି ସହିତ ଖାଆନ୍ତୁ। ଏହା ଦ୍ୱାରା ପାଇଲ୍‌ସ୍‌ରୁ ଆରୋଗ୍ୟ ମିଳିଥାଏ।

ଘରେ ପ୍ରସ୍ତୁତ କରନ୍ତୁ ଗଙ୍ଗଶିଉଳି ଚା’:puspa10ଗଙ୍ଗଶିଉଳି ଚା’ ବନାଇବା ପାଇଁ ଏହାର ଦୁଇଟି ପତ୍ର, ଗୋଟିଏ ଫୁଲ ଏବଂ କିଛି ତୁଳସୀ ପତ୍ରକୁ ଗୋଟିଏ ଗ୍ଲାସ୍‌ ପାଣିରେ ଫୁଟାନ୍ତୁ। ଏହା ଭଲଭାବରେ ଫୁଟିଗଲା ପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ। ଯଦି ଆପଣଙ୍କର କାଶ ହେଉଛି, ତେବେ ଏଥିରେ ମହୁ କିମ୍ୱା ମିଶ୍ରି ମିଶାଇ ପିଅନ୍ତୁ।

କାଶ, କଫ ଓ ଜ୍ୱର ପାଇଁ ଏହା ଏକ ପ୍ରାକୃତିକ ଉପଚାର ଭାବେ କାମ କରିଥାଏ।



from Odisha Reporter https://ift.tt/2PYKWkr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages