
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାର ଦେଶ ଭାରତ। ଆମ ଦେଶର କୋଣ, ଅନୁକୋଣରେ ଭରି ରହିଛି ଏମିତି ଅନେକ ଆଶ୍ଚର୍ଯ୍ୟ କରିଦେଲା ଭଳି କୃତି ଯାହାକୁ ଦେଖି ଭାରତୀୟ ଶିଳ୍ପୀର କଳାତ୍ମକତାକୁ ଆପଣ ଅନୁଭବ କରିପାରିବେ।

ଭାରତରେ ଗୁମ୍ଫା ଚିତ୍ର ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ। ଅଜନ୍ତା, ଏଲୋରା ଭଳି ଗୁମ୍ଫାରେ ବିଭିନ୍ନ ସାମାଜିକ ଓ ଧାର୍ମିକ ଚରିତ୍ରମାନ ଅଙ୍କନ କରାଯାଇଛି। ଯାହାକୁ ଦେଖି କୁହାଯାଇପାରେ ଯେ, ସେତବେଳେ ଏଗୁଡିକ ମାଧ୍ୟମରେ ଆମ ସାମାଜିକ ଚଳଣି ଆଉ ଧାର୍ମିକ ଚିନ୍ତନର ପ୍ରଚାର ହିଁ କରାଯାଇଥିଲା। ଯାହା ଏବେ ବିଶ୍ୱସ୍ତରୀୟ କଳାକୃତିର ମାନ୍ୟତା ପାଇ ସାରିଛି।

ହେଲେ ଶୁଣିଲେ ଖୁସି ହେବେ ଯେ, ଖାଲି ଅଜନ୍ତା କି ଏଲୋରା ନୁହେଁ ଆମ ଓଡ଼ିଶାରେ ମଧ୍ୟ ଏମିତି ସ୍ଥାନଟିଏ ଅଛି। ଯେଉଁଠି ଦେଖିବାକୁ ମିଳେ ବିରଳ ଗୁମ୍ଫାଚିତ୍ର। ଏକ ଅର୍ଦ୍ଧଗୋଲାକର ପଥର ଏହି ସ୍ଥାନଟି ହେଉଛି କେନ୍ଦୁଝର ଜିଲାର ଢେଙ୍କିକୋଟ ପାଖରେ ଥିବା ସୀତାବିଞ୍ଜ। ପ୍ରଚାର ପ୍ରସାର ଅଭାବରୁ ଏ ସ୍ଥାନଟି ସେଭଳି ଲୋକ ଲୋଚନକୁ ଆସିପାରି ନାହିଁ ଯେଭଳି ଆସିବା କଥା। ତଥାପି ଓଡ଼ିଶାର ପର୍ଯ୍ୟଟକ ମାନଚିତ୍ରରେ ଏ ସ୍ଥାନଟି ନିଆରା।

ଏଠାରେ ଥିବା ପର୍ବତ ଗୁମ୍ଫାର ରାବଣ ଛୟା ଚିତ୍ର ଭାରତବର୍ଷରେ ବିରଳ। ରାମାୟଣର କାହାଣୀକୁ ନେଇ ଏହି ଚିତ୍ର ଅଙ୍କନ କରାଯାଇଥିବା କୁହାଯାଏ। ଯାହାକୁ ଦେଖିବାକୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଆସିଥାନ୍ତି।

ସ୍ଥାନୀୟ ଲୋକକଥା ଅନୁଯାୟୀ, ଏଠାକୁ ଦେବୀ ସୀତାଙ୍କ ନାମ ସହ ଯୋଡ଼ି ଦିଆଯାଇଛି। ଏଣୁ ଏହାର ଏପରି ନାମକରଣ କରାଯାଇଛି। ଲୋକେ କୁହନ୍ତି ଭଗବାନ ରାମଙ୍କ ଦ୍ୱାରା ବର୍ଜିତ ହେବା ପରେ ମା’ ସୀତା ଏହି ସ୍ଥାନରେ ଆଶ୍ରୟ ନେଇଥିଲେ। ଲବ ଓ କୁଶ ମଧ୍ୟ ଏହିଠାରେ ଜନ୍ମଗ୍ରହଣ କରିଥିଲେ। ଏଣୁ ଏଠାକାର ସ୍ଥାନୀୟ ଅଧିବାସୀ ୩ଟି ଶୀଳା ପୂଜନ କରିଥାନ୍ତି। ଗୋଟିଏ ଶୀଳାକୁ ମା’ ସୀତା ଓ ଅନ୍ୟ ୨ଟିକୁ ଲବକୁଶ ଭାବେ ପୂଜନ କରାଯାଏ। ପାଖରେ ବହି ଯାଇଥିବା ସୀତା ନଦୀ ଲାଗି ମଧ୍ୟ ଏହାର ଏପରି ନାମକରଣ କରାଯାଇଥିବା ଅନୁମାନ କରାଯାଏ।

ଐତିହାସିକଙ୍କ ମତରେ ୬ଷ୍ଠ କିମ୍ବା ୭ମ ଶତାଦ୍ଦୀରେ ଏହି ସ୍ଥାନଟି ବୌଦ୍ଧ ସନ୍ୟାସୀମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ସାରିଥିଲା। ଏଣୁ ଏହାକୁ ବୌଦ୍ଧ ସ୍ମାରକୀ ଭାବେ ମଧ୍ୟ ଗ୍ରହଣ କରାଯାଇଛି ଓ ସେବେଠାରୁ ହିଁ ଏହାର ଅସ୍ତିତ୍ୱ ଲୋକଲୋଚନକୁ ଆସିଲା ବୋଲି କୁହାଯାଏ।
from Odisha Reporter https://ift.tt/2QNlNum
No comments:
Post a Comment