‘ମାଲ୍ୟବନ୍ତ ଏକ୍ସପ୍ରେସ୍‌’ରେ ପାଠ ପଢ଼ୁଛନ୍ତି ପିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

‘ମାଲ୍ୟବନ୍ତ ଏକ୍ସପ୍ରେସ୍‌’ରେ ପାଠ ପଢ଼ୁଛନ୍ତି ପିଲା!

train-in-malkangiri
ମାଲକାନଗିରି (ଜିତେନ୍ଦ୍ର ବେଉରା): “ମାଲ୍ୟବନ୍ତ ଏକ୍ସପ୍ରେସ୍‌”ର ରେଳ ଡବା ଭିତରେ କୁନି କୁନି ପିଲାମାନେ ବସି ପାଠ ପଢୁଛନ୍ତି। ପୁଣି କେତେବେଳେ ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଉଛନ୍ତି। ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ପ୍ରକୃତରେ ଏହା ଏକ ଶ୍ରେଣୀ ଗୃହ। ଇଏ ହେଉଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ।
ବିଦ୍ୟାଳୟର କ୍ଲାସ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି କୁନି ପିଲାମାନେ ଏହି ରେଳ ଡବା ଭଳି ନିର୍ମିତ କ୍ଲାସରୁମରେ ପାଠ ପଢୁଛନ୍ତି। ଯାହାର  ନାମ ରଖାଯାଇଛି ‘ମାଲ୍ୟବନ୍ତ ଏକ୍ସପ୍ରେସ୍’।
train
ମାଲକାନଗିରି ଏକ ଆଦିବାସୀ  ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ରେଳ ନେଟ୍‌ୱାର୍କ ସହିତ ଯୋଡ଼ା ଯାଇପାରି ନାହିଁ। ଯାହାଫଳରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ରେଳ ସେବା ସାତ ସ୍ୱପ୍ନ ହୋଇ ରହିଯାଇଛି। ତେଣୁ ଏହି ଅଞ୍ଚଳର ପିଲାମାନେ ଟ୍ରେନ୍ ଦେଖିନାହାନ୍ତି। ସେମାନେ ଯେମିତି ଟ୍ରେନ୍ ବାବଦରେ ସଚେତନ ହୋଇପାରିବେ, ସେହି ଉଦ୍ଦେଶ୍ୟରେ ଶ୍ରେଣୀ ଗୃହ ଗୁଡ଼ିକ ଏପରି ସଜା ଯାଇଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ ନାୟକ କହିଛନ୍ତି।



from Odisha Reporter https://ift.tt/2OhUTJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages