ଜାପାନରେ ପ୍ରଭୁ ଗଣେଶଙ୍କୁ କେଉଁ ନାମରେ ପୂଜା କରାଯାଏ? ଜାଣନ୍ତୁ ଆଉ କିଛି ବିଶେଷତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଜାପାନରେ ପ୍ରଭୁ ଗଣେଶଙ୍କୁ କେଉଁ ନାମରେ ପୂଜା କରାଯାଏ? ଜାଣନ୍ତୁ ଆଉ କିଛି ବିଶେଷତ୍ୱ

ଆସନ୍ତାକାଲି ଗଣେଶ ପୂଜା। ପାର୍ବଣର ଆଦ୍ୟ ପୂଜ୍ୟ ଭାବେ ଧରାପୃଷ୍ଟରେ ଆବିଭାର୍ବ ହୋଇଥାଆନ୍ତି ପ୍ରଭୁ ଗଣେଶ। ଏନେଇ ସବୁଠି ଉତ୍ସବମୁଖର। ବଜାର, ଛକ, ଗାଁ ଗହଳିରେ ଏହି ଗଣେଶ ପୂଜାକୁ ନେଇ କେତେ କ’ଣ ପ୍ରସ୍ତୁତି ଚାଲିଛି। ସାରାଦେଶରେ ଗଣେଶ ପୂଜାକୁ ଧୂମଧାମରେ ପାଳନ କରାଯାଏ। ତେବେ ଆସନ୍ତୁ ଗଣେଶ ପୂଜାକୁ ନେଇ ଆଉ କିଛି ବିଶେଷତ୍ୱ ଜାଣିବା।

ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଗଣେଶ ଚତୁର୍ଥୀ ପଡ଼ିଥାଏ। ଭଗବାନ ଗଣେଶଙ୍କ ଭକ୍ତ କେବଳ ଦେଶ ନୁହଁ ଦେଶ ବାହାରେ ମଧ୍ୟ ଅଛନ୍ତି। ଗଣେଶଙ୍କର ଅନେକ ନାମ ରହିଛି। ବିନାୟକ, ଭୁବନପତି, ବୁଦ୍ଧିନାଥ, ଏକ୍‌ଦନ୍ତ, ଗଜାନନ ଏମିତି କେତେକ କ’ଣ ନାମରେ ତାଙ୍କୁ ପୂଜା କରାଯାଏ।  ଜାପାନ୍‌ରେ ପ୍ରଭୁ ଗଣେଶ କନଗିତେନ୍‌ (Kangiten) ନାମରେ ପରିଚିତ। ଏହାବ୍ୟତୀତ ଥାଇଲାଣ୍ଡ, କାମ୍ବୋଡ଼ିଆ, ଇଣ୍ଡୋନେସିଆ, ଆଫ୍‌ଗାନିସ୍ତାନ୍‌, ନେପାଳ ଏବଂ ଚୀନ୍‌ରେ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ପୂଜା କରାଯାଏ। ପ୍ରାୟତଃ ଗଣେଶ ଚତୁର୍ଥୀ ୧୦ ଦିନ ଧରି ପାଳନ କରାଯାଏ।

ଗଣେଶଙ୍କ ପ୍ରିୟ ଭୋଗ ହେଉଛି ଲଡ଼ୁ। ମହାଦେବ ଶିବ ଏବଂ ପାର୍ବତୀଙ୍କ ପୁତ୍ର ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ମହାରାଷ୍ଟ୍ରରେ ମହାଆଡ଼ମ୍ବରରେ ଏହି ଗଣେଶ ପୂଜା ପାଳନ କରାଯାଇଥାଏ। ୧୮୯୩ରେ  ଲୋକମାନ୍ୟ ତିଲକ୍‌ଙ୍କ ଦ୍ୱାରା ଏହାକୁ ସାର୍ବଜନିକ କରାଯାଇଥିଲା। ଜାତିପ୍ରଥାକୁ ଉଚ୍ଛେଦ କରିବା ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସେହିପରି ବ୍ରିଟିସ୍‌ରଙ୍କ ବିରୋଧରେ ଆନ୍ଦୋଳନକୁ ଏକ ବ୍ୟାପକ ରୂପ ଦେବା ପାଇଁ ଏହି ଗଣେଶ ପୂଜା ମାଧ୍ୟମରେ ଜନସମୁଦାୟକୁ ଏକ୍‌ କରିପାରିଥିଲେ ଲୋକମାନ୍ୟ ତିଲକ୍‌। ପରେ ତିଲକ୍‌ଙ୍କ ଏହି ଅଭିଯାନ ସଫଳ ମଧ୍ୟ ହୋଇଥିଲା। ତେବେ ଗଣେଶଙ୍କ ବାହନ ମୂଷିକ ବୋଲି ମାନ୍ୟତା ଥିବା ବେଳେ ମୁଦ୍‌ଗଲ ପୂରାଣ ଅନୁଯାୟୀ  ସିଂହ, ମୟୁର, ସାପ ତାଙ୍କର ବାହନ ବୋଲି କୁହାଯାଏ।

କୁହାଯାଏ ଆଗ କାଳରେ ଭାରତୀୟମାନେ ବିଦେଶକୁ ବେପାର ବଣିଜ ପାଇଁ ଗଲେ ସାଥୀରେ ଗଣେଶ ମୂର୍ତ୍ତି ନେଇଥାଆନ୍ତି। ବିଶ୍ୱାସ ରହିଛି ଗଣେଶ ମୂର୍ତ୍ତି ପାଖରେ ଥିଲେ ଭୟ ଦୂର ହେବା ସହ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ। ଫଳରେ ବିଦେଶରେ ମଧ୍ୟ ଗଣେଶ ପୂଜା ଏକ ପ୍ରଚଳିତ ପରମ୍ପରା ହୋଇଗଲା। ଜାପାନୀମାନେ ଗଣେଶଙ୍କୁ କନଗିତେନ୍‌ ନାମରେ ପୂଜା କରନ୍ତି। ଉତ୍ତରଭାରତରେ ପ୍ରଭୁ ଗଣେଶଙ୍କୁ ବେଦ ବ୍ୟାସ ନାମରେ ପୂଜାର୍ଚ୍ଚନା କରାଯାଏ।



from Odisha Reporter https://ift.tt/2COeobh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages