ଇଞ୍ଜିନିୟରଙ୍କଠୁ ବି ଅଧିକ ଦରମା ପାଉଛନ୍ତି ବଲିଉଡ୍‌ ଷ୍ଟାର୍‌ଙ୍କ ବଡିଗାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଇଞ୍ଜିନିୟରଙ୍କଠୁ ବି ଅଧିକ ଦରମା ପାଉଛନ୍ତି ବଲିଉଡ୍‌ ଷ୍ଟାର୍‌ଙ୍କ ବଡିଗାର୍ଡ

body

ମୁମ୍ବାଇ: ଦେହରକ୍ଷୀ ବା ବଡିଗାର୍ଡଙ୍କ ଦରମା ଜଣେ ଇଞ୍ଜିନିୟରଙ୍କ ଦରମାଠାରୁ ଢେରଗୁଣ ଅଧିକ। ଏହା କେଉଁ ବାହାର ଦେଶର କଥା ନୁହେଁ, ଖୋଦ୍‌ ଭାରତର। ଆଉ ଏହି ଦାମୀ ବଡିଗାର୍ଡମାନେ ହେଉଛନ୍ତି ଆମ ବଲିଉଡ୍‌ ଷ୍ଟାରମାନଙ୍କ ଖାସ୍‌।

ବଲିଉଡ୍‌ ଷ୍ଟାର ଯେତେ ଲୋକପ୍ରିୟ ହୋଇଥାଆନ୍ତି ତାଙ୍କ ଉପରେ ବିପଦ ସେତିକି ଥାଏ।  କେବେ କିଏ ତାଙ୍କ ଉପରେ ଆକ୍ରମଣ କରିବ କିମ୍ବା ତାଙ୍କୁ କ୍ଷତି ପହଞ୍ଚାଇବ ତାହା କହିହେବନି।  ସେଥିପାଇଁ ସେ ଘରୁ ବାହାରିବା ସମୟରେ ବଡ଼ିଗାର୍ଡ୍‌ ସବୁବେଳେ  ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାଙ୍ଗରେ ରହିଥାନ୍ତି।

କିନ୍ତୁ ସେମାନଙ୍କୁ କେଉଁ ମାମୁଲି ସିକ୍ୟୁରିଟି ଗାର୍ଡ୍‌ ଭାବିବାକୁ ଚେଷ୍ଟା କରିବେନି। କାହିଁକି ନା ତାଙ୍କ ଦରମା ଆଗରେ ଇଞ୍ଜିନିୟର୍‌ଙ୍କ ଦରମା ବି କିଛି ନୁହେଁ।

ତେବେ ଆଜି ଚାଲନ୍ତୁ ଜାଣିବା ଷ୍ଟାର୍‌ଙ୍କର ବଡ଼ିଗାର୍ଡ୍‌ଙ୍କ ଆୟ ସମ୍ପର୍କରେ।

akhiiiଶ୍ରେୟସ୍‌:  ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର ଷ୍ଟଣ୍ଟ୍‌ କରିବାରେ ଖୁବ୍‌ ମାହିର୍‌।  ବୟସ ବଢ଼ିବା ସହ ଫିଟ୍‌ ରହିବାରେ ସେ ସବୁଠୁ ଆଗରେ। କିନ୍ତୁ ରିଲ୍‌ ଓ ରିଅଲ୍‌ ଲାଇଫ୍‌ର ତଫାତ୍‌ କ’ଣ ସେ ଖୁବ୍‌ ବଲଭାବେ ଜାଣନ୍ତି। ସେଥିପାଇଁ ସେ ନିଜ ସୁରକ୍ଷା ପାଇଁ ବଡିଗାର୍ଡ୍‌ ରଖିଛନ୍ତି।  ଅକ୍ଷୟଙ୍କ ବଡିଗାର୍ଡଙ୍କ ନାଁ ହେଉଛି ଶ୍ରେୟସ୍‌।  ଯାହାଙ୍କ ବାର୍ଷିକ ଆୟ ୧.୨କୋଟି।

amitabଜିତେନ୍ଦ୍ର ସିନ୍ଧେ: ମହାନାୟକ ଅମିତାଭ ବଚ୍ଚନଙ୍କ ସୁରକ୍ଷା ଖାଲି ଆମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ ସାରା ଦେଶ ପାଇଁ ଜରୁରୀ। ତେଣୁ ଅମିତାଭ୍‌ଙ୍କ ସୁରକ୍ଷା ପାଇଁ  ତାଙ୍କର ଏକ ବଡିଗାର୍ଡ ଅଛନ୍ତି। ତାଙ୍କ ନା ଜିତେନ୍ଦ୍ର ସିନ୍ଧେ। ତାଙ୍କର ବର୍ଷକୁ ଆୟ ୧.୫ କୋଟି।

ameerୟୁବରାଜ୍‌ ଘୋରପଡେ: ବଲିଉଡ୍‌ର ପରଫେକ୍‌ସନିଷ୍ଟ୍‌ ଆମୀର୍‌ ଖାନ୍‌ ନିଜ ସୁରକ୍ଷା ପାଇଁ ୟୁବରାଜ୍‌ ଘୋରପଡେଙ୍କୁ ନିୟୋଜିତ କରିଛନ୍ତି।  ଆମୀର ତାଙ୍କୁ ବାର୍ଷିକ ୨ କୋଟି ଟଙ୍କା ସାଲାରି ଦିଅନ୍ତି।

salmanସେରା: ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ୍‌ ସେରାଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି। ସେ ଖୁବ୍‌ ଲୋକପ୍ରିୟ ହୋଇ ସାରିଛନ୍ତି। ସଲ୍‌ମାନ୍‌ଙ୍କ ଫ୍ୟାନ୍‌ମାନେ ଶେରାଙ୍କ ବିଷୟରେ ବି ପ୍ରାୟ ସବୁକିଛି ଜାଣିଛନ୍ତି। ଏମିତିକି  ସେରା ଏକ ସାକ୍ଷାତକାରରେ କହିଥିଲେ, ସେ ସଲ୍‌ମାନ୍‌ଙ୍କ ପାଇଁ  ନିଜ ଜୀବନ ବି ଦେଇପାରନ୍ତି। ସେ ଅନେକ ଦିନରୁ ସଲମାନ୍‌ଙ୍କ ସହ ରହୁଛନ୍ତି। ତାଙ୍କର ବାର୍ଷିକ ଆୟ ୨ କୋଟି ଟଙ୍କା।

saharukhରବି ସିଂହ: ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଖୁବ୍‌ ଅଧିକ।  ତେଣୁ ତାଙ୍କ ସୁରକ୍ଷାର ଚିନ୍ତା ସବୁବେଳେ ରହିଥାଏ। ସେଥିପାଇଁ ସେ ନିଜ ସୁରକ୍ଷା ପାଇଁ ଜଣେ ବଡିଗାର୍ଡ୍‌  ରଖିଛନ୍ତି। ତାଙ୍କ ନାଁ ରବି ସିଂହ। ରବିଙ୍କ ବାର୍ଷିକ ଆୟ ୨.୫ କୋଟି।

 

 

 

 

 



from Odisha Reporter https://ift.tt/2RcT4zy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages