ଚାଣକ୍ୟ ନୀତି: ଆପଣଙ୍କ ସଫଳତା ଆପଣଙ୍କ ଚେଷ୍ଟା ଉପରେ ନିର୍ଭର କରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଚାଣକ୍ୟ ନୀତି: ଆପଣଙ୍କ ସଫଳତା ଆପଣଙ୍କ ଚେଷ୍ଟା ଉପରେ ନିର୍ଭର କରେ

chanakya

ଆଚାର୍ଯ୍ୟ ଚାଣକ୍ୟ ବହୁତ କିଛି ଭଲ ଉପଦେଶ ଦେଇଯାଇଛନ୍ତି। ସଫଳତାକୁ ନେଇ ସେ ଯାହା କହିଛନ୍ତି, ଆଜିର ସମୟରେ ଚାକିରି ଓ ବ୍ୟବସାୟରେ ତା’କୁ କାମରେ ଲଗାଇଲେ ସଫଳତା ଆପଣାଛାଏଁ ଆସି ପାରିବ।

ସେ ତାଙ୍କ ନୀତିଶାସ୍ତ୍ରର ଚତୁର୍ଥ ଅଧ୍ୟାୟର ୧୮ତମ ଶ୍ଲୋକରେ ସଫଳତାର ସୂତ୍ର ଉଲ୍ଲେଖ କରିଛନ୍ତି। ଏହାବାଦ୍ ଆଉ ଏକ ସଫଳତାର ସୂତ୍ର ଷଷ୍ଠ ଅଧ୍ୟାୟର ୧୬ତମ ଶ୍ଲୋକରେ କହିଛନ୍ତି।

ଏଥିରେ ସେ କହିଛନ୍ତି, କୌଣସି କାମ ଆରମ୍ଭ କରିବା ବେଳେ କିଛି ନିର୍ଦ୍ଦିଷ୍ଟ କଥା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିବାର ସମ୍ଭାବନା ବଢ଼ିଯାଇଥାଏ। ସେ କହିଛନ୍ତି, ସଫଳତା ଜଣଙ୍କର ଚେଷ୍ଟା ଉପରେ ନିର୍ଭର କରିଥାଏ।

ଚାଣକ୍ୟଙ୍କ ମତରେ, ଜଣେ ବ୍ୟକ୍ତି ସଫଳତା ପାଇବାକୁ ହେଲେ ପୂରା ଇଚ୍ଛାଶକ୍ତିର ସହ କାମ କରିବାକୁ ପଡ଼ିବ। ବାଘ ଯେମିତି ସୁଚିନ୍ତିତ ଓ ଯୋଜନାବଦ୍ଧ ଉପାୟରେ ଶିକାର କରିଥାଏ, ସେମିତି ଚେଷ୍ଟା କରିବାକୁ ପଡ଼ିବ। କାମ ଛୋଟ ହେଉ କି ବଡ଼, ଯଦି ଆମେ ଶତ ପ୍ରତିଶତ ଚେଷ୍ଟା କରିବା ତେବେ ସଫଳତା ନିଶ୍ଚିତ ମିଳିବ।

ତାଙ୍କ ମତରେ, ବାଘ କେବେ ନିଜ ଶିକାରକୁ ହାତଛଡ଼ା କରିନଥାଏ। କାରଣ ସେ ଯେତେବେଳେ ଶିକାର ଉପରେ ଆକ୍ରମଣ କରିଥାଏ, ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥାଏ। ଏହି କାରଣରୁ ସେ କେବେ ଅସଫଳ ହୋଇ ନଥାଏ। ଆମକୁ ବାଘ ପରି ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ିବାକୁ ପଡ଼ିବ। କାମରେ କୌଣସି ପ୍ରକାର ଅଣଦେଖା କରିଲେ ଲକ୍ଷ୍ୟ ଦୂରେଇ ଯିବ।



from Odisha Reporter https://ift.tt/2x3EMb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages