
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜଣେ ବିଜେଡି କର୍ମୀଙ୍କ ଉପରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ସ୍ଥିତ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଟାଙ୍କି ନିକଟରେ ଏହି ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁକା ନେଇ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ,ତୈଳଦର ନେଇ ବୃଦ୍ଧିକୁ ନେଇ ଲିଙ୍ଗିପୁର ପେଟ୍ରୋଲ ଟାଙ୍କି ନିକଟରେ ବିଜେଡି କର୍ମୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ ଜଣେ ଲୋକେ ବିଜେଡି ନେତା ରବି ପାତ୍ରଙ୍କୁ ସେଠାରୁ ରାସ୍ତା ଉପରକୁ ଡାକି ନେଇଥିଲେ। ସେଠାରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା।
ଗୁଳିକାଣ୍ଡ ପ୍ରତିବାଦରେ ବିଜେଡି କର୍ମୀମାନେ ଲିଙ୍ଗିପୁର ଛକରେ ରାସ୍ତାରୋକ କରିଥିଲେ। ତେଣୁ କିଛି ସମୟ ଧରି ଭୁବନେଶ୍ୱର-ପୁରୀ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
from Odisha Reporter https://ift.tt/2NrXenS
No comments:
Post a Comment