ଓଭାଲରେ ପରାଜୟ ଏଡାଇବାକୁ ଆଜି ସଂଘର୍ଷ କରିବ ଟିମ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଓଭାଲରେ ପରାଜୟ ଏଡାଇବାକୁ ଆଜି ସଂଘର୍ଷ କରିବ ଟିମ ଇଣ୍ଡିଆ

cricket

ଓଭାଲ୍‌: ଲଣ୍ଡନ୍‌ର ଓଭାଲ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ପରାଜୟରୁ ବର୍ତ୍ତିବାକୁ ସଂଘର୍ଷ କରୁଛି ଭାରତୀୟ ଟିମ୍‌। ୪୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ତିନି ୱିକେଟ୍‌ ହରାଇ ୫୮ ରନ୍‌ କରିଛି। ଓପ୍ନର୍‌ ଲୋକେଶ ରାହୁଲ ୪୬ ଏବଂ ଆଜିଙ୍କ୍ୟ ରାହାଣେ ୧୦ ରନ୍ କରି ଅପରାଜିତ ଅଛନ୍ତି।

ଭାରତର ଅନ୍ୟତମ ଓପ୍ନର ଶିଖର ଧାୱନ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରି ନଥିଲେ। ସିରିଜ୍‌ରେ ନିଜ ବ୍ୟାଟିଂର ଯାଦୁ ଦେଖାଇ ଆସିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରି ନଥିଲେ। ପ୍ରଥମ ବଲ୍‌ରେ ହିଁ ଷ୍ଟ୍ରୁଆର୍ଟ ବୋର୍ଡ ତାଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇ ଦେଇଥିଲେ। ଜେମ୍ସ ଆଣ୍ଡରସନ୍‌ ଧାୱନ ଏବଂ ପୂଜାରାଙ୍କୁ ଆଉଟ୍‌ କରି ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌କୁ ପ୍ରାରମ୍ଭିକ ଝଟକା ଦେଇଥିଲେ।

ଆଲିଷ୍ଟର କୁକ୍‌ ଏବଂ ଅଧିନାୟକ ଜୋ ରୁଟ୍‌ଙ୍କ ଶତକ ବଳରେ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୪୨୩ କରି ଦ୍ୱିତୀୟ ପାଳି ଘୋଷଣା କରିଥିଲା।
୧-୩ରେ ୫ଟିକିଆ ସିରିଜ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଏବେ ଓଭାଲ୍‌ ଟେଷ୍ଟ୍‌କୁ ଡ୍ର ରଖିବାକୁ ସଂଘର୍ଷ କରୁଛି। ସେହିପରି ଇଂଲିଶ ଟିମ୍‌ର ଓପନର୍‌ ଆଲିଷ୍ଟର୍‌ କୁକ୍‌ଙ୍କୁ ବିଦାୟୀ ମ୍ୟାଚ୍‌ରେ ବିଜୟ ଭେଟି ଦେବାକୁ ଇଂଲଣ୍ଡ ଟିମ୍‌ ପୂରା ଦମ୍‌ ଲଗାଇ ଦେଇଛି।
୫ମ ଟେଷ୍ଟର ୪ର୍ଥ ଦିନରେ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୪୨୩ କରିବା ପରେ ଦ୍ୱିତୀୟ ପାଳି ଘୋଷଣା କରିଥିଲା। ଅର୍ଥାତ ଭାରତକୁ ଜିତିବା ପାଇଁ ୪୬୪ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା। ଇଂଲଣ୍ଡର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ସାମ କରାନ୍‌ଙ୍କୁ ଡେବ୍ୟୁଟାଣ୍ଟ ହନୁମା ବିହାରୀ ଆଉଟ୍‌ କରିଛନ୍ତି।
ମ୍ୟାଚ୍‌ର ଆଜି ଶେଷ ଦିନ ହୋଇଥିବା ବେଳେ ଏବେ ଏହାକୁ ବଞ୍ଚାଇବା ବାକି ଥିବା ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ପାଇଁ ଅଗ୍ନିପରୀକ୍ଷା ପରି ହୋଇଛି। ଯଦି ଭାରତ ମ୍ୟାଚ୍‌କୁ ଡ୍ର ରଖି ନପାରେ ତେବେ ୨୦୧୪ ଭଳି ଏଥର ମଧ୍ୟ ୪-୧ରେ ଇଂଲଣ୍ଡ ଗସ୍ତ ଶେଷ କରିବ।
ତୃତୀୟ ଦିନର ଅବିଭାଜିତ ଯୋଡ଼ି କୁକ୍‌ ଓ ରୁଟ୍‌ ୪ର୍ଥ ଦିନ ବେଶ ଆକ୍ରମଣାତ୍ମ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲେ। ନିଜ କ୍ରିକେଟ୍‌ ଜୀବନର ଶେଷ ମ୍ୟାଚ୍‌ ଖେଳୁଥିବା କୁକ୍‌ ଭାରତୀୟ ବୋଲର୍‌ଙ୍କ କଡ଼ା ମୁକାବିଲା କରିଥିଲେ।
ଗତକାଲି ୭୪ ରନ୍‌ କରିଥିବା କୁକ୍‌ ଆଜି ନିଜ ଟେଷ୍ଟ୍‌ କ୍ୟାରିୟର୍‌ର ୩୩ ତମ ଶତକ ହାସଲ କରିଥିଲେ। ଏହି ସମୟରେ ସମଗ୍ର ଷ୍ଟାଡିୟମ ଛିଡ଼ା ହୋଇ କୁକ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲା। ଏହାପରେ ରୁଟ୍‌ ମଧ୍ୟ ଚଳିତ ସିରିଜ୍‌ର ପ୍ରଥମ ଶତକ ସହ ନିଜ ଟେଷ୍ଟ୍‌ କ୍ୟାରିୟରର ୧୪ତମ ଶତକ ହାସଲ କରିଥିଲେ। ଉଭୟ ଇଂଲିଶ ପାଳିକୁ ଆଗକୁ ନେବା ସହ ଦଳୀୟ ସ୍କୋର ୩୨୧ରେ ପହଞ୍ଚାଇ ଦେଇଥିଲେ।
ଭାରତ ପକ୍ଷରୁ ଡେବ୍ୟୁ କରୁଥିବା ହନୁମା ବିହାରୀ କ୍ରମାଗତ ଦୁଇଟି ବଲ୍‌ରେ ରୁଟ୍‌ ଓ କୁକ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। କିନ୍ତୁ ସେତେବେଳକୁ ଟିମ୍‌ ଇଂଲଣ୍ଡ ବିଶାଳ ୩୬୧ ରନ୍‌ର ଅଗ୍ରଣୀ ହାସଲ କରିସାରିଥିଲା।
କୁକ୍‌ ୧୪୭ ରନ୍‌ କରି ୱିକେଟ୍‌ କିପର୍‌ ଋଷଭ ପନ୍ତଙ୍କ ହାତରେ ଆଉଟ୍‌ ହୋଇଥିବା ବଳେ ରୁଟ୍‌ ୧୨୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।
କୁକ୍‌ ପଡ଼ିଆରୁ ବିଦାୟ ନେବା ବେଳେ ଭାରତୀୟ ଖେଳାଳିମାନେ ତାଙ୍କ ପାଖକୁ ଯାଇ ହାତ ମିଳାଇ ବିଦାୟ ଜଣାଇଥିଲେ।
ଏହାପରେ ଇଂଲଣ୍ଡର ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ଆଉଟ୍‌ ହୋଇଥିଲେ। ଜନ୍ନି ବେୟାରଷ୍ଟୋ(୧୮)ଙ୍କୁ ମହମ୍ମ ସାମି କ୍ଲିନ୍‌ ବୋଲ୍ଡ କରିଥିବା ବେଳେ ଜୋସ୍‌ ବଟଲରଙ୍କୁ ଖାତା ଖୋଲିବା ପୂର୍ବରୁ ରବୀନ୍ଦ୍ର ଜାଡେଜା ଆଉଟ୍‌ କରିଦେଇଥିଲେ। ସେହିପରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିବା ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସଙ୍କୁ ଲୋକେଶ ରାହୁଲଙ୍କ ହାତରେ ଜାଡେଜା କ୍ୟାଚ୍‌ କରାଇ ଇଂଲଣ୍ଡକୁ ସପ୍ତମ ଝଟ୍‌କା ଦେଇଥିଲେ।
ଭାରତ ପକ୍ଷରୁ ଜାଡେଜା ଓ ହନୁମା ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ସାମି ୨ଟି ୱିକେଟ୍‌ ପାଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୩୩୨ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୨୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଗୁରୁତ୍ୱପୂର୍ଣ୍ଣ ୪୦ ରନ୍‌ର ଅଗ୍ରଣୀ ହାସଲ କରିଥିଲା।



from Odisha Reporter https://ift.tt/2oVFX8T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages