
ନୂଆଦିଲ୍ଲୀ: ୨୦୧୪ ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ହକି ଟିମ୍ର ନେତୃତ୍ୱ ନେଉଥିଲେ ସର୍ଦ୍ଦାର ସିଂହ। କିନ୍ତୁ ଏହାର ଚାରିବର୍ଷ ପରେ ଇଣ୍ଡୋନେସିଆ ଏସିଆନ୍ ଗେମ୍ସରେ ସର୍ଦ୍ଦାର ଜଣେ ସାଧାରଣ ଖେଳାଳି ଭାବେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ତେବେ ଭାରତ ୨୦୧୮ ଏସିଆନ୍ ଗେମ୍ସ୍ରେ ବ୍ରୋଞ୍ଜ ପଦକ ପାଇ ସ୍ୱଦେଶ ଫେରିଛି। ଏଭଳି ବ୍ରୋଞ୍ଜ ପଦକ ପାଇବା ହକି ଟିମ୍ର ବରିଷ୍ଠ ସଦସ୍ୟ ସର୍ଦ୍ଦାର ସିଂହଙ୍କୁ ବେଶ ବ୍ୟଥିତ କରିଛି।
ସେମିଫାଇନାଲ୍ରେ ଯଥେଷ୍ଟ ଦୁର୍ବଳ ମ୍ୟାଲେସିୟାଠାରୁ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସର୍ଦ୍ଦାର କହିଛନ୍ତି। “ଆମେ ଟୁର୍ଣ୍ଣାମେଣ୍ଟ୍ରେ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ଗୋଟିଏ ଭୁଲ୍ ଆମକୁ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବିଦା କରିଦେଲା। ଆଶା ଆଗକୁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ।” ବିଶେଷ କରି ଭୁବେନଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଦଳ ଜବରଦସ୍ତ କମ୍ବ୍ୟାକ୍ କରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଇଣ୍ଡୋନେସିଆରେ ଶେଷ ହୋଇଥିବା ଏସିଆନ୍ ଗେମ୍ସର ମହିଳା ହକି ଇଭେଣ୍ଟ୍ରେ ମଧ୍ୟ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଫାଇନାଲ୍କୁ ଯାଇଥିବା ମହିଳା ଟିମ୍ ଫାଇନାଲ୍ରେ ପରାସ୍ତ ହୋଇ ରୌପ୍ୟ ପଦକ ପାଇଛି।

ଏହା ଉପରେ ପ୍ରତିକ୍ରିୟା ଦେଇ ମହିଳା ଦଳର ଅଧିନାୟକ ରାନୀ ରାମପାଲ କହିଛନ୍ତି, “ଆମେ ସ୍ୱର୍ଣ୍ଣ ପଦକ ପାଇବାର ନିକଟବର୍ତ୍ତୀ ହୋଇଥିଲୁ କିନ୍ତୁ ପଦକ ପାଇବା ଆମ ଭାଗ୍ୟରେ ନଥିଲା। ଦୀର୍ଘ ୨୦ ବର୍ଷ ପରେ ମହିଳା ଦଳ ଫାଇନାଲ୍କୁ ଯାଇଥିଲା। ଆମେ କେବଳ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ଲକ୍ଷ୍ୟ ରଖି ଏସିଆନ୍ ଗେମ୍ସକୁ ଯାଇଥିଲୁ।
” ତେବେ ଆମେ ଅତି ନିକଟବର୍ତ୍ତୀ ହୋଇ ଅଲମ୍ପିକ୍ସ୍ ଯୋଗ୍ୟତା ହାସଲ କରିବାଠାରୁ ଅଳ୍ପକେ ରହିଗଲୁ। ଚଳିତ ଏସିଆନ୍ ଗେମ୍ସରେ ଅନେକ ନୂଆ ମୁହଁ ଟିମ୍ରେ ସାମିଲ ହୋଇଥିଲେ। ତେଣୁ ସେମାନଙ୍କୁ ପାଇଁ ରୌପ୍ୟ ପଦକ ଖୁବ୍ ଗୁରୁତ୍ୱ ବହନ କରେ” ବୋଲି ସେ କହିଛନ୍ତି।
from Odisha Reporter https://ift.tt/2PLcDNR
No comments:
Post a Comment