ଗୋରା ହେବା ପାଇଁ ମୁହଁରେ ଲଗାନ୍ତୁ ଟୁଥ୍‌ପେଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଗୋରା ହେବା ପାଇଁ ମୁହଁରେ ଲଗାନ୍ତୁ ଟୁଥ୍‌ପେଷ୍ଟ୍‌

tooth4

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୁଥ୍‌ପେଷ୍ଟ୍‌କୁ କେବଳ ଦାନ୍ତ ସଫା ନୁହେଁ, ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଏହା ଆପଣଙ୍କୁ ସୁନ୍ଦର ଏବଂ ଗୋରା ଦେଖାଯିବାରେ ମଧ୍ୟ ସହାୟକ ହୋଇଥାଏ। ବ୍ରଣଜନିତ ଦାଗ ଓ ଶରୀରର ଦୁର୍ଗନ୍ଧ ଦୂର ସହ ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ।

କେଉଁଥି ପାଇଁ କେଉଁ ରଙ୍ଗର ଟୁଥ୍‌ପେଷ୍ଟ୍‌ କିପରି ବ୍ୟବହାର କରିବେ, ଆସନ୍ତୁ ଜାଣିବା।

tooth2ଯଦି ଆପଣ ମୁହଁକୁ ଗୋରା କରିବା ପାଇଁ ଚାହୁଁଛନ୍ତି, ତେବେ ଲାଲ୍‌ ଏବଂ ନୀଳ ରଙ୍ଗର ଟୁଥ୍‌ପେଷ୍ଟ୍‌ ବ୍ୟତୀତ ଧଳା ରଙ୍ଗର ଟୁଥ୍‌ପେଷ୍ଟ୍‌ ବ୍ୟବହାର କରନ୍ତୁ। ଅବଶ୍ୟ ସୁଫଳ ମିଳିବ। ଧଳା ରଙ୍ଗର ଟୁଥ୍‌ପେଷ୍ଟ୍‌ରେ ଟ୍ରାଇକ୍ଲୋସେନ୍‌, ବେକିଙ୍ଗ୍‌ ସୋଡ଼ା ଏବଂ ହାଇଡ୍ରୋଜେନ୍‌ ପେରକ୍ସାଇଡ୍‌ ରହିଛି, ଯାହା ବ୍ରଣକୁ ଦୂର କରିବା ସହ ମୁହଁକୁ ଗୋରା କରିବାରେ ସାହାଯ୍ୟ କରିଥାଏ।

ଦାନ୍ତକୁ ଧଳା କରିବା ପାଇଁ ବଜାରରେ ମିଳୁଥିବା ନିମ୍ନମାନର ଟୁଥ୍‌ପେଷ୍ଟ୍‌କୁ ମୁହଁରେ ଲଗାନ୍ତୁ ନାହିଁ। କାରଣ ଏଥିରେ ବ୍ଲିଚିଙ୍ଗ୍‌ ରହିଛି, ଯାହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ। ହଁ, ଅନ୍ୟ ଏକ କଥା ଉପରେ ମଧ୍ୟ ଧ୍ୟାନ ଦେବେ ଯେ ଯେଉଁ ଟୁଥ୍‌ପେଷ୍ଟ୍‌ ଆପଣ ମୁହଁରେ ଲଗାଇବା ପାଇଁ ବାଛୁଛନ୍ତି, ସେଥିରେ ଯେପରି ଫ୍ଲୋରାଇଡ୍‌ର ମାତ୍ରା କମ୍‌ ରହିଥିବ।

ତ୍ୱଚାକୁ କ୍ଲିଞ୍ଜର୍‌ରେ ସଫା କରିବା ପରେ ଅଳ୍ପ ଟୁଥ୍‌ପେଷ୍ଟ୍‌ ନେଇ ବ୍ରଣ ହୋଇଥିବା ସ୍ଥାନରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ସାଧା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ମୁହଁରୁ ବ୍ରଣ ସମ୍ପୂର୍ଣ୍ଣ ଦୂର ହୋଇଯାଇଥାଏ।
tooth1ଟୁଥ୍‌ପେଷ୍ଟ୍ ରେ ଲୁଣ ଏବଂ ପିପର୍‌ମିଣ୍ଟ୍‌କୁ ଭଲ ଭାବରେ ମିଶାନ୍ତୁ। ଏହି ପେଷ୍ଟ୍‌କୁ ମୁହଁର କଳା ଦାଗ ଥିବା ସ୍ଥାନରେ ଲଗାଇ ୫ ମିନିଟ୍ ଯାଏ ଏହା ଶୁଖିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ହାଲ୍‌କା ମାଲିସ୍‌ କରି ମୁହଁକୁ ଧୋଇ ଦିଅନ୍ତୁ। ଏପରି ନିୟମିତ କଲେ, ମୁହଁରେ କଳା ଦାଗ ଆଉ ରୁହେନାହିଁ।

ରାତିରେ ଟୁଥ୍‌ପେଷ୍ଟ୍‌ ଲଗାଇ ଶୁଅନ୍ତୁ ଏବଂ ସକାଳେ ମୁହଁକୁ ଧୋଇ ଦିଅନ୍ତୁ। ଏହିପରି ନିୟମିତ କଲେ ମଧ୍ୟ କଳା ଦାଗ ଦୂରେଇ ଯିବ ଏବଂ ଆପଣଙ୍କ ମୁହଁର ଚମକ ଫେରି ଆସିବ।

ବ୍ରସ୍‌ରେ ଟୁଥ୍‌ପେଷ୍ଟ୍‌ ଲଗାଇ ଓଠରେ ହାଲ୍‌କା ଭାବରେ ଘଷନ୍ତୁ। ଏହା ଦ୍ୱାରା ଓଠରେ ଥିବା ଡେଡ୍‌ ସେଲ୍‌ ସଫା ରହିବା ସହ ଆପଣଙ୍କ ଓଠ ଗୋଲାପି ଦେଖାଯିବ। ଓଠକୁ ସତେଜ ଓ ଗୋଲାପି ରଖିବା ପାଇଁ ଏପରି ସପ୍ତାହକୁ ଦୁଇଥର କରନ୍ତୁ।

ହେୟାର୍‌ ଷ୍ଟାଇଲ୍‌ ପାଇଁ ଆପଣ ଜେଲ୍‌ ଥିବା ଟୁଥ୍‌ପେଷ୍ଟ୍ର ବ୍ୟବହାର କରିପାରିବେ।

ସେହିପରି ରସୁଣ କି ପିଆଜ କାଟି ସାରିବା ପରେ ହାତରୁ ଦୁର୍ଗନ୍ଧ ବାହାରୁଥିଲେ, ଆପଣ ହାତରେ ଟୁଥ୍‌ପେଷ୍ଟ୍‌ ଲଗାଇ ଧୋଇ ଦିଅନ୍ତୁ।



from Odisha Reporter https://ift.tt/2NLTGgB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages