
ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ଦୈନନ୍ଦିନ ଖାଦ୍ୟ ପାନୀୟ ଲାଗି ଚିନ୍ତିତ। କ’ଣ ଖାଇଲେ ସୁସ୍ଥ ରହିବେ ସେ ନେଇ ଜତ୍ନବାନ୍ ହେବାରେ ଲାଗିଛନ୍ତି ଲୋକେ।
ହେଲେ ବହୁ ଯତ୍ନ ସତ୍ୱେ ବେଳେବେଳେ ଏମିତି କିଛି ରୋଗ ମାଡ଼ିବସେ ଯେଉଁଥିପାଇଁ ଆମେ ଚିନ୍ତିତ ହୋଇପଡୁ। ସେମିତି କିଛି ରୋଗ ତାଲିକାରେ ରହିଛି ଡାଇବେଟିସ୍, ମୋଟାପଣ ଆଉ ଏନୋମିଆଁ। ଆପଣ ଅଥବା କେହି ଆପଣଙ୍କ ସମ୍ପର୍କିୟ ଏମିତି ରୋଗରେ ପଡିଥାଇ ପାରନ୍ତି।
ହେଲେ କେବେ ଭାବିଛନ୍ତି କି, ଏମିତି କ’ଣ ଖାଦ୍ୟ ଅଛି ଯାହାକୁ ଖାଇଲେ ଏମିତି ବ୍ୟାଧି ପାଖ ମାଡିବନି ?
ଆଜ୍ଞା ହଁ, ଏମିତି ଖାଦ୍ୟଟିଏ ଅଛି, ଯାହାର ନିୟମିତ ସେବନ ଏଭଳି ରୋଗଠାରୁ ଦୂରେଇ ରଖିବ। ସେ ହେଉଛି ସୁଜି। ସୁଜିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଯେପରକି ସୁଜି ହାଲୁଆ, ଉପମା ଓ ସୁଜି ପିଠା । ଏଥିରେ ଭରପୂର ମାତ୍ରାରେ ଥିବା ଭିଟାମିନ୍ ଓ ମିନେରାଲ୍ସ ଆମ ଶରୀର ପାଇଁ ବେଶ୍ ଲାଭଦାୟକ।
ସୁଜିରେ ଉପକାରିତା
ଡାଇବେଟିସ୍ ନିୟନ୍ତ୍ରଣ କରେ: ସୁଜିରେ ଗ୍ଲାସୋମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଥାଏ। ଯାହା ମଧୁମେହ(ଡାଇବେଟିସ୍) ରୋଗୀ ଖାଇବା ପାଇଁ ସମ୍ପୁର୍ଣ୍ଣ ଉପଯୋଗୀ । ଯଦି ଜଣେ ମଧୁମେହ ରୋଗୀ ପ୍ରତ୍ୟେକ ଦିନ ନିଜ ଖାଇବାରେ ସୁଜି ସାମିଲ କରିବ, ତାହେଲେ ଡାଇବେଟିସ୍ ନିଶ୍ଚିତ ଭାବେ ନିୟନ୍ତ୍ରଣ ହୋଇପାରିବ।
ଓଜନ ହ୍ରାସ କରେ: ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ସୁଜି। ଏଥିରେ ଭରପୂର ଫାଇବର ରହିଛି। ଯାହା କି ପାଚନ ପ୍ରକ୍ରିୟାକୁ ସୂଚାରୁ ରୂପେ ଚଳାଇବାରେ ସହାୟକ। ଯଦି ଆପଣଙ୍କ ଓଜନ ବଢ଼ୁଛି, ତାହାହେଲେ ସୁଜି ଖାଇବା ଆରମ୍ଭ କରିଦିଅନ୍ତୁ।
ଶରୀରକୁ ଯୋଗାଏ ଶକ୍ତି: ସୁଜିରେ ବିପୁଳ ମାତ୍ରାରେ ପ୍ରୋଟିନ୍ ଓ ମିନେରାଲ୍ସ ଭଳି ପୋଷକତତ୍ତ୍ୱ ରହିଛି। ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହା ସହ ଶରୀରରେ ମାଂସପେଶୀ ସୁଦୃଢ ହୋଇଥାଏ।
ରକ୍ତ ଅଭାବ ଦୂର କରେ: ସୁଜିରେ ଆଇରନ୍ ମାତ୍ରା ଭରପୂର ରହିଛି। ଯାହାକୁ ଖାଇଲେ ଏନିମିଆ ରୋଗକୁ ମୁକ୍ତି ମିଳିଥାଏ। ଏହି ରୋଗ ହୋଇଥିବା ବ୍ୟକ୍ତି ସୁଜି ଖାଇଲେ ଶରୀରରେ ରକ୍ତ ଅଭାବ ପୂରଣ ହୋଇଯାଇଥାଏ।
from Odisha Reporter https://ift.tt/2MnIIsU
No comments:
Post a Comment