
ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ହାଇକୋର୍ଟ ବୁଧବାର ଜିଲ୍ଲା ପ୍ରଶାସନକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲାହୋରରେ ଥିବା ଶାଦ୍ମାନ୍ ଚୌକ୍ର ନାମ ପରିବର୍ତ୍ତନ କରି ତାହା ସହିଦ୍ ଭଗତ ସିଂହ ନାମରେ ନାମିତ କରାଯାଉ। ବ୍ରିଟିସ୍ ଶାସନ କାଳରେ ୮୭ ବର୍ଷ ପୂର୍ବେ ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ଭଗତ ସିଂହଙ୍କୁ ଲାହୋରରେ ଫାଶି ଦିଆଯାଇଥିଲା।
ଭଗତ ସିଂହ ଏବଂ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ସୁଖଦେବ ଏବଂ ରାଜଗୁରୁଙ୍କୁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ଲାହୋର ଜେଲରେ ଫାଶି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଜେଲକୁ ଭାଙ୍ଗି ସେଠାରେ ଶାଦ୍ମାନ୍ ଚୌକ୍ ସହର ଗଢ଼ି ଉଠିଥିଲା । ତେଣୁ ଏହି ସ୍ଥାନକୁ ଭଗତ ସିଂହଙ୍କ ବଳିଦାନର ସମ୍ମାନର୍ଥେ ତାଙ୍କ ନାମରେ ନାମିତ କରାଯିବାକୁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଲାହୋରରେ ଥିବା ଭଗତସିଂହ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ଏନେଇ ଅଦାଲାତରେ ଏକ ଆବେଦନ କରାଯାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ଇମତିଆଜ୍ ରସିଦ୍ କ୍ୟୁରେସି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ସ୍ୱାଧିନତା ଆନ୍ଦୋଳନ ସମୟରେ ଭଗତ ସିଂହ ନିଜ ଜୀବନକୁ ବଳିପକାଇଥିଲେ। ସେ କହିଥିଲେ ଯେ, ପାକିସ୍ତାନ ଗଠନର ସଂସ୍ଥାପକ କୟଦାତ୍ ଆଜାମ୍ ଏବଂ ମହମମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତେଣୁ ତାଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ। ତେବେ ଲାହୋର ହାଇକୋର୍ଟର ନ୍ୟାୟାଧୀଶ ସାହିଦ୍ ଜମିଲ୍ ଖାନ୍ ମାମଲାରୁ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।
from Odisha Reporter https://ift.tt/2wQpYNC
No comments:
Post a Comment