
ନୂଆଦିଲ୍ଲୀ: ଜଣେ ମହିଳା ଏୟାର ଇଣ୍ଡିଆ ବିମାନ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ନାଁ ଇନ୍ଦ୍ରାଣୀ ଘୋଷ।
ସେ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ୩୦ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ A102ରେ ଏକ ସମ୍ୱେଦନଶୀଳ ଘଟଣା ଘଟିଛି। ଜଣେ ନିଶାଶକ୍ତ ବ୍ୟକ୍ତି ମୋ ମାଆ ବସିଥିବା ସିଟ୍ ପାଖକୁ ଆସିଲେ। ଏହାପରେ ସେ ପ୍ୟାଣ୍ଟ୍ ଖୋଲି ତାଙ୍କ ସିଟ୍ ଉପରେ ପରିସ୍ରା କଲେ। ଏହି ଘଟଣା ମୋ ମାଆଙ୍କୁ କଷ୍ଟ ଦେଇଛି।”
ମହିଳା ଜଣଙ୍କ କହିଛନ୍ତି, ଏହି ଘଟଣା ପରେ ମୋ ମାଆଙ୍କୁ ଅନ୍ୟ ଏକ ସିଟ୍ରେ ବସା ଯାଇଥିଲା। ହେଲେ ବିମାନ ବନ୍ଦର ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେ ଅତି ସହଜରେ ବିମାନ ବନ୍ଦରରୁ ବାହାରି ଯାଇଥିଲା।
ଘଟଣା ସଂପର୍କରେ ମହିଳା ଜଣକ ଅଭିଯୋଗ କରିବା ପାଇଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଫୋନ୍ ମଧ୍ୟ କରିଥିଲେ। ହେଲେ ୱେବସାଇଟ୍ରେ ଯାଇ ମତାମତ ଦେବାକୁ ତାଙ୍କୁ କୁହାଯାଇଥିଲା।
ଏ ସମ୍ପର୍କରେ ଏୟାର ଇଣ୍ଡିଆ ଟ୍ୱିଟରରେ କୁହାଯାଇଛି,“ଏହି ଘଟଣାରେ କେବିନ୍ କ୍ରୁଙ୍କ ଠାରୁ ରିପୋର୍ଟ ମଗାଯାଇଛି।”
ଏହି ଘଟଣା ସମ୍ପର୍କରେ ମହିଳା ଜଣକ ଟ୍ୱିଟର ଜରିଆରେ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।
from Odisha Reporter https://ift.tt/2Pom8SM
No comments:
Post a Comment