ମୋଦିଙ୍କ ବିରୋଧରେ ବିଜେପି ସହଯୋଗୀଙ୍କ ବିଦ୍ରୋହ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ମୋଦିଙ୍କ ବିରୋଧରେ ବିଜେପି ସହଯୋଗୀଙ୍କ ବିଦ୍ରୋହ!

ପାଟନା: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିଜେପି ଓ ତା’ର ସହଯୋଗୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନ୍‌ଡିଏରେ ଥିବା ଅଣ ବିଜେପି ଦଳର ସନସ୍ୟମାନେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ମତ ଦେଉଥିବା ଆଜି କେନ୍ଦ୍ରମନ୍ତ୍ରୀ ତଥା ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁସୱାହ କହିଛନ୍ତି। ସେ କାହାର ନାଁ ନ ନେଇ ଥିଲେ ହେଁ କିଛି ଏନ୍‌ଡିଏ ସଦସ୍ୟମାନେ ଏଭଳି ମତ ଦେଇ ମେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା କହିଛନ୍ତି।
କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ କୁସୱାହ ଏହା ପୂର୍ବରୁ ବିହାରରେ ବିଜେପି ସହ ମେଣ୍ଟ ନ କରିବା ପାଇଁ ସଙ୍କେତ ଦେଇଥିଲେ। ସେ କହିଥିଲେ, “ସ୍ୱାଦିଷ୍ଟ କ୍ଷୀରି ସେତେବେଳେ ପ୍ରସ୍ତୁତ ହୋଇପାରିବ ଯେତେବେଳେ ଯାଦବଙ୍କ ଘରୁ କ୍ଷୀର ଆସିବ। ଖାଲି ଯାଦବଙ୍କ କ୍ଷୀର ନୁହେଁ, କୁସୱାହଙ୍କ ଚାଉଳ ଯଦି ଏଥିରେ ମିଶିବ, ତା’ହେଲେ କ୍ଷୀରି ଅଧିକ ସ୍ୱାଦିଷ୍ଟ ହୋଇପାରିବ।” ଶ୍ରୀ କୁସୱାହଙ୍କ ଏଭଳି ମନ୍ତବ୍ୟ ପରେ ସେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ସହ ମେଣ୍ଟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।
ଆଜି ଶ୍ରୀ କୁସୱାହ କହିଛନ୍ତି, “ ଏନ୍‌ଡିଏରେ ଥିବା ଯେଉଁ ସହଯୋଗୀମାନେ ମୋଦିଜୀ ପୁଣି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁନାହାନ୍ତି, ଏହା ପଛରେ ସେମାନଙ୍କର କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଛି। ଏପରି ମତ ଦେଇ ସେମାନେ ମେଣ୍ଟକୁ ଭାଙ୍ଗିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଦଳ ମୋଦିଜୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛି।”


from Odisha Reporter https://ift.tt/2C6A1mQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages