
ପୁନେ: ସାରା ଦେଶରେ ଗଣେଶ ପୂଜା ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ମୂର୍ତ୍ତି ଓ ସାଜସଜା ହୋଇଛି।
ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତିଟି ଗୁପ୍ଚୁପ୍ରେ ତିଆରି ହୋଇଛି।
ଏଥିରେ ୧୦ ହଜାର ଗୁପ୍ଚୁପ୍ ବ୍ୟବହାର କରାଯାଇଛି। ଏହା ବ୍ୟତିତ ବାଉଁଶ କାଠି ବ୍ୟବହାର କରାଯାଇଛି।
ଏହି ଆଇଡିଆଟି ‘ଗଣେଶ ଭେଲ୍’ର ମାଲିକ ରମେଶ ଗୁଡ୍ମେୱାରଙ୍କ ମୁଣ୍ଡକୁ ଜୁଟିଥିଲା।
ତାଙ୍କ ପରିକଳ୍ପନା ଅନୁଯାୟୀ ପ୍ରଶାନ୍ତ ସାଲୁଙ୍ଖେ ଏହି ମୂର୍ତ୍ତି ନିର୍ମାଣ କରିଥିଲେ।
ସେ କହିଛନ୍ତି,“ଏଥିପାଇଁ ୧୦୦ ଘଣ୍ଟା ଲାଗିଥିଲା। ଗୁପ୍ଚୁପ୍ ଗୁଡ଼ିକ ଯେମିତି ଅଧିକ ଦିନ ରହିବ ସେଥିପାଇଁ ସେଗୁଡ଼ିକୁ କଡ଼ା କରି ଛଣା ହୋଇଥିଲା। ଏହି ମୂର୍ତ୍ତି ନିର୍ମାଣରେ ପରିବେଶକୁ କ୍ଷତି ପହଞ୍ଚିଲା ପରି କୌଣସି ଜିନିଷ ବ୍ୟବହାର ହୋଇନାହିଁ।”
from Odisha Reporter https://ift.tt/2CXJMnT
No comments:
Post a Comment