କାଲି ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରିବ ଏନ୍‌ଏସ୍‌ଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

କାଲି ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରିବ ଏନ୍‌ଏସ୍‌ଜି

jagannath

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)। ଏଥିପାଇଁ ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍ ପୁରୀ ଆସିବେ। ସୋମବାର ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥା ସେମାନେ ଯାଞ୍ଚ କରିବେ।

ସୂଚନା ଅନୁଯାୟୀ, ମନ୍ଦିର ଭିତରର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରାଯିବ। ଏନେଇ ପୁରୀ ଏସ୍‌ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୭ ଅକ୍ଟୋବର ମାସରେ ଏନ୍‌ଏସ୍‌ଜି ଟିମ୍‌ ଆସି ଶ୍ରୀମନ୍ଦିରର ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କିଛି ପରାମର୍ଶ ଦେଇଥିଲେ। ସେତେବେଳେ ସୁରକ୍ଷା ପାଇଁ ଦିଆଯାଇଥିବା ପରାମର୍ଶ ଓ ପ୍ରସ୍ତାବର ଅନୁପାଳନ ହୋଇଛି କି ନାହିଁ, ତାକୁ ମଧ୍ୟ ଟିମ ଅନୁଧ୍ୟାନ କରିବ।

ଏଥିସହ ଏନଏସଜି ଟିମ୍ କୋଣାର୍କ ମନ୍ଦିର ସୁରକ୍ଷା ନେଇ ମଧ୍ୟ ଯାଞ୍ଚ କରିବ। ପ୍ରତିବର୍ଷ ଏନଏସଜି ଟିମ୍ ଶ୍ରୀମନ୍ଦିର ସହ କୋଣାର୍କ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2puL4x9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages