‘ଜଗନ୍ନାଥ ନୁହେଁ, ଓଡ଼ିଶା ରସଗୋଲା ନାଁରେ ଆବେଦନ ହୋଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

‘ଜଗନ୍ନାଥ ନୁହେଁ, ଓଡ଼ିଶା ରସଗୋଲା ନାଁରେ ଆବେଦନ ହୋଇଛି’

Rasagolla

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯାଇଛି। ହେଲେ ଜଗନ୍ନାଥ ରସଗୋଲା ନାଁରେ ନୁହେଁ। କାରଣ ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ ଲାଗି ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ।

ବିଜେଡି ବିଧାୟକ ଭାଗିରଥୀ ବଡଜେନାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଜଗନ୍ନାଥ ରସଗୋଲା ନାଁରେ ସରକାର ପାଖରେ କିଛି ପ୍ରସ୍ତାବ ନଥିବାରୁ ଓଡ଼ିଶା ରସଗୋଲା ନାଁରେ ଓଏସଆଇସି ପକ୍ଷରୁ ଆବେଦନ ହୋଇଛି।

ଗତ ଫେବ୍ରୁଆରୀ ୨୩ ତାରିଖରେ ଚେନ୍ନାଇ ସ୍ଥିତ ଜିଆଇ ଅଫିସ୍‌ରେ ଏ ସଂକ୍ରାନ୍ତ ଆବେଦନ କରାଯାଇଛି। ଏ ସଂପର୍କରେ ୧୪ଟି ପଏଣ୍ଟ ବିଶିଷ୍ଟ ପ୍ରଶ୍ନାବଳୀର ଉତ୍ତର ଜିଆଇ ଅଫିସ୍ ମାଗିଥିବାରୁ ଗତ ଅଗଷ୍ଟ ୧୭ ତାରିଖରେ ଏ ସଂପର୍କିତ ବିବରଣୀ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି।



from Odisha Reporter https://ift.tt/2QcrwcQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages