
ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଛକରେ ଆଜି ଜଣେ ସାମ୍ବାଦିକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।
ଆକ୍ରମଣରେ ସାମ୍ବାଦିକ ରାଧାକୃଷ୍ଣ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତର ଚାରିଟି ଆଙ୍ଗୁଳି ଓ ଜଙ୍ଘରେ ଆଘାତ ଲାଗିଛି।
ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।
ଆଜି ସକାଳେ ବ୍ଲକ୍ ଛକ ନିକଟରେ ରାଧାକୃଷ୍ଣ ହକରଙ୍କୁ ପେପର ଦେବା ପାଇଁ ଆସିଥିଲେ। ସେତିକି ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ।
from Odisha Reporter https://ift.tt/2R6XjMV
No comments:
Post a Comment