ଧୋନି ହେଉଛନ୍ତି ‘ଡିଆର୍‌ଏସ୍‌’ ରାଜା, ପୁଣି ପ୍ରମାଣିତ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଧୋନି ହେଉଛନ୍ତି ‘ଡିଆର୍‌ଏସ୍‌’ ରାଜା, ପୁଣି ପ୍ରମାଣିତ ହେଲା

dhoni

ଦୁବାଇ: ବେଳେ ବେଳେ କୁହାଯାଏ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍ (ଡିଆର୍‌ଏସ୍‌)’କୁ ‘ଧୋନି ରିଭ୍ୟୁ ସିଷ୍ଟମ୍‌’ କରି ଦେଲେ ଭଲ ହୁଅନ୍ତା। ଏହା ଆଦୌ ଅତିରଞ୍ଜିତ ନୁହେଁ।

ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ଏହା ପୁଣି ପ୍ରମାଣିତ ହୋଇଛି।

ଅଷ୍ଟମ ଓଭରରେ ୟୁଜଭେନ୍ଦ୍ର ଚହଲଙ୍କ ଶେଷ ବଲ୍‌ଟି ଇମାମ୍ ଉଲ୍ ହକ୍‌ଙ୍କ ପ୍ୟାଡରେ ବାଜି ଥିଲା। ଏହା ଏଲ୍‌ବିଡବ୍ଲ୍ୟୁ ବୋଲି ଚହଲ ଦାବି କରିଥିଲେ। କିନ୍ତୁ ଅମ୍ପାୟର ମନା କରି ଦେଇଥିଲେ।

ଏହା ପରେ ଧୋନି ଅଧିନାୟକ ରୋହିତ ଶର୍ମାଙ୍କୁ ଚାହିଁ ମୁଣ୍ଡ ହଲାଇ ଦେଇଥିଲେ। ରୋହିତ ରାଜି ହୋଇଯାଇଥିଲେ ଓ ସଙ୍ଗେ ସଙ୍ଗେ ଡିଆର୍‌ଏସ୍‌ ପାଇଁ ଅପିଲ୍ କରିଥିଲେ।

ଡିଆର୍‌ଏସ୍‌ର ଫଳାଫଳ ଭାରତ ସପକ୍ଷରେ ଗଲା। ଇମାମ୍‌ଙ୍କୁ ଆଉଟ୍ ଘୋଷଣା କରାଗଲା।

‘ଡିଆର୍‌ଏସ୍‌’ ଉପରେ ଧୋନିଙ୍କ ଦଖଲକୁ ଭାଷ୍ୟକାର ସୁନୀଲ ଗାଭାସ୍କର ଓ ଲକ୍ଷ୍ମଣ ଶିବରାମକୃଷ୍ଣନ୍ ବି ସ୍ୱୀକାର କରିଥିଲେ।



from Odisha Reporter https://ift.tt/2DnxrJG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages