୩୩ ବୋତଲ ବିୟର ପାଇଲେ କୁକ୍‌, କିଏ ଓ କାହିଁକି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

୩୩ ବୋତଲ ବିୟର ପାଇଲେ କୁକ୍‌, କିଏ ଓ କାହିଁକି ଦେଲା

ଓଭାଲ୍‌: ଟିମ୍‌ ଇଂଲଣ୍ଡର ଓପନର୍‌ ଆଲିଷ୍ଟର୍‌ କୁକ୍‌ ୱାଇନ୍‌ ବଦଳରେ ବିୟର ପିଇବାକୁ ଭଲ ପାଆନ୍ତି। ତେଣୁ ସେ ଯେତେବେଳେ ତାଙ୍କ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଦ୍ଵିତୀୟ ଇନିଂସରେ ତାଙ୍କ କ୍ରିକେଟ୍‌ କ୍ୟାରିଅରର ୩୩ତମ ଶତକ ହାସଲ କଲେ, ସେତେବେଳେ ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କୁ ୩୩ଟି ବୋତଲ୍‌ ବିୟର୍‌ ଉପହାର ଆକାରରେ ଦିଆଯାଇଥିଲା। ଓଭାଲ ଟେଷ୍ଟର 
୪ର୍ଥ ଦିନର ଖେଳ ଶେଷ ହେବା ପରେ  କୁକ୍‌ଙ୍କୁ ଏଭଳି ବିୟର ଉପହାର ମିଳିଥିଲା।   
 
କୁକ୍‌ ତାଙ୍କ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ଅନେକ ଥର ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସାମ୍ବାଦିକଙ୍କ ସହ ବନ୍ଧୁ ଭଳି ବ୍ୟବହାର କରିଛନ୍ତି। ତେଣୁ ସମସ୍ତ ସାମ୍ବାଦିକଙ୍କ  ପକ୍ଷରୁ ତାଙ୍କୁ ଏଭଳି ଉପହାର ଦିଆଯାଇଛି ବୋଲି ଜଣେ ସାମ୍ବାଦିକ କହିଛନ୍ତି।
 
କୁକ୍‌ ଇଂଲଣ୍ଡ ପକ୍ଷରୁ ୧୬୧ଟି ଅନ୍ତର୍ଜାତୀୟ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୪୫.୩୫ ହାରରେ ୧୨୪୭୨ ରନ୍‌ କରିଛନ୍ତି। ଏଥିରେ ୩୩ଟି ଶତକ ଓ ୫୭ଟି ଅର୍ଦ୍ଧଶତକ ରହିଛି। 
 
ସାମ୍ବାଦିକମାନେ କୁକ୍‌ଙ୍କ ସହ ଆଲୋଚନା ସମୟରେ ତାଙ୍କୁ କହିଛନ୍ତି, “ଜୀବନରେ ଉତ୍ଥାନପତନ ଆସିଥାଏ। କିନ୍ତୁ ଆପଣ ବେଶ ପ୍ରଫେସନାଲ୍‌ ଭାବେ ଆମ ସହ ବ୍ୟବହାର କରିଛନ୍ତି। ଆପଣ ଆମ ପାଇଁ ଯାହା କରିଛନ୍ତି, ସେଥିପାଇଁ ଆମେ ଆପଣଙ୍କ ପାଖରେ ୠଣୀ  ଆପଣ ଥରେ କହିଥିଲେ, ରାତ୍ରି  ଭୋଜନକୁ ଯିବା ବେଳେ ଆପଣ ୱାଇନ୍‌ ବଦଳରେ ବିୟର ପିଇବାକୁ ଭଲ ପାଆନ୍ତି। ତେଣୁ ଆପଣଙ୍କୁ ଆମେ ବିୟର ଦେଉଛୁ।”
 
ଏହାପରେ କୁକ୍‌ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ଥିବା ସବୁ ସାମ୍ବାଦିକଙ୍କ ସହ ହାତ ମିଳାଇଥିଲେ। 


from Odisha Reporter https://ift.tt/2xcCk2f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages