କାହିଁକି ରାତାରାତି ବଦଳି ଗଲେ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

କାହିଁକି ରାତାରାତି ବଦଳି ଗଲେ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ

ଶ୍ରୀନଗର: ଦୀର୍ଘ ବର୍ଷ ଧରି ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସ୍‌ପି ବୈଦ୍ୟଙ୍କୁ ରାତାରାତି ବଦଳି କରିଦିଆଯାଇଛି। ତାଙ୍କୁ,ଡିଜିପି ପଦରୁ ହଟାଇ ଦିଆଯାଇ ରାଜ୍ୟ ପରିବହନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। 
ନବ ନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ବିବାଦ ଓ ପୁଲିସ୍‌ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ମୁକ୍ତି ପାଇଁ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଛାଡ଼ି ଦେବା ଘଟଣାରେ ଏସ୍‌ପି ବୈଦ୍ୟଙ୍କ ଭୂମିକା ବିବାଦ ଘେରକୁ ଆସିଥିଲା।
ଅତର୍କିତ ଭାବେ ଏସ୍‌ପି ବୈଦ୍ୟଙ୍କୁ ବଦଳି କରାଯାଇଥିବାରୁ ତାଙ୍କ ସ୍ଥାନରେ ଡିଜିପି(ଜେଲ୍‌) ଦିଲବାଗ ସିଂହଙ୍କୁ ରାଜ୍ୟର କାମଚଳା ପୁଲିସ୍‌ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିୟମିତ  ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଶ୍ରୀ ସିଂହ ଏହି ଦାୟିତ୍ୱରେ ରହିବେ।
ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ କୌଣସି ପ୍ରକାରର ଅସ୍ଥାୟୀ ଡିଜିପି ନିଯୁକ୍ତ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଅସ୍ଥାୟୀ ଡିଜିପି ନିଯୁକ୍ତ କରିଥିବାରୁ ସୁପ୍ରିମକୋର୍ଟରେ ଏହାର କାରଣ ଦର୍ଶାଇଛନ୍ତି। ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ଦୀର୍ଘ ସମୟ ଧରି ଡିଜିପି ପଦ ଖାଲି ରଖାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ଡିଜିପି ନିଯୁକ୍ତ କରାଯାଇଛି।
ଏଥିସହ ୟୁପିଏସ୍‌ସିକୁ ନିୟମିତ ଡିଜିପି ନିଯୁକ୍ତ କରିବାକୁ ସୁପାରିସ୍‌ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଆସନ୍ତା ସୋମବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ।
ସତ୍ୟପାଲ ମଲ୍ଲିକ ରାଜ୍ୟପାଳ ନିଯୁକ୍ତ ହେବା ପରେ ସମସ୍ତ ପ୍ରକାରର ପ୍ରଶାସନିକ କ୍ଷମତା ନିଜ ହାତକୁ ନେଇଥିଲେ। ଏଥିସହ ଏସ୍‌ପି ବୈଦ୍ୟଙ୍କ ଜୁନିୟର ମୁନିଦ୍‌ ଖାନ୍‌ଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରିଥିଲେ, ଯାହାକୁ ନେଇ ଏସ୍‌ପି ବୈଦ୍ୟ ଓ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ଏସ୍‌ପି ବୈଦ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ।
କିନ୍ତୁ ପୁଲିସ୍‌ ମୁଖ୍ୟାଳୟରେ ଦୁର୍ନୀତି ଚାଲିଛି ଏବଂ ଏହାର ତଦନ୍ତ ଭିଜିଲାନ୍ସ ଦ୍ୱାରା ହେବାକୁ ଥିବାରୁଏସ୍‌ପି ବୈଦ୍ୟଙ୍କୁ ବଦଳି କରାଯାଇଥିବା କୁହାଯାଇଛି।
ନିକଟରେ  ଅପହୃତ ପୁଲିସ୍‌ ସମ୍ପର୍କୀୟମାନଙ୍କ ମୁକ୍ତି ପାଇଁ ଆତଙ୍କବାଦୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏସ୍‌ପି ବୈଦ୍ୟ ମୁକ୍ତ କରିଥିବାରୁ, ତାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା।


from Odisha Reporter https://ift.tt/2wT0Ip4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages