ପ୍ରଦିଦିନ ୩୦ମିନିଟ୍‌ ସାଇକେଲ୍‌ ଚଲାନ୍ତୁ, ଶରୀରକୁ ମିଳିବ ଏହି ସବୁ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ପ୍ରଦିଦିନ ୩୦ମିନିଟ୍‌ ସାଇକେଲ୍‌ ଚଲାନ୍ତୁ, ଶରୀରକୁ ମିଳିବ ଏହି ସବୁ ଲାଭ

puspa1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଟ୍‌ନେସ୍‌ ପାଇଁ ନିୟମିତ ଏକ୍ସର୍‌ସାଇଜ୍‌ କରିବାକୁ ଆପଣଙ୍କ ପାଖରେ ସମୟ ନାହିଁ। ଯଦି ଆପଣ ଅଧିକ ବ୍ୟସ୍ତ ରହୁଛନ୍ତି ଏବଂ ଜିମ୍‌ ଯାଇ ପାରୁ ନାହାନ୍ତି, ତେବେ ସାଇକେଲିଂ ଆପଣଙ୍କୁ ଫିଟ୍‌ ରଖିବାରେ ସାହାଯ୍ୟ କରିବ। ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଏକ୍ସର୍‌ସାଇଜ୍‌ ବଦଳରେ ଆପଣ ପ୍ରତିଦିନ ସାଇକେଲ୍‌ ଚଲାଇବା ପାଇଁ ଆପଣଙ୍କୁ ମାତ୍ର ୩୦ ମିନିଟ୍‌ ସମୟ ଦେବାକୁ ପଡ଼ିବ। ସାଇକେଲ୍‌ ଚଲାଇବା ଦ୍ୱାରା ଶରୀର ସୁସ୍ଥ ଏବଂ ଫିଟ୍‌ ରହିଥାଏ।
ଆସନ୍ତୁ ଜାଣିବା, ସାଇକେଲ୍‌ ଚଲାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।puspa2ବୟସର ପ୍ରଭାବ  ପଡ଼ି ନଥାଏ:
ବୟସର ପ୍ରଭାବ ପ୍ରଥମେ ଆପଣଙ୍କ ଚ୍ୱତା ଉପରେ ପଡ଼ିଥାଏ। ଏହା ପରେ ଆପଣଙ୍କ ହାଡ଼ ଏବଂ ଅନ୍ୟ ଅଙ୍ଗକୁ ବ୍ୟାପି ଥାଏ। କିନ୍ତୁ ଶରୀରରେ ଶୀଘ୍ର ବଢ଼ୁଥିବା ବୟସର ଏହି ପ୍ରଭାବ ଉପରେ ସାଇକେଲିଂ ଦ୍ୱାରା ହିଁ ବ୍ରେକ୍‌ ଲଗାଯାଇ ପାରିବ। ସାଇକେଲିଂ ଆପଣଙ୍କ ଶରୀର ପାଇଁ ଏକ ଭଲ ବ୍ୟାୟାମ। ଏହା ଯୋଗୁ ହାଡ଼ ମଜବୁତ୍‌ ହେବା ସହିତ ଶାରୀରିକ କ୍ଷମତା ବଢ଼ିଥାଏ। ଏହା ସହ ସାଇକେଲିଂ ବେଳେ ଲମ୍ୱା ନିଃଶ୍ୱାସ ନେବା ଦ୍ୱାରା ତ୍ୱଚାକୁ ଭରପୂର ଅମ୍ଳଜାନ ମିଳିଥାଏ। ତେଣୁ ତ୍ୱଚା ସତେଜ ରୁହେ ଏବଂ ଏଥିରେ ବୟସର ପ୍ରଭାବ ପଡ଼ିପାରେ ନାହିଁ।
ହୃଦ୍‌ ରୋଗ ହୋଇନଥାଏ:
puspa3ସାଇକେଲିଂ ଏକ ଏରୋବିକ୍‌ ଏକ୍ସର୍‌ସାଇଜ୍‌। ଏଥିଯୋଗୁ ହୃତ୍‌ପିଣ୍ଡଜନିତ ରୋଗର ଆଶଙ୍କା ହ୍ରାସ ପାଇଥାଏ। । ପ୍ରତିଦିନ ସାଇକେଲିଙ୍ଗ୍‌ କଲେ ମସ୍ତିଷ୍କରୁ ସିରୋଟେନିନ୍‌, ଡୋପାମାଇନ୍‌ ଏବଂ ଫେନିଲିଥିଲାମାଇନ୍‌ ପରି ରସାୟନ ନିର୍ଗତ ହୋଇଥାଏ। ଏଥିପାଇଁ ଦୁଃଖ ଭୁଲି ପ୍ରତ୍ୟେକ ସମୟରେ ଖୁସି ରହିବାକୁ ଆଗ୍ରହ ସୃଷ୍ଟି ହୁଏ।

ମୋଟାପଣ ହ୍ରାସ ପାଏ:
ପ୍ରତିଦିନ ୩୦ ମିନିଟ୍‌ ସାଇକେଲ୍‌ ଚଲାଇବା ଦ୍ୱାରା ଶରୀରର ମୋଟାପଣ ହ୍ରାସ ପାଇଥାଏ।  ଆଉ ମୋଟାପଣ ହ୍ରାସ ପାଇଲେ ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ।puspa5
ଡାଇବେଟିସ୍‌ ନିୟନ୍ତ୍ରଣ କରେ :
ଡାଇବେଟିସ୍‌ ରୋଗୀ ଯଦି ସାଇକେଲିଂ କରନ୍ତି, ତେବେ ତାଙ୍କ ଶରୀରର ସୁଗାର୍‌ ସ୍ତର ନିୟନ୍ତ୍ରିତ ରହିଥାଏ। କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ପ୍ରଥମେ ସୁଗାର୍‌ ପରୀକ୍ଷା କରନ୍ତୁ ଏବଂ ସାଇକେଲିଂ କରିବା ପୂର୍ବରୁ ଅଧିକ ପାଣି ପିଅନ୍ତୁ। ଟାଇପ୍‌-୧ ଡାଇବେଟିସ୍‌ ରୋଗୀ ଯଦି ୧ ଘଣ୍ଟାରୁ ଅଧିକ ସମୟ ସାଇକେଲିଙ୍ଗ୍‌ କରନ୍ତି, ତେବେ କାର୍ବୋହାଇଡ୍ରେଡ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଚିନ୍ତା ଦୂର ହୁଏ :
ଏକ ଗବେଷଣାରୁ ଜଣାପଡ଼ିଛି ଯେ,ସାଇକେଲ୍‌ ଚଲାଇବା ଦ୍ୱାରା ମଣିଷର ଚିନ୍ତା ଦୂର ହୋଇଥାଏ।puspa4
ହାଡ଼ ମଜବୁତ୍‌ ହୋଇଥାଏ:
ଶରୀରରେ ହାଡ଼ ଦୁର୍ବଳ ହେଲେ, ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଆସିଥାଏ। ହାଡ଼ ଦୁର୍ବଳ ହେବା କାରଣରୁ ଶରୀରରେ ଯନ୍ତ୍ରଣା ହୁଏ ଏବଂ ଠିକ୍‌ରେ ବସାଉଠା କରିହୁଏ ନାହିଁ। ସାଇକେଲିଂ ଦ୍ୱାରା ପାଦର ଏକ୍ସର୍‌ସାଇଜ୍‌ ହେଉଥିବାରୁ ଆଣ୍ଠୁଗଣ୍ଠି ବିନ୍ଧା ମଧ୍ୟ କମ୍‌ ହୋଇଥାଏ, ହାଡ଼ ମଧ୍ୟ ମଜବୁତ୍‌ ହୁଏ।



from Odisha Reporter https://ift.tt/2O3Pd97

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages