
ଦୁବାଇ: ବେଶ୍ ସଂଘର୍ଷ ପରେ ଏସିଆ କପ୍ର ପ୍ରଥମ ମ୍ୟାଚ୍ ଜିତିବାକୁ ଟିମ୍ ଇଣ୍ଡିଆ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍ରେ ଭାରତ ଅପେକ୍ଷାକୃତ ଦୁର୍ବଳ ହଂକଂକୁ ୨୬ ରନ୍ରେ ପରାସ୍ତ କରି ତାର ଅଭିଯାନ ଆରମ୍ଭ କରିଛି। ତେବେ ଭାରତକୁ ଏଥିପାଇଁ ବେଶ୍ ମେହେନତ କରିବାକୁ ପଡ଼ିଛି। ଓଡ଼ିଆ ପୁଅ ଅଂଶୁମାନ ରଥଙ୍କ ହଂକଂ ଯେଉଁଭଳି ଭାବେ ଶକ୍ତିଶାଳୀ ଭାରତ ସହ ଲଢ଼େଇ କଲା ତାକୁ କ୍ରିକେଟ ପ୍ରେମୀ ପ୍ରଶଂସା କରିଛନ୍ତି।
ଭାରତ ନିର୍ଦ୍ଧାରିତ ୫୦ ଓଭର୍ରେ ଓପନର୍ ଶିଖର ଧୱନଙ୍କ ବିସ୍ଫୋରକ ଶତକୁ ଆଧାର କରି ୭ ୱିକେଟ୍ରେ ୨୫୦ ରନ୍ କରିଥିବା ବେଳେ ହଂକଂ ଏହାର ଦୃଢ଼ ଜବାବ ଦେଇଥିଲା।
ହଂକଂ ପୂରା ୫୦ ଓଭର ବ୍ୟାଟିଂ କରି ୨୫୯ର ଚ୍ୟାଲେଞ୍ଜିଙ୍ଗ ସ୍କୋର୍ କରି ପାରିଥିଲା। ବିଶେଷ କରି ହଂକଂର ଦୁଇ ଓପନର ଅଂଶୁମାନ ଓ ନଜାକତ ଖାନ ଯେଉଁଭଳି ଭାବେ ୩୪ ଓଭର ଯାଏ ଭାରତୀୟ ବୋଲର ମାନଙ୍କୁ ମୁକାବିଲା କରି କୌଣସି ୱିକେଟ୍ ଦଖଲ କରିବାକୁ ଦେଲେନାହିଁ, ତାହା ନିଶ୍ଚିତ ଏକ ଚମତ୍କାର କଥା ହୋଇଥିଲା।

ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ଜବରଦସ୍ତ ଶତକ ହାସଲ କରିଥିବା ଧୱନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଓଡ଼ିଆ ପୁଅ ଅଂଶୁମାନ ରଥଙ୍କ ହଂକଂ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଭାରତର ଅଧିନାୟକ ରୋହିତ ଶର୍ମା ତାଙ୍କ ନିୟମିତ ଓପନିଂ ସାଥୀ ଶିଖର ଧୱନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ବେଶ୍ ସତର୍କତାର ସହ ଭାରତୀୟ ଇନିଂସ୍କୁ ଆଗକୁ ନେଇଥିଲେ। ତେବେ ଦଳୀୟ ସ୍କୋର ୪୫ ଥିବା ବେଳେ ଅଧିନାୟକ ରୋହିତ ଏହସାନ ଖାନ୍ଙ୍କ ବଲ୍ରେ କ୍ୟାଚ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ଆଉଟ୍ ହେବା ପୂର୍ବରୁ ସେ ୨୨ଟି ବଲ୍ରେ ୨୩ ରନ୍ କରିଥିଲେ। ଏହାପରେ ଟିମ୍ ଇଣ୍ଡିଆକୁ କମ୍ ବ୍ୟାକ୍ କରିଥିବା ଭେଟରାନ୍ ଅମ୍ବାତି ରାୟିଡୁ ଅନ୍ୟତମ ଓପନର୍ ଧୱନ୍ଙ୍କ ସହ ମିଶି ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ। ଇତି ମଧ୍ୟରେ ରାୟିଡୁ ତାଙ୍କ କମ୍ ବ୍ୟାକ୍ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ ୧୧୬ ରନ୍ର ଭାଗିଦାରୀ କରିଥିଲେ। ତେବେ ରାୟିଡୁ ୬୦ ରନ୍ରେ ଆଉଟ୍ କରି ଏହସାନ୍ ନୱଜ ଭାରତକୁ ଦ୍ୱିତୀୟ ଝଟ୍କା ଦେଇଥିଲେ।
ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଶିଖର ଧୱନ କିନ୍ତୁ ଚମତ୍କାର ଶଟ୍ ଖେଳି ନିଜ ଦିନିକିଆ କ୍ୟାରିୟର୍ର ୧୪ ତମ ଶତକ ହାସଲ କରିଥିଲେ। ଅମ୍ବାତି ରାୟିଡୁଙ୍କ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା ଦିନେଶ କାର୍ତ୍ତିକଙ୍କ ସହ ମିଶି ଧୱନ ୩ୟ ୱିକେଟ୍ ପାଇଁ ଦ୍ରୁତ ୭୯ ରନ୍ର ଭାଗିଦାରୀ କରିଥିଲେ।
ଶତକ ହାସଲ ପରେ ଖୋଲା ଶଟ୍ ମାରୁଥିବା ଧୱନ କିନ୍ତୁ ୧୨୭ ରନ୍ କରିଥିବା ବେଳେ ତାଙ୍କୁ କ୍ରିନଚିଟ୍ ଖାନ୍ ଆଉଟ୍ କରି ଭାରତୀୟ ସ୍କୋରବୋର୍ଡରେ ଏକପ୍ରକାରର ଅଙ୍କୁଶ ଲଗାଇଦେଇଥିଲେ।

୪୨ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୨୪୨ ରନ୍ କରିଥିବା ଟିମ୍ ଇଣ୍ଡିଆ ଶେଷ ୮ ଓଭରରେ ଅଧିକ ରନ୍ କରିବ ବୋଲି ଆଶା କରିଥିଲା। ହେଲେ ହଂକଂ ବୋଲର୍ ଭାରତକୁ ଝଟ୍କା ପରେ ଝଟକା ଦେଇ ଚାଲିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କୁ ଖାତା ଖୋଲିବା ପୂର୍ବରୁ ଏହସାନ୍ ଖାନ୍ ତାଙ୍କୁ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ କିନ୍ଚିଟ୍ ଶାହା ଦିନେଶ କାର୍ତ୍ତିକ(୩୩)ଙ୍କୁ ଆଉଟ୍ କରିଦେଇଥିଲା।
୨୪୮ ରନ୍ରେ ୫ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ସଂଘର୍ଷ ଆରମ୍ଭ କରିଥିଲା। ବ୍ୟାଟିଂ ଅଲରାଉଣ୍ଡର୍ କେଦାର ଯାଦବ ଶେଷ ଆଡ଼କୁ ଦୁଇ ଟେଲେଣ୍ଡର ଭୁବନେଶ୍ୱର କୁମାର ଓ ଶର୍ଦ୍ଦାଳୁ ଠାକୁରଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏକଦା ୩୦୦ ରନ୍ କରିବା ପାଇଁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ କିନ୍ତୁ ୭ ୱିକେଟ୍ ହରାଇ ୨୮୫ ରନ୍ କରିପାରିଥିଲା। କେଦାର ଯାଦବ ଅପରାଜିତ ୨୮ ରନ୍ କରି ଶେଷ ଯାଏ କ୍ରିଜ୍ରେ ରହିଥିଲେ।

ହଂକଂ ପକ୍ଷରୁ କିନ୍ଚିଟ୍ ଖାନ୍ ସବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଏହସାନ୍ ଖାନ୍ ୨ଟି ଏବଂ ଏହସାନ ନୱାଜ ଓ ଅଇଜାଜ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଭାରତର ବିଶାଳ ୨୮୫ ରନ୍ର ଟାଗେର୍ଟକୁ ପିଛା କରୁଥିବା ହଂକଂ ଜବରଦସ୍ତ ଆରମ୍ଭ ପାଇଥିଲା। ଦୁଇ ଓପନର୍ ଅଂଶୁମାନ ରଥ ଓ ନିଜାକତ ଖାନ୍ ବେଶ ଚମତ୍କାର ଢଙ୍ଗରେ ଟିମ୍ ଇଣ୍ଡିଆର ବୋଲରଙ୍କୁ ମୁକାବିଲା କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ରେକର୍ଡ ୧୭୪ ରନ୍ର ଭାଗିଦାରୀ କରିଥିଲେ। ହଂକଂ କେବେବି କୌଣସି ଟିମ୍ ବିରୋଧରେ ବିନା ୱିକେଟରେ ଏତେ ରନ୍ କରି ନଥିଲା।
୩୪ ଓଭର ଯାଏ ଭାରତ ୱିକେଟ୍ ପାଇ ନଥିଲା। ତେବେ ୩୫ ଓଭରର ପ୍ରଥମ ବଲ୍ରେ କୁଲଦୀପ ଯାଦବ ଅଂଶୁମାନଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅଂଶୁମାନ ଆଉଟ୍ ହେବା ପୂର୍ବରୁ ୭୩ ରନ୍ର ପାଳି ଖେଳିଥିଲେ।
ଏହାପରେ ଖଲୀଲ ଅହମଦ ଅନ୍ୟତମ ଓପନର ନିଜ଼ାକତଙ୍କୁ ୯୨ରନ୍ରେ ଆଉଟ୍ କରି ହଂକଂକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଏହି ଦୁଇ ୱିକେଟ୍ ପରେ ହଂକଂର ଅନ୍ୟ କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ମୁକାବିଲା କରିପାରି ନ ଥିଲେ। ଭାରତ ପକ୍ଷରୁ ନାବାଗତ ଖଲୀଲ ଓ ରିଷ୍ଟ ସ୍ପିନର କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦର ଚହଲ ୨ଟି ୱିକେଟ୍ ନେଇଥିଲେ।
ଟିମ୍ ଇଣ୍ଡିଆ ବୁଧବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ତେଣୁ ଇଂଲଣ୍ଡରେ କ୍ରମାଗତ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ୍ ରାହୁଲ ଓ ଯଶପ୍ରୀତ୍ ବୁମ୍ରାଙ୍କୁ ହଂକଂ ବିପକ୍ଷ ମ୍ୟାଚ୍ରେ ବିଶ୍ରାମ ଦେଇଥିଲା। ସେହିପରି ରାଜସ୍ଥାନର ବାମହାତୀ ଫାଷ୍ଟ ବୋଲର୍ ଖଲୀଲ ଅହମଦଙ୍କୁ ଏହି ମ୍ୟାଚ୍ରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା।
from Odisha Reporter https://ift.tt/2xyTLKa
No comments:
Post a Comment