‘ହେ ପ୍ରଭୁ ଭାରତକୁ ଜିତାଇ ଦିଅ’ ଏମିତି ପ୍ରାର୍ଥନା କରୁଥିଲା ଏହି ପିଲା , ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

‘ହେ ପ୍ରଭୁ ଭାରତକୁ ଜିତାଇ ଦିଅ’ ଏମିତି ପ୍ରାର୍ଥନା କରୁଥିଲା ଏହି ପିଲା , ଫଟୋ ଭାଇରାଲ

ନୂଆଦିଲ୍ଲୀ: ଏସିଆ କପ୍‌ରେ ଆଫଗାନିସ୍ଥାନ-ଭାରତ ମଧ୍ୟରେ ହୋଇଥିବା ମୁକାବିଲା ଡ୍ର ହେବା ପରେ ଜଣେ ଛୋଟ ପିଲା କାନ୍ଦୁଥିବାର ଭିଡିଓ ଭାଇରାଲ ହୋଇଥିଲା। ପିଲାଟିର ବୟସ ୪ରୁ ୫ବର୍ଷ ମଧ୍ୟରେ ହେବ। ଆଫଗାନିସ୍ଥାନ ସହ ଡ୍ର ହେବା ପରେ ପିଲା ଜଣକ ଖୁବ୍ କାନ୍ଦୁଥିବାର ଦେଖାଯାଇଥିଲା। କିନ୍ତୁ ଏସିଆ କପ୍‌ର ଫାଇନାଲ ମୁକାବିଲାରେ ଭାରତ ବନାମ ବାଂଲାଦେଶ ମ୍ୟାଚ୍‌ରେ ସେହି ପିଲାଟି  ଭିନ୍ନ ଅନ୍ଦାଜରେ ନଜରରେ ଆସିଥିଲେ। କେତେବେଳେ ସେ ଭାରତ ଜିତିବା ପାଇଁ ପ୍ରାର୍ଥନା କରୁଥିଲା ତ’ ପୁଣି କେତେବେଳେ ତାଳି ମାରି ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରୁଥିଲା।

ଆଉ ଯେତେବଳେ ବାଂଲାଦେଶକୁ ହରାଇ ଭାରତ ୩ ୱିଇକେଟରେ ଜିତିଲା ଠିକ୍‌ ସେତିକି ବେଳେ  ପିଲାଟିର ଖୁସିର ସୀମା ରହିଲା ନାହିଁ। ସେଲିବ୍ରେଶନ ମାହୋଲରେ ପିଲାଟି ଆନନ୍ଦରେ ଉଚ୍ଛୁଳି ଉଠିଲା। ଏବେ ପିଲାଟିର ଫଟୋଟି ସୋଶାଲ ମିଡିଆରେରେ ଖୁବ୍‌ ଭାଇରାଲ ହେଉଛି। ପିଲାଟିର ଅନେକ ଭାବଭଙ୍ଗୀ ଏହି ସବୁ ଫଟୋରେ ଦୃଶ୍ୟମାନ ହେଉଛି। ଟିମ୍‌ ଇଣ୍ଡିଆର ଜଣେ ଦୃଢ ସମର୍ଥକ ଭାବେ ମ୍ୟାଚ୍ ବେଳେ ଉତ୍ସାହିତ ହୋଇ କେତେ କ’ଣ କରୁଥିଲା ତାହା କ୍ୟାମେରାରେ କଏଦ୍‌ ହୋଇଛି। ଫଟୋରେ ଯାହା ଦେଖାଯାଉଛି ପିଲାଟି ନିଜ ବାପା, ମା ଓ ଭଉଣୀ ସହ ଆସିଥିବା ଜଣାପଡ଼ିଛି।

ଯେତେବେଳେ ଭାରତ  ବୋଲିଂ କରୁଥିଲା  ପିଲାଟି ଏକ ଲୟରେ ମ୍ୟାଚ୍‌କୁ  ଦେଖୁଥିଲା। ଯେତେବେଳେକି ତା’ର ଭଉଣୀ ମୋବାଇଲରେ ବ୍ୟସ୍ତ ଥିଲା। ତେବେ ଆଫଗାନିସ୍ତାନ ବିରୋଧରେ ଟିମ୍‌ ଇଣ୍ଡିଆ ଜିତିପାରି ନଥିବାରୁ ପିଲାଟି ଖୁବ୍‌ କାନ୍ଦିଥିଲା। ଯାହା ଫେସ୍‌ବୁକ୍‌ ଏବଂ  ଟ୍ୱିଟରରେ ଭାଇରାଲ ହୋଇଛି। ସୂଚନା ଯୋଗ୍ୟ ଯେ, ବାଂଲାଦେଶ ବିପକ୍ଷ ଏସିଆ କପ୍‌ର ଫାଇନାଲ୍‌ ମୁକାବିଲାରେ ଟିମ୍ ଇଣ୍ଡିଆ ଶେଷ ବଲ୍‌ରେ ବିଜୟୀ ହୋଇ ପୁଣି ଥରେ ଏସିଆ ମହାଦେଶକୁ କବ୍‌ଜା କରିଛି । ଶୁକ୍ରବାର ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ ହରାଇ ଚାମ୍ପିଅନ୍‌ ହୋଇଛି।



from Odisha Reporter https://ift.tt/2OUuPEI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages