ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ କିଛି ଅଜଣା କଥା, ଚିତା ବାଘର ପରିସ୍ରାକୁ କାହିଁକି ବ୍ୟବହାର କରିଥିଲା ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ କିଛି ଅଜଣା କଥା, ଚିତା ବାଘର ପରିସ୍ରାକୁ କାହିଁକି ବ୍ୟବହାର କରିଥିଲା ସେନା

ପୁଣେ: ପାକିସ୍ତାନ ସୀମାର ୧୫ କିମି ଭିତରକୁ ପ୍ରବେଶ କରି ଭାରତୀୟ ସେନା ୨୦୧୬ରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ କିଛି ଅଜଣା କଥା ସାମ୍ନାକୁ ଆସିଛି। ଘଞ୍ଚ ଜଙ୍ଗଲ ଦେଇ ଭାରତୀୟ ସେନା କେମିତି ପାକିସ୍ତାନ ସୀମାକୁ ଭେଦ କଲା, ସେକଥା ଜାଣିବାକୁ ସମସ୍ତଙ୍କ ମନରେ ଇଚ୍ଛା ରହିଛି।
ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ଥିବା ଯବାନମାନେ ଚିତାବାଘର ପରିସ୍ରା ଓ ମୁହଁରେ ଚିତାବାଘର ମୁଖା ପିନ୍ଧି ଜଙ୍ଗଲ ଓ ଗାଁ ରାସ୍ତା ଅତିକ୍ରମ କରିଥିଲେ। ଏହାର କାରଣ ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ପୂର୍ବତନ ନାଗ୍ରୋଟା କର୍ପସ କମାଣ୍ଡର ଲ୍ୟୁଟନାଣ୍ଟ୍‌ ଜେନେରାଲ୍‌ ରାଜେନ୍ଦ୍ର ନିମବ୍ରୋକାର୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସମ୍ପର୍କରେ କିଛି ଏଭଳି ତଥ୍ୟ ସାର୍ବଜନୀନ କରିଛନ୍ତି।
ନୌଶେରା ବ୍ରିଗେଡିୟର୍‌ ଭାବେ କାର୍ଯ୍ୟ କରୁଥିବା ଜେନେରାଲ୍‌ ରାଜେନ୍ଦ୍ର କହିଛନ୍ତି, ନୌଶେରା ସେକ୍ଟର୍‌ରେ ସର୍ବଦା ଚିତାବାଘଙ୍କ ଚଳପ୍ରଚଳ ରହିଥାଏ। ଏହି ଚିତାବାଘମାନେ ସ୍ଥାନୀୟ ଅଞ୍ଚଳ ଓ ଜଙ୍ଗଲରେ ରହୁଥିବା କୁକୁରମାନଙ୍କୁ ଶିକାର କରିଥାଆନ୍ତି। ଚିତାବାଘଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇବା ପାଇଁ ରାତିବେଳା କୁକୁରମାନେ ଜନବସତିରେ ଲୁଚି ରହିଥାଆନ୍ତି।
ତେଣୁ ଗାଁ ରାସ୍ତା ଅତିକ୍ରମ କରିବା ବେଳେ କୁକୁରମାନେ ଯବାନଙ୍କୁ ଦେଖି ଭୁକିବା ଓ କାମୁଡ଼ିବାର ଆଶଙ୍କା ରହିଥିଲା। କୁକୁର ଭୁକିବା ଦ୍ୱାରା ଲୋକମାନେ ମଧ୍ୟ ଅପରେସନ୍‌ ବାବଦରେ ଜାଣିବାର ସମ୍ଭାବନା  ଥିଲା। କୁକୁରମାନଙ୍କୁ ଚକମା ଦେବା ପାଇଁ ଯବାନମାନେ ସାଙ୍ଗରେ ଚିତାବାଘର ପରିଶ୍ରା ନେବା ସହ ମୁହଁରେ ଚିତାବାଘର ମୁଖା ମଧ୍ୟ ପିନ୍ଧିଥିଲେ। ଗାଁ ରାସ୍ତା ଅତିକ୍ରମ କରିବା ବେଳେ ଯବାନମାନେ  ଉକ୍ତ ପରିସ୍ରାକୁ ସ୍ପ୍ରେ କରିଥିଲେ। ଏହାଦ୍ୱାରା କୁକୁରମାନେ ବାଘ ଭୟରେ ଯବାନଙ୍କର କୌଣସି କ୍ଷତି କରିନଥିଲେ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ଯଥା ସମ୍ଭବ ଗୁପ୍ତ ରଖିବା ପାଇଁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କହିଥିଲେ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଗୋଟିଏ ସପ୍ତାହ ପୂର୍ବରୁ ଯବାନମାନଙ୍କୁ ଅପରେସନ୍‌ ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଥିଲା। କିନ୍ତୁ କେଉଁ ଅଞ୍ଚଳରେ କରାଯିବ, ସେ ସମ୍ପର୍କରେ କିଛି କୁହାଯାଇ ନଥିଲା। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଗୋଟିଏ ଦିନ ପୂର୍ବରୁ ଅପରେସନ୍‌ କେଉଁ ଅଞ୍ଚଳରେ କରାଯିବ ସେ ସମ୍ପର୍କରେ ଯବାନଙ୍କୁ ଅବଗତ କରାଯାଇଥିଲା ବୋଲି ସେ କହିଛନ୍ତି।
ଆକ୍ରମଣ ପୂର୍ବରୁ ପ୍ରଥମେ ପାକିସ୍ତାନ ସୀମାରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌କୁ ଚିହ୍ନଟ କରାଯାଇଥିଲା। ଭୋର୍‌ ୩.୩୦ ଆକ୍ରମଣ ପାଇଁ ଉପଯୁକ୍ତ ସମୟ ବୋଲି ଧାର୍ଯ୍ୟ କରାଯିବ ସହ ସର୍ଜିକାଲ ଷ୍ଟ୍ରାଇକ୍‌କୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା ବୋଲି ସେ କହିଛନ୍ତି।


from Odisha Reporter https://ift.tt/2x5T6Ql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages