ମହଙ୍ଗା ହେବ ଫ୍ରିଜ୍‌, ଏସି ସହ ୧୯ ସାମଗ୍ରୀ, ସୀମା ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ମହଙ୍ଗା ହେବ ଫ୍ରିଜ୍‌, ଏସି ସହ ୧୯ ସାମଗ୍ରୀ, ସୀମା ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି କେନ୍ଦ୍ର ସରକାର। ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ଆଜି କେନ୍ଦ୍ର ସରକାର ୧୯ଟି ସାମଗ୍ରୀର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୧୯ଟି ସାମଗ୍ରୀ ମଧ୍ୟରେ ଏସି, ଫ୍ରିଜ୍‌, ୱାଶିଂମେସିନ ଓ ବିମାନ ତୈଳ ଇତ୍ୟାଦି ରହିଛି। ଏଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏହାର ଦାମ୍‌ ଏବେ ମହଙ୍ଗା ହେବ। ସୂଚନା ଅନୁଯାୟୀ ଆଜି ମଧ୍ୟରାତ୍ରରୁ ନୂଆଦର ଲାଗୁ ହେବ ବୋଲି ଜଣାପଡ଼ିଛି।

ଏସି ଓ ପ୍ରିଜ୍‌ର କମ୍ପ୍ରେସର ଦାମକୁ ମଧ୍ୟ ୭.୫%ରୁ ୧୦%କୁ ବୃଦ୍ଧି କରାଯାଇଛି। ବିମାନ ଇନ୍ଧନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଥିବାରୁ ଏଣିକି ବିମାନ ଯାତ୍ରା ମହଙ୍ଗା ହେବ।

ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ବିତ୍ତୀୟ ବର୍ଷରେ ଦେଶକୁ ୮୬,୦୦୦ କୋଟି ଟଙ୍କାର ଅନାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଛି। ତେଣୁ ଅନାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ମୂଲ୍ୟବାନ ଧାତୁ ଅଳଙ୍କାର, ଜୋତା, ସ୍ପିକର୍‌, କାର୍‌ ଟାୟାର,ଟ୍ରଙ୍କସ୍‌/ସୁଟ୍‌କେସ୍‌,ପରିବହନ ବ୍ୟାଗ୍, ଶାୱାର ବାଥ, ପାଣି ଟପ୍‌, ଟେବୁଲ ୱେର୍‌ ଓ କିଚିନ୍‌ ୱେର୍‌ ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ବୃଦ୍ଧି କରାଯାଇଛି।

ଦାମ ବଢ଼ିଥବା କିଛି ସାମଗ୍ରୀର ତାଲିକା

୧: ଏସି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।

୨: ଘରେ ବ୍ୟବହୃତ ହେଥିବା ଫ୍ରିଜ୍‌ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।

୩: ୧୦ କେଜି ଓଜନର କମ୍‌ ୱାଶିଂ ମେସିନ୍‌ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।

୪:ଏସି ଓ ଫ୍ରିଜ୍‌ କମ୍ପ୍ରେସର ଉପରେ ପୂର୍ବରୁ ୭.୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୦% ହୋଇଛ।

୫: ସ୍ପିକର୍‌ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ୧୫% ହୋଇଛି।

୬: ଜୋତା ଉପରେ ପୂର୍ବରୁ ୨୦% ସୀମା ଶୁଳ୍କ ଆଦାୟ ହେଉଥିବା ବେଳେ ଏବେ ୨୫%କୁ ବୃଦ୍ଧି ପାଇଛି।

୭:କାର ଟାୟାର ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।

୮: ମୂଲ୍ୟବାନ ଧାତୁ ଅଳଙ୍କାର ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।

୯: ସେମି ପ୍ରୋସେସଡ୍‌, ଅଧା କଟା ଓ ଭଗ୍ନ ଅବସ୍ଥାରେ ଥିବା ହୀରା ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।

୧୦:ଲ୍ୟାବ ଗ୍ରାଉନ୍‌ ହୀରା ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।

୧୧: ରତ୍ନପଥର ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।

୧୨: ପ୍ଲାଷ୍ଟିକ୍‌ ବକ୍ସ, ବଟଲ୍‌ କଣ୍ଟେନରସ୍‌ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।

୧୩: ଟ୍ରଙ୍କସ୍‌/ସୁଟ୍‌କେସ୍‌,ପରିବହନ ବ୍ୟାଗ୍ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।

୧୪: ପ୍ଲାଷ୍ଟିକରେ ନିର୍ମିତ କିଚେନ୍‌ ୱେର,ଟେବୁଲ ୱେର ଓ ଅନ୍ୟ ଘରୋଇ ଆସବାବ ପତ୍ର ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଥିବା ବେଳେ ଏବେ ଏହା ୧୫%କୁ ବୃଦ୍ଧି ପାଇଛି।

୧୫: ପ୍ଲାଷ୍ଟିକ୍‌ରେ ନିର୍ମିତ ଶାୱାର, ସଫା କରିବା ବେସିନ୍‌, ପାଣି କୁଣ୍ଢ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଆଦାୟ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।



from Odisha Reporter https://ift.tt/2NGHONM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages