
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବିଧାନସଭାରେ ମଧ୍ୟ ପଡ଼ିଥିଲା।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡିଅମ୍ ନିକଟକୁ ଆସି ଅନେକ ସ୍ଲୋଗାନ୍ ଦେଇଥିଲେ।
ଅନ୍ୟପକ୍ଷରେ ବିଜେପି ବିଧାୟକମାନେ ସମବାୟ ଦୁର୍ନୀତି କଥା ଉଠାଇ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି କରିଛନ୍ତି।
କଂଗ୍ରେସର ବନ୍ଦ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହକୁ ୩ ମିନିଟ୍ ବିଳମ୍ବରେ ଆସିଥିଲେ। ପିସିସି ସଭାପତି ନିରଂଜନ ପଟ୍ଟନାୟକ ନେତୃତ୍ୱରେ କଂଗ୍ରେସକର୍ମୀମାନେ ବିଧାନସଭା ଆଗରେ ମଧ୍ୟ ଧାରଣା ଦେଇଥିଲେ। ସେମାନେ ବିଧାୟକ ଓ ମନ୍ତ୍ରୀଙ୍କୁ ଅଟକାଇଥିଲେ।
from Odisha Reporter https://ift.tt/2N4WW7m
No comments:
Post a Comment