ସୂର୍ଯ୍ୟ ଜଣେ ଭ୍ରଷ୍ଟ ଲୋକ; ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି: ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ସୂର୍ଯ୍ୟ ଜଣେ ଭ୍ରଷ୍ଟ ଲୋକ; ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି: ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ପୁଣି ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମୀର ଦାଶଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଦାମ କହିଛନ୍ତି- “ସୂର୍ଯ୍ୟ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ। ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି।”

ଏହା ପୂର୍ବରୁ ଆଜି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ, ଟିଟୋ ସହ ଦାମ ବାବୁଙ୍କ ସଂପର୍କ ରହିଛି। ଇଫ୍‌କୋକୁ ଭୟଭୀତ କରି ଦାମଙ୍କ ପୁଅ ପରିବହନ କାମ ହାତେଇଛନ୍ତି। ଦାମଙ୍କ ତୁଣ୍ଡରେ ବାଡ଼ବତା ନାହିଁ। ସବୁବେଳେ ଅବାନ୍ତର କଥା କହି ମିଡିଆରେ ରହିବାକୁ ଚେଷ୍ଟା କରୁଛନ୍ତି।

ସେହିଭଳି ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ ସମୀର ଦାଶଙ୍କ ମନ୍ତବ୍ୟର ଜବାବରେ ସେ କହିଛନ୍ତି- “ଟିକେଟ୍‌ ପାଇଁ କଳ୍ପତରୁଙ୍କୁ କେତେ ଟଙ୍କା ଦେଇଥିଲେ କୁହ।”

ସେ ଆହୁରି କହିଛନ୍ତି-“ଇଚ୍ଛାକୃତ ଭାବେ ଜାଣିକି ମୋତେ ଅବକାରୀ ବିଭାଗ ଦେଇଥିଲେ। କେହି ମଦ ପିଇ ମଲେ, ମୋତେ ଇସ୍ତଫା ଦେବାକୁ କୁହାଯିବ। ୩ ବର୍ଷ ମନ୍ତ୍ରୀ ରହିଲି, ଜଣେ ବି କେହି ମଦ ପିଇ ମଲେନି।”

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ଦାମ। କହିଛନ୍ତି- “ବିଜୁ ବାବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦେବାକୁ କହିଥିଲେ; ଏବେ ତାଙ୍କ ପୁଅ ନବୀନ ଦୁର୍ନୀତିକୁ ନୀତି କରିବାକୁ କହୁଛନ୍ତି।”



from Odisha Reporter https://ift.tt/2Ni7j7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages