ମୋଦିଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ମୋଦିଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ

modi....

ନୂଆଦିଲ୍ଲୀ:  ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ସେ ୬୮ ବର୍ଷରେ ପାଦ ଦେଇଛନ୍ତି। ଏଥିପାଇଁ  ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି।

ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେଲେ। ତା’ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ସ୍କୁଲ୍‌ରେ ପଢ଼ିବା ବେଳେ ସେ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖି ନଥିଲେ। ସେ ସୈନିକ ହୋଇ ଦେଶକୁ ଶତ୍ରୁଙ୍କ ଦାଉରୁ ସୁରକ୍ଷା ଦେବାକୁ ସ୍ୱପ୍ନ ଦେଖିଥିଲେ।  ହେଲେ ତାଙ୍କର ସେହି ଇଚ୍ଛା ପୂରଣ ହୋଇପାରିଲା ନାହିଁ।

ମୋଦି ନିଜର ଘର ପାଖରେ ଥିବା ଜାମନଗର ସୈନିକ ସ୍କୁଲ ପାଠ ପଢ଼ିବାକୁ ଚାହୁଁଥିଲେ। ହେଲେ ସ୍କୁଲର ଫିସ୍‌ ଦେବା ପାଇଁ ତାଙ୍କ ବାପାଙ୍କ ପାଖରେ ପଇସା ନଥିଲା।  ଫଳରେ ସ୍କୁଲରେ ତାଙ୍କ ଆଡମିଶନ୍‌ ହୋଇପାରି ନ ଥିଲା। ପରେ ମୋଦି ଭଡ଼ନଗର ରେଲୱେ ଷ୍ଟେସନରେ ବାପାଙ୍କୁ ଚା’ ବିକ୍ରି କରିବାରେ ସାହାଯ୍ୟ କରିଥିଲେ।

modi..narandra

ସନ୍ୟାସୀ ହେବାକୁ ମନ ବଳାଇଥିଲେ- ବହୁତ କମ୍‌ ବୟସରେ ମୋଦିଙ୍କ ନିକଟରେ ସନ୍ୟାସୀ ହେବାର ରୁଚି ଦେଖିବାକୁ ମିଳିଥିଲା। ସେ ଛୋଟବେଳେ ଲୁଣ, ଲଙ୍କା ଓ ତେଲ ଖାଇବା ଛାଡ଼ି ଦେଇଥିଲେ। ଏହାସହ ମୋଦି ଛୋଟବେଳୁ ସ୍ୱାମୀ ବିବେକାନନ୍ଦ ଦେଖାଇଥିବା ଅଧ୍ୟାତ୍ମିକ ମାର୍ଗରେ ଚାଲୁଥିଲେ। ଅନ୍ୟମାନଙ୍କ ଅପେକ୍ଷା ମୋଦିଙ୍କ ଚିନ୍ତାଧାରା ଅଲଗା ଥିଲା।

hytg

ପଢ଼ିବାକୁ ଭଲ ପାଉଥିଲେ- ଅନ୍ୟ ପିଲାଙ୍କ ଭଳି ହୋମୱାର୍କ ଓ ସ୍କୁଲ ପରୀକ୍ଷାରେ ମୋଦିଙ୍କ ମନ ନ ଥିଲା। ବିଭିନ୍ନ ପୁସ୍ତକ ପଢ଼ିବାକୁ ସେ ଭଲ ପାଉଥିଲେ। ତା’ ସହିତ ବିଭିନ୍ନ ବିଷୟରେ ଚର୍ଚ୍ଚା କରିବାକୁ ସେ ପସନ୍ଦ କରୁଥିଲେ।

ମୋଦିଙ୍କ ମନ ପସନ୍ଦର ଅଭିନେତା- ମୋଦିଙ୍କୁ ଫିଲ୍ମ ଦେଖିବାକୁ ସମୟ ନଥିଲା। କିନ୍ତୁ ତାଙ୍କର ମନ ପସନ୍ଦର ଅଭିନେତା ହେଉଛନ୍ତି ଦେବାନନ୍ଦ।

 



from Odisha Reporter https://ift.tt/2xk0zfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages