ଶରୀର ଓ ମସ୍ତିଷ୍କ ପାଇଁ ଏମିତି ଉପକାରୀ ‘ଫରେଷ୍ଟ୍‌ ଥେରାପି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଶରୀର ଓ ମସ୍ତିଷ୍କ ପାଇଁ ଏମିତି ଉପକାରୀ ‘ଫରେଷ୍ଟ୍‌ ଥେରାପି’

puspa3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ପ୍ରକୃତି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି। ଏହା କେବଳ ମନକୁ ଆନନ୍ଦ ଦେଇନଥାଏ, ବରଂ ବହୁ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ନିରାକରଣ କରିଥାଏ। ସେହିପରି ‘ଫରେଷ୍ଟ ଥେରାପି’ ଏପରି ଏକ ଚିକିତ୍ସା, ଯାହା ମଣିଷର ଉଭୟ ମସ୍ତିଷ୍କ ଓ ଶରୀର ପାଇଁ ଖୁବ୍‌ ଉପକାରୀ।

ଯେଉଁ ଲୋକମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥା’ନ୍ତି, ‘ଫରେଷ୍ଟ୍‌ ଥେରାପି’ ସେମାନଙ୍କ ପାଇଁ  ଖୁବ୍‌ ଉପାଦେୟ। ଏହା ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା। ଜାପାନୀ ଭାଷାରେ ଏହାକୁ ‘Shinrin-Yoku’ କୁହାଯାଏ।puspa4‘ଫରେଷ୍ଟ୍‌ ଥେରାପି’ ପାଇଁ ଆପଣଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ିବ। ମନୋବିଜ୍ଞାନୀଙ୍କ ମତରେ, ଏହି ଥେରାପିର ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ କରିବା। ଜଙ୍ଗଲର ପ୍ରାକୃତିକ ପରିବେଶ, ଧ୍ୱନି ଏବଂ ଗନ୍ଧ ଆପଣଙ୍କ ମସ୍ତିଷ୍କକୁ ଅନୁମାନ କରିବା, ମନେ ପକାଇବା ଓ ଚିନ୍ତା କରିବା ଆଦି ବନ୍ଦ କରିବାରେ ସହାୟକ ହୋଇଥାଏ।
puspa2ଶରୀର ପାଇଁ ଉପକାରୀ:
ମନୋବିଜ୍ଞାନୀଙ୍କ ମତରେ, ଜଙ୍ଗଲରେ ଥିବା ଧ୍ୱନିକୁ ଶୁଣିଲେ ବ୍ୟକ୍ତି ଶାନ୍ତି ଅନୁଭବ କରିଥା’ନ୍ତି। ଏହା କେବଳ ମସ୍ତିଷ୍କ ନୁହେଁ, ଶରୀରକୁ ମଧ୍ୟ ଆରାମ ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ‘ଫରେଷ୍ଟ୍‌ ଥେରାପି’ ମସ୍ତିଷ୍କରେ ଚିନ୍ତା କରିବାର ହର୍‌ମୋନ୍‌କୁ କମ୍‌ କରିବାରେ ସାହାଯ୍ୟ କରେ। ଏହା ସହ ଏହି ଥେରାପି ଦ୍ୱାରା ଶରୀରର ରକ୍ତଚାପ ଏବଂ ଆଡିପନେକ୍ଟିନ୍‌ ଗ୍ଲୁକୋଜ୍‌ ହର୍‌ମୋନ୍‌ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କେବଳ ଏତିକି ନୁହେଁ, ଏହା ରକ୍ତରେ ସୁଗାର୍‌ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।puspa6ଫରେଷ୍ଟ୍‌ ଥେରାପିର ଅନ୍ୟାନ୍ୟ ଲାଭ:
୧.ରକ୍ତଚାପ ରୋଗୀଙ୍କ ପାଇଁ ଫରେଷ୍ଟ୍‌ ଥେରାପୀ ଖୁବ୍‌ ଲାଭଦାୟକ। ଏହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ।
୨.ଜଙ୍ଗଲରେ ଗାଧୋଇବା ଦ୍ୱାରା ସକାରାତ୍ମକ ଭାବନାର ବୃଦ୍ଧି ହେବା ସହ ନକାରାତ୍ମକ ଭାବନା ହ୍ରାସ ହୁଏ। ଏହାଦ୍ୱାରା ଚିନ୍ତା, ଅବସାଦ ଏବଂ ଡିପ୍ରେସନ୍‌ରୁ ମୁକ୍ତି ମିଳିଥାଏ।puspa5 ୩.Attention deficit hyperactivity disorder (ADHD)ରେ ପୀଡ଼ିତ ଶିଶୁଙ୍କ ପାଇଁ ଏହା ଏକ ଉତ୍ତମ ଚିକିତ୍ସା।
୪.’ଫରେଷ୍ଟ୍‌ ଥେରାପି’ ରକ୍ତରେ ଗ୍ଲୁକୋଜ୍‌ର ସ୍ତର କମ୍‌ କରି ପାରୁଥିବାରୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଭଲ ଚିକିତ୍ସା।
୫. ମୋଟାପଣର ଶିକାର ହୋଇଥିବା ବ୍ୟକ୍ତି ପ୍ରତିଦିନ ଅଧ ଘଣ୍ଟାଏ ‘ଫରେଷ୍ଟ୍‌ ଥେରାପି’ କଲେ, ଶରୀରର ଅତିରିକ୍ତ କ୍ୟାଲୋରୀ ହ୍ରାସ ପାଇଥାଏ।



from Odisha Reporter https://ift.tt/2MV3FvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages