କାଶ ହେଉଛି କି? ଏହାର ୧୦ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

କାଶ ହେଉଛି କି? ଏହାର ୧୦ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣନ୍ତୁ

cough1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କାଶ ଦୁଇ ପ୍ରକାରର। ଗୋଟିଏ ହେଉଛି ଆକ୍ୟୁଟ୍ ଏବଂ ଅନ୍ୟଟି କ୍ରନିକ୍‌।

ଭିନ୍ନ ଭିନ୍ନ କାରଣରୁ କାଶ ହୋଇଥାଏ। ସେହି ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।

କାଶ ହେବାର କାରଣ:

ଅନେକ ସମୟରେ ଶ୍ୱାସନଳୀ ସଂକ୍ରମଣ ହେଲେ କାଶ ହୁଏ।  ନିମୋନିଆ ହେଲେ କାଶ ହୁଏ।  ଜ୍ୱର ହେଲେ ବି କାଶ ହୁଏ। ଦୀର୍ଘ ଦିନ ଦରି କାଶ ହେଉଥିଲେ, ତା’ର କାରଣ ଅଲଗା ରହିଛି। ଦୂଷିତ ପରିବେଶ, ଧୂମପାନ, ଶ୍ୱାସରୋଗ, ଓ Gastroesophageal reflux disease ପ୍ରମୁଖ ଏହାର କାରଣ ହୋଇପାରେ।

ଯଦି ଆପଣ ଏହି କାଶଜନିତ ସମସ୍ୟା ଭୋଗ କରୁଛନ୍ତି, ତା’ହେଲେ ୧୦ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣନ୍ତୁ। ଏହା ସାହାଯ୍ୟରେ ଆପଣ କାଶରୁ ରକ୍ଷା ପାଇପାରିବେ।

୧. ଆୟୁର୍ବେଦିକ ଔଷଧ ସିତୋପଲାଦି ଚୂର୍ଣ୍ଣକୁ ମହୁରେ ମିଶାଇ ଖାଆନ୍ତୁ। କାଶ ହେବା ବନ୍ଦ ହେବ। ଏହା ବ୍ୟତୀତ ତାଲସାଦି ଚୂର୍ଣ୍ଣ ଦିନକୁ ଦୁଇରୁ ତିନି ଥର ଖା’ନ୍ତୁ, କାଶ କମ୍‌ ହୋଇଯିବ।

୨. ହଳଦୀ, ଗୁଡ଼ ଏବଂ ଫିଟିକିରି ଚୂର୍ଣ୍ଣକୁ ମିଶାଇ ଗୁଳା କରନ୍ତୁ ଓ ଏହାକୁ ଖା’ନ୍ତୁ।

୩. ତୁଳସୀ, ଗୋଲମରିଚ ଏବଂ ଅଦା ପଡ଼ିଥିବା ଚା’ କାଶ ପାଇଁ ଉପକାରୀ।

୪. ଉଷୁମ ପାଣିରେ କୁଳି କରନ୍ତୁ, କାଶରୁ ଆରାମ ପାଇବେ।

୫. ଶୁଖିଲା କାଶ ହେଉଥିଲେ, ଗୋଲମରିଚକୁ ଗୁଣ୍ଡ କରି ଘିଅରେ ଭାଜି ଖା’ନ୍ତୁ।

୬. ହେଙ୍ଗୁ, ତ୍ରିଫଳା, ମିଶ୍ରି ଏବଂ ଲେମ୍ୱୁକୁ ମିଶାଇ ରସ ପ୍ରସ୍ତୁତ କରନ୍ତୁ ଓ ପିଅନ୍ତୁ।

୭. ତ୍ରିଫଳା ଏବଂ ମହୁ ସମାନ ପରିମାଣର ମିଶାଇ ପିଅନ୍ତୁ।

୮. ପାନ ପତ୍ର ଏବଂ ଜୁଆଣିକୁ ପାଣିରେ ଫୁଟାଇ ଦିଅନ୍ତୁ। ତା’ପରେ ଏହି ଫୁଟା ପାଣିରେ କଳା ଲୁଣ ଏବଂ ମହୁ ମିଶାନ୍ତୁ। ଏହାକୁ ପିଇବା ଦ୍ୱାରା ଆପଣ କାଶଜନିତ ସମସ୍ୟାରୁ ରକ୍ଷା ପାଇ ପାରିବେ।

ବି.ଦ୍ର: ଏହି ଉପଚାରଗୁଡ଼ିକୁ ଆପଣାଇବା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।  



from Odisha Reporter https://ift.tt/2Mf5AuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages