
ଓଭାଲ୍: ଲଣ୍ଡନ୍ର କିଆ ଓଭାଲ୍ ଗ୍ରାଉଣ୍ଡ୍ରେ ମ୍ୟାଚ୍ ବଞ୍ଚାଇବା ପାଇଁ ଟିମ୍ ଇଣ୍ଡିଆ ଏବେ ବି ସଂଘର୍ଷ ଜାରି ରଖିଛି। ଟିମ୍ ଇଣ୍ଡିଆର ଏକମାତ୍ର ଭରସା କୁହାଯାଉଥିବା ଓପନର୍ କେଏଲ୍ ରାହୁଲ ଏବେ ବି କ୍ରିଜ୍ରେ ରହିଛନ୍ତି। ସେ ନିଜ ଟେଷ୍ଟ୍ କ୍ୟାରିୟର୍ ୫ମ ଶତକ ହାସଲ କରି ଇଂଲଣ୍ଡ ବୋଲର୍ଙ୍କୁ ମୁକାବିଲା କରିଚାଲିଛନ୍ତି। ତଥାପି ଭାରତ ଉପରୁ ବିପଦ ଟଳିନାହିଁ।
ଲଞ୍ଚ୍ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ରାହୁଲ ଅପରାଜିତ ୧୦୮ ରନ୍ କରିଥିବା ବେଳେ ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ଋଷଭ ପନ୍ତ ୧୨ ରନ୍ କରି କ୍ରିଜ୍ରେ ରହିଛନ୍ତି। ଭାରତ ବର୍ତ୍ତମାନ ଇଂଲଣ୍ଡ ଦେଇଥିବା ୪୬୪ ରନ୍ ଟାର୍ଗେଟର ପିଛା କରୁନାହିଁ, ବରଂ ମ୍ୟାଚ୍ କିଭଳି ଡ୍ର ରହିବ, ତା’ ଉପରେ ଗୁରୁତ୍ୱ ଦେଉଛି। ଏବେ ବି ଭାରତ ଇଂଲଣ୍ଡ ସ୍କୋରଠାରୁ ୨୯୭ ରନ୍ ପଛରେ ରହିଛି।

ଗତକାଲି ଟିମ୍ ଇଣ୍ଡିଆର ଅପରାଜିତ ଯୋଡ଼ି କେଏଲ୍ ରାହୁଲ ଓ ଅଜିଙ୍କ୍ୟ ରାହଣେ ୫ମ ଦିନ ଆରମ୍ଭରୁ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଗୋଟିଏ ପଟେ ରାହୁଲ ଇଂଲିଶ ବୋଲର୍ଙ୍କୁ କଡ଼ା ପ୍ରହାର କରୁଥିବା ବେଳେ ରାହଣେ ବେଶ ସତର୍କତାର ସହ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ସ୍କୋରକୁ ଆଗକୁ ନେଇଥିଲେ।
ଉଭୟ ୪ର୍ଥ ୱିକେଟ୍ ପାଇଁ ୧୧୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୨୦ ଥିବା ବେଳେ ରାହଣେଙ୍କୁ ଅଫସ୍ପିନର୍ ମୋଇନ୍ ଅଲ୍ଲୀ ୱିକେଟ୍ କିପର୍ ଜନ୍ନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଆଉଟ୍ ହେବା ପୂର୍ବରୁ ରାହଣେ ୩୭ ରନ୍ କରିଥିଲେ।
ଏହାର ପରବର୍ତ୍ତୀ ଓଭର୍ରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଡେବ୍ୟୁଟାଣ୍ଟ ହନୁମା ବିହାରୀଙ୍କୁ ଶୁନରେ ଆଉଟ୍ କରି ଭାରତକୁ ପୁଣି ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। 

ଗୋଟିଏ ପଟେ ଲଗାତର ଦୁଇଟି ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ସଙ୍କଟରେ ଥିଲେ ହେଁ ରାହୁଲ କିନ୍ତୁ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ସେ ବେନ୍ ଷ୍ଟୋକ୍ସଙ୍କୁ ଗୋଟିଏ ଓଭରରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ନିଜ ଟେଷ୍ଟ୍ କ୍ୟାରିୟର୍ର ୫ମ ଶତକ ହାସଲ କରିଥିଲେ। ସିରିଜ୍ ସାରା ଖରାପ ଫର୍ମରେ ଥିବା ରାହୁଲ ଏହି ଇନିଂସରେ ଶତକ ମାରି ଭାରତ ପାଇଁ କିଛିଟା ଆଶା ସୃଷ୍ଟି କରିଛନ୍ତି।
ହନୁମା ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା ପନ୍ତ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଛନ୍ତି।

ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍ ୪୨୩ରେ ଘୋଷଣା କରିବା ପରେ ଭାରତ ସାମ୍ନାରେ ବିଶାଳ ୪୬୪ ରନ୍ର ଟାର୍ଗେଟ ରହିଛି। ଗତକାଲି ଭାରତ ତା’ର ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ହରାଇ ୫୮ ରନ୍ କରିଥିଲା।
from Odisha Reporter https://ift.tt/2NyAUJv
No comments:
Post a Comment