
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇମ୍ଫାର ଇମ୍ପାକ୍ଟ (Indian Metals Public Charitable Trust) ପକ୍ଷରୁ ଆଜି ୩୯ ତମ ଶାରଳା ପୁରସ୍କାର ଘୋଷଣା ହୋଇଛି।
ଚଳିତବର୍ଷ ପାଇଁ ‘ଶାରଳା ପୁରସ୍କାର’ ପାଇବେ ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ। ଶ୍ରୀ ପାଣ୍ଡବଙ୍କ ଦ୍ଵାରା ଲିଖିତ ‘ମିଶ୍ର ଧ୍ରୁପଦ’ ପାଇଁ ତାଙ୍କୁ ଏହି ମର୍ଯାଦାଜନକ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ।
ସେହିପରି ସଙ୍ଗୀତ କ୍ଷେତ୍ରରେ ଉମେଶ ଚନ୍ଦ୍ର କର ଓ ଚିତ୍ରକଳା କ୍ଷେତ୍ରରେ ବିନୋଦ ମହାରଣାଙ୍କୁ ପୁରସ୍କୃତ କରାଯିବ। ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ।
ଅକ୍ଟୋବର ୨୬ ତାରିଖରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯିବ ବୋଲି ‘ଇମ୍ପାକ୍ଟ’ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2M7OOxi
No comments:
Post a Comment