ଜଉନା ଜିତିଲେ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଜଉନା ଜିତିଲେ ରୌପ୍ୟ

jauna

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦ୍‌ଯାପିତ ହୋଇଯାଇଛି ୫୮ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌। ଏଥିରେ ଗତକାଲି ଓଡ଼ିଆ ଝିଅ ଜଉନା ମୁର୍ମୁ ରୌପ୍ୟ ପଦକ ହାସଲ କରିଥିଲେ। ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ତାଙ୍କୁ ଏହି ପଦକ ମିଳିଛି। ତେବେ ସେ ଓଡ଼ିଶା ତରଫରୁ ଏଥିରେ ଖେଳୁ ନଥିଲେ। ସେ ଓଏନ୍‌ଜିସି ତରଫରୁ ପ୍ରତିନିଧିତ୍ୱ କରି ଏହି ପଦକ ଜିତିଛନ୍ତି।

ଏହି ଚାମ୍ପିଅନ୍‌ସିପ୍‌ରେ କେରଳର ଲଙ୍ଗ୍ ଜମ୍ପର ଏମ୍‌ ଶ୍ରୀଶଙ୍କର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍ ବିବେଚିତ ହୋଇଛନ୍ତି। ସେ ୮.୨୦ ମିଟର ଦୂରତାକୁ ଡେଇଁ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସେହିପରି ହରିୟାଣାର ଅଞ୍ଜଳି ଦେବୀ କୁଣ୍ଡୁ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍ ବିବେଚିତ ହୋଇଛନ୍ତି।

ରେଲୱେ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ୩୦୦ ପଏଣ୍ଟ ସହ ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ୧୯୮ ପଏଣ୍ଟ ସହ ସର୍ଭିସେସ୍ ଦଳ ଦ୍ୱିତୀୟ ସ୍ଥାନରେ ରହିଛି।



from Odisha Reporter https://ift.tt/2xVMch3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages