
ନୂଆଦିଲ୍ଲୀ: ଏକ ବଡ଼ଧରଣର ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଛି ଦିଲ୍ଲୀ ସହର। ଦିଲ୍ଲୀରେ ଆକ୍ରମଣ କରି ନରସଂହାର କରିବାକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ କରିଥିବା ଯୋଜନା ଶେଷରେ ପଣ୍ଡ ହୋଇଯାଇଛି।
ଦିଲ୍ଲୀରେ ଆକ୍ରମଣ କରିବାକୁ ଆସିଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ସ୍ପେଶାଲ୍ ସେଲ୍ ଲାଲକିଲ୍ଲାରୁ ଗିରଫ କରି ଏକ ନିଶ୍ଚିତ ବିପଦକୁ ଟାଳି ଦେଇଛି।
ଏହି ଗିରଫ ଦୁଇ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆଇଏସ୍ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଜଣଙ୍କ ନାଁ ପରଭେଜ୍ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ଜାମଶେଦ ବୋଲି ଜଣାପଡ଼ିଛି। ଏମାନେ ଜମ୍ମୁ-କଶ୍ମୀରର ମୂଳ ବାସିନ୍ଦା।
ଏହି ଦୁଇ ଜଣଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ -୪୭ ବନ୍ଧୁକ ଜବତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।
from Odisha Reporter https://ift.tt/2M8XzHk
No comments:
Post a Comment