
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ମୁଁ ସନ୍ଧ୍ୟାରେ ସ୍କୁଲରୁ ଘରକୁ ଫେରିଲେ ମା’ ଆଉ ମାମୁଁ ଏକାଠି ମୋତେ ଗୋଟେ ଘରକୁ ଡାକି ନିଅନ୍ତି। ତା ପରେ ମା’ କବାଟ ବନ୍ଦ କରିଦିଏ, ଆଉ ମାମୁଁ ମୋତେ ଖରାପ୍ ଫିଲ୍ମ ଦେଖିବାକୁ ବାଧ୍ୟ କରନ୍ତି।”
ଘଟଣାଟି ହେଉଛି, ନୂଆଦିଲ୍ଲୀ ନର୍ଥ ଏଭିନ୍ୟୁ ଅଞ୍ଚଳର। ରାଜଧାନୀ ନୂଆଦିଲ୍ଲୀର ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରୀ ଏମିତି ଅଭିଯୋଗ କରିଛନ୍ତି। ଯାହାକୁ ଭିତ୍ତି କରି ପୁଲିସ୍ ପୀଡିତା ଛାତ୍ରୀଙ୍କ ସାବତ ମା’ଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଏଠାରେ ରହୁଥିବା ଜଣେ ଡାକ୍ତରଙ୍କ ସ୍କୁଲ ପଢୁଆ ଝିଅ ଏହି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପତ୍ନୀ ବିୟୋଗ ପରେ ୩ ବର୍ଷ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ। ସାବତ ମା’ ଆସିବା ପରେ ଡାକ୍ତରଙ୍କ ଝିଅ ଡରି ଯାଇଥିଲେ। କଥା କଥାକେ ଝିଅକୁ ସେ ମାରଧର୍ କରୁଥିଲେ ଓ ଡାକ୍ତର ବାବୁ ଡାକ୍ତରଖାନା ଚାଲିଯିବା ପରେ ସେ ସ୍କୁଲ ପଢୁଆ ଝିଅକୁ ଜୋର୍ କରି ବ୍ଲୁ ସିନେମା ଦେଖାଉଥିଲେ।
ଅଭିଯୋଗ ପରେ ପୁଲିସ୍ ପୀଡିତାଙ୍କ ସାବତ ମା’ଙ୍କୁ ପଚରା ଉଚରା କରୁଥିବା ବେଳେ ଅଭିଯୁକ୍ତ ମାମୁଁ ଫେରାର ହୋଇ ଯାଇଛନ୍ତି।
from Odisha Reporter https://ift.tt/2oLbKsY
No comments:
Post a Comment