ବିଜେଡି ଗଢ଼ିଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ବିଜେଡି ଗଢ଼ିଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ ବିଜେଡି ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଗଠନ ହୋଇଛି।

ଆଜି ଏହି ସାମ୍ମୁଖ୍ୟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ଗାଁ ଗହଳିରେ ମହିଳାଙ୍କ ଭୋଟକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଭୁବନେଶ୍ୱରରେ ଆଜି ଏହି ସାମ୍ମୁଖ୍ୟର ପ୍ରଥମ ବୈଠକରେ ସମଗ୍ର ରାଜ୍ୟରୁ ୨ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଯୋଗ ଦେଇଥିଲେ। ବିଜେଡି ରାଜ୍ୟ ମହିଳା ଶାଖା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ସମ୍ମିଳନୀକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ।

ସମ୍ମିଳନୀରେ ୩୧୪ଟି ବ୍ଲକ, ୧୧୦ଟି ମ୍ୟୁନିସିପାଲିଟି ଏବଂ ଏନ୍‍ଏସି ଓ ୫ଟି ମହାନଗର ନିଗମରୁ ପ୍ରତିନିଧି ଯୋଗ ଦେଇଥିଲେ। ଏହିଁ ସମ୍ମିଳନୀରେ ସାମ୍ମୁଖ୍ୟର ପଦାଧିକାରୀ ଚୟନ ହୋଇଥିଲା।ଏଥିରେ ସର୍ବସମ୍ମତିକ୍ରମେ ବିଜେଡି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ସଭାପତି ଭାବେ ନନ୍ଦିନୀ ପଣ୍ଡା, ସାଧାରଣ ସମ୍ପାଦିକା ଭାବେ ମଞ୍ଜୁଲତା ଦାସ, କୋଷାଧ୍ୟକ୍ଷ ଭାବେ ସୁଶ୍ରୀ ସଂଗୀତା ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ଉପସଭାପତି ଭାବେ ଜ୍ୟୋତ୍ସ୍ନାରାଣୀ ମିଶ୍ର, ମଞ୍ଜୁଲତା ପଟ୍ଟନାୟକ, ମନୋରମା ନନ୍ଦୀ, ରଶ୍ମୀବାଳା ମହାନ୍ତି, ପ୍ରଭାତ ନନ୍ଦିନୀ ଜେନା, ଭାନୁମତୀ ନାୟକ, ସ୍ୱର୍ଣ୍ଣଲତା ସାହୁ, ଜୟପ୍ରଭା ଜେନା, ସବିତା ପରିଡ଼ା, ଧାର୍ମିକା ହରିଜନ, ଉଷାରାଣୀ ମହାନ୍ତି, ସୁକାନ୍ତି ସୁନା ନିର୍ବାଚିତ ହୋଇଛନ୍ତି।

ସେହିପରି ସଂପାଦିକା ଭାବେ ପ୍ରଜ୍ଞାପରିମିତା ଜେନା, ପ୍ରଭାତୀ ରାୟସିଂହ, ଶ୍ରୀମତୀ ଇ. ପୂର୍ଣ୍ଣିଆମ୍ମା, ମଞ୍ଜୁଳା କୁମାରୀ ଦେବୀ, ବବିନା ବେହେରା, ତୃପ୍ତିମୟୀ ପାଇକରାୟ, ବୀଣାପାଣି ରାଉତ, ସଂଯୁକ୍ତା ମହାନ୍ତି, ଶାନ୍ତିଲତା କର, ଝୁନୁ ମହାନ୍ତି, ଜୟଶ୍ରୀ ଦାସ, ସ୍ମୃତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

ଉପଦେଷ୍ଟା ଭାବରେ ପ୍ରମିଳା ମଲ୍ଲିକ ଓ ସୁବାସ ସିଂହ ନିର୍ବାଚିତ ହୋଇଛନ୍ତି। କାଗଜପତ୍ର ପରିଚାଳନା କରିବା ପାଇଁ ସୁରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ୫୦ ଜଣିଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି।
ବିଜେଡି ଏହି ସାମ୍ମୁଖ୍ୟ ମାଧ୍ୟମରେ ରାଜ୍ୟର ୭୬ ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2pv0j9b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages