ମହାଭାରତର ଏହି ଯୋଦ୍ଧା ମୃତ୍ୟୁ ପରେ ଆସି ପିତୃ ପୁରୁଷଙ୍କୁ ଦେଇଥିଲେ ଶ୍ରାଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ମହାଭାରତର ଏହି ଯୋଦ୍ଧା ମୃତ୍ୟୁ ପରେ ଆସି ପିତୃ ପୁରୁଷଙ୍କୁ ଦେଇଥିଲେ ଶ୍ରାଦ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଶ୍ରାଦ୍ଧ ପକ୍ଷ ଚାଲୁଛି। ଏହି ପ୍ରିକ୍ରିୟା ୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୧୬ ଦିନ ଧରି ପିତୃପକ୍ଷ ଚାଲେ। କୁହାଯାଏ ପୁତ୍ରର ପିଣ୍ଡଦାନ ଦ୍ଵାରା ସ୍ଵର୍ଗତ ପିତାମାତା ଓ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ। ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ। କେତେକଙ୍କ ମତରେ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ।

ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ସମୟରେ  ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ।  ଏହି ମହତ୍ତ୍ୱପୂର୍ଣ୍ଣ ଦିନରେ ମୃତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧରେ ଦାନ କରାଯାଉଥିବା ଅନ୍ନ, ଜଳ, ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ।

ଆଉ ଏଥିରେ ପିତୃଲୋକ ସନ୍ତୁଷ୍ଟ ହୋଇ ବର୍ଷ ସାରା ଆଶିଷ ଦେଇଥାନ୍ତି।

ତେବେ ଶ୍ରାଦ୍ଧକୁ ନେଇ ମହାଭାରତର କର୍ଣ୍ଣଙ୍କ କ୍ଷେତ୍ରରେ ଏକ କଥା ପ୍ରଚଳିତ ରହିଛି। ଯେଉଁଥିରେ କୁହାଯାଇଛି ଯେ, କର୍ଣ୍ଣଙ୍କ ମୃତ୍ୟୁ ହେଲା ପରେ ତାଙ୍କ ଆତ୍ମା ଯେତେବେଳେ ସ୍ୱର୍ଗଲୋକରେ ପହଞ୍ଚିଲା ସେଠି ତାଙ୍କୁ ଭୋଜନରେ ଖାଇବା ପାଇଁ ବହୁତ ସୁନା ଏବଂ ସ୍ୱର୍ଣ୍ଣ ଆଭୂଷଣ ପରଷା ଯାଇଥିଲା।

ତେବେ ଏହା ଦେଖି କର୍ଣ୍ଣଙ୍କ ଆତ୍ମା କିଛି ବୁଝିପାରିଲେ ନାହିଁ। ତେଣୁ ସେ ଦେବରାଜ ଇନ୍ଦ୍ରଙ୍କୁ ପଚାରିଲେ ତାଙ୍କୁ ଭୋଜନ ପାଇଁ କାହିଁକି ସୁନା ଦିଆଯାଉଛି।  ଉତ୍ତରରେ ଇନ୍ଦ୍ର କହିଲେ ତୁମେ ତୁମ ଜୀବନ କାଳରେ କେବଳ ସୁନା ହିଁ ଦାନ କରିଛ। କେବେ ବି ନିଜ ପୂର୍ବଜଙ୍କୁ  ଭୋଜନ ପାଇଁ ଖାଦ୍ୟ ଉପଯୋଗୀ ଜିନିଷ ଦେଇନାହଁ। ଏହି କାରଣରୁ ତୁମକୁ ବି ଖାଇବା ପାଇଁ ସୁନାହିଁ ଦିଆଯାଇଛି।

ଇନ୍ଦ୍ରଙ୍କ ଉତ୍ତର ଶୁଣି କର୍ଣ୍ଣ କହିଲେ ମୋତେ ମୋର ପୂର୍ବଜଙ୍କ ବିଷୟରେ କିଛି ଜଣା ନଥିଲା। ତେଣୁ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ କିଛି ବି ଦାନ କରିପାରି ନଥିଲି। ଏହା ଶୁଣି କର୍ଣ୍ଣ କରିଥିବା ଭୁଲର ପ୍ରାୟଶ୍ଚିତ ପାଇଁ ଦେବରାଜ  ଇନ୍ଦ୍ର ତାଙ୍କୁ ଏକ ମଉକା ଦେଇଥିଲେ। ଆଉ ୧୬ ଦିନ ପାଇଁ କର୍ଣ୍ଣଙ୍କୁ ଧରାପୃଷ୍ଠକୁ ପଠାଇଥିଲେ। ଏହା ପରେ କର୍ଣ୍ଣ ପୃଥିବୀ ପୃଷ୍ଠକୁ ଆସି ୧୬ ଦିନ ପର୍ଯ୍ୟନ୍ତ ନିଜ ପୂର୍ବଜଙ୍କୁ ସ୍ମରଣ କରି ଭୋଜନ ଅର୍ପଣ କରିଥିଲେ। ସେବେଠାରୁ ପିତୃପୁରୁଷ ପକ୍ଷକୁ ୧୬ ଦିନ ଧରି ପାଳନ କରାଯାଏ ବୋଲି କୁହାଯାଉଛି।



from Odisha Reporter https://ift.tt/2QoDtvB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages