
ବାରଣାସୀ:ନିର୍ବାଚନ ପୂର୍ବରୁ ମତଦାତାଙ୍କ ମନ ଜିଣିବାକୁ ପ୍ରୟାସ । ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶରେ କର୍ଣ୍ଣୁଲ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।
ସେହିପରି ବାରଣାସୀକୁ ଦେଶର ଅନ୍ୟ ସହର ସହ ଯୋଡିବା ଲାଗି ବିଭିନ୍ନ ପ୍ରକଳ୍ପ ଏବଂ ତାସହିତ ଏଠାରେ କ୍ୟାନ୍ସର ଚିକିତ୍ସା ସୁବିଧା ସହ ଏକ ମଲ୍ଟି ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବରୁ କାଶୀକୁ ଭଗବାନଙ୍କ ଭରସାରେ ଛଡ଼ା ଯାଇଥିଲା । ତେବେ ଗଲା ୪ ବର୍ଷରେ ବାରଣାସୀର ଅନେକ ବିକାଶ ହୋଇଛି ବୋଲି ସେ କହିଛନ୍ତି।
ସେପଟେ ରାଜ୍ୟରୁ ରାଜ୍ୟକୁ ବୁଲୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆନ୍ଧ୍ରପ୍ରଦେଶ କର୍ଣ୍ଣୁଲ୍ରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି । ଦେଶର ମହିଳାମାନେ ଏବେ ବି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ପୁରୁଷମାନେ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ରାହୁଲ ପରାମର୍ଶ ଦେଇଛନ୍ତି। ମୋଦି ସରକାର ଯଦି ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବାକୁ ଚାହିଁବେ ତେବେ କଂଗ୍ରେ ସମର୍ଥନ କରିବ ବୋଲି ରାହୁଲ କହିଛନ୍ତି।
from Odisha Reporter https://ift.tt/2NRSkkd
No comments:
Post a Comment