ବର୍ଷାଦିନେ ପୋକ କାମୁଡ଼ିଦେଲେ ତୁରନ୍ତ କରନ୍ତୁ ଏମତି ଚିକିତ୍ସା, ଚଟାପଟ୍‌ ପାଇବେ ଉପସମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ବର୍ଷାଦିନେ ପୋକ କାମୁଡ଼ିଦେଲେ ତୁରନ୍ତ କରନ୍ତୁ ଏମତି ଚିକିତ୍ସା, ଚଟାପଟ୍‌ ପାଇବେ ଉପସମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଯାବତୀୟ ପୋକ ଏବଂ ମାଛି ଉପଦ୍ରବ କରିଥାନ୍ତି। ଏହି ସମୟରେ ଭୂଇଁ ସନ୍ତସନ୍ତିଆ ରହୁଥିବାରୁ ମଶା, ମାଛି ଆଉ ସାଁବାଳୁଆଙ୍କ ଉପଦ୍ରବ ବି ବଢି ଯାଇଥାଏ।

ଆମ ଜାଣତରେ ହେଉ ଅଥବା ଅଜାଣତରେ ଅନେକ ଥର ସେମାନଙ୍କ ଦ୍ୱାରା ପ୍ରାଭାବିତ ହେଉ। ବେଳେ ବେଳେ ଏମିତି କିଛି ପୋକ କାମୁଡିଦେଲେ ଜଳାପୋଡ଼ା ହୋଇ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ଏମିତି ସମସ୍ୟାରେ ଆପଣ କେବେ ପଡିଛନ୍ତି କି ? ଯଦି ପଡିଛନ୍ତି ତା ହେଲେ ପ୍ରତିକାର ପାଇଁ କ’ଣ କରନ୍ତି ?

ଆମର ଏ ପ୍ରଶ୍ନରେ ହୁଏତ ଆପଣ ହସିଦେବେ, ଆଉ ସାଧାରଣ କଥାଟିଏ ଭାବି ଆଡ଼େଇ ଯିବେ। ହେଲେ ସେମିତି ଜମା କରନ୍ତୁନି। ଏହା ଗୁରୁତର ସମସ୍ୟା ହୋଇପାରେ। ତା ହେଲେ ଆସନ୍ତୁ ଜାଣିବା ଏମିତି ସମସ୍ୟାରେ ପଡିଲେ ପ୍ରଥମେ କେମିତି ଘରୋଇ ଉପଚାର କରିବେ।
ବରଫ
ଯଦି ଆପଣଙ୍କୁ ପିମ୍ପୁଡ଼ି, ମହୁମାଛି କିମ୍ୱା ଅନ୍ୟ କୌଣସି ପୋକ କାମୁଡିବା ପରେ ଆପଣଙ୍କ ସ୍କିନ୍‌ ଲାଲ୍‌ ପଡ଼ି ଯାଉଛି, ତେବେ ସେହି ସ୍ଥାନରେ ତୁରନ୍ତ ବରଫ ମାଲିସ୍‌ କରନ୍ତୁ। ଏକ ସଫା କପଡ଼ାରେ ବରଫ ଗୁଣ୍ଡ ନେଇ ପୋକ କାମୁଡ଼ିଥିବା ସ୍ଥାନରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏପରି କରିବା ଦ୍ୱାରା ରକ୍ତବହିବା, ପୋଡ଼ାଜଳା ଏବଂ କୁଣ୍ଡାଇ ହେବା ବନ୍ଦ ହୋଇଯିବ।

ଟୁଥ୍‌ପେଷ୍ଟ୍‌
ଅନ୍ୟ ଏକ ଘରୋଇ ଉପଚାର ହେଉଛି ଟୁଥ୍‌ପେଷ୍ଟ୍‌। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିସେଫ୍ଟିକ୍‌ ଗୁଣ ରହିଛି। ଏଥିପାଇଁ ପୋକ କାମୁଡ଼ିବା ପରେ ହେଉଥିବା ଯନ୍ତ୍ରଣା ଏବଂ ଚର୍ମ ଜନିତ ସମସ୍ୟାକୁ ଏହା କମ୍‌ କରିଥାଏ। ଏହା ସହିତ ଟୁଥ୍‌ପେଷ୍ଟ୍‌ ରେ ଥିବା ମିଣ୍ଟ୍‌ ଆପଣଙ୍କ ପୋଡ଼ାଜଳାକୁ ମଧ୍ୟ କମ୍‌ କରିଦିଏ।
ତୁଳସୀ ପତ୍ର
ପୋକ କାମୁଡ଼ିବା ସ୍ଥାନରେ ଆପଣ ତୁଳସୀ ପତ୍ର ମଧ୍ୟ ଲଗାଇ ପାରିବେ। ଏଥିପାଇଁ କିଛି ତାଜା ତୁଳସୀ ପତ୍ର ତୋଳିଆଣି କ୍ଷତ ସ୍ଥାନରେ ଘଷି ୧୦ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ଲଗାଇ ରଖନ୍ତୁ। ଏଥିରେ ପୋଡ଼ାଜଳା ଏବଂ ଇନ୍‌ଫେକ୍‌ସନ୍‌ ସମସ୍ୟା ଦୂର ହୋଇଥାଏ।
ମହୁ
ପୋକ କାମୁଡ଼ିବା ସମସ୍ୟାରୁ ତୁରନ୍ତ ରକ୍ଷା ପାଇବାକୁ ଚାହୁଁଥିଲେ, ମହୁ ଏଥିପାଇଁ ଏକ ଭଲ ମହୌଷଧୀ।  ମହୁରେ ଥିବା ଏନ୍‌ଡାଇମ୍‌ ବିଷକୁ କାଟିବା ପାଇଁ ସାହାଯ୍ୟ କରିଥାଏ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ସଂକ୍ରମଣକୁ ବୃଦ୍ଧି ବୃଦ୍ଧିକୁ ରୋକିଥାଏ।  ଏହା ସହିତ ଯନ୍ତ୍ରଣା ଏବଂ କୁଣ୍ଡାଇ ହେବା ସମସ୍ୟାକୁ ଦୂର କରିଥାଏ। ଯଦି ପୋକର ଶୁଣ୍ଢ ଚର୍ମରେ ରହିଯାଇଛି ତେବେ, ସେହି ସ୍ଥାନରେ ମହୁ ଲଗାଇ ଛାଡ଼ି ଦିଅନ୍ତୁ। ଆପଣ ମହୁକୁ ଗୋଟିଏ ଚାମଚ ହଳଦୀରେ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରି ପୋକ କାମୁଡ଼ିଥିବା ସ୍ଥାନରେ ଲଗାଇ ପାରିବେ। ଏହିପରି ଭାବେ ଦିନକୁ ଦୁଇ ଥର କରନ୍ତୁ।
ବେକିଙ୍ଗ୍‌ ସୋଢ଼ା
ବେକିଙ୍ଗ୍‌ ସୋଢ଼ା ପୋକ କାଟିଥିବା ସ୍ଥାନରେ ଲଗାଇବା ଏକ ପ୍ରାକୃତିକ ଉପଚାର।
ଗୋଟିଏ ଚାମଚ ବେକିଙ୍ଗ୍‌ ସୋଢ଼ାରେ କିଛି ପାଣି ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପୋକ କାମୁଡ଼ିବା ସ୍ଥାନରେ ୫ରୁ ୧୦ ମିନିଟ୍‌ ପାଇଁ ଲଗାନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ। ଯଦି ଯନ୍ତ୍ରଣା ଅଧିକ ହେଉଛି, ତେବେ ଏହି ପେଷ୍ଟକୁ ୧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖିପାରିବେ। ସୋଢ଼ାରେ ଥିବା କ୍ଷାର ପୋକର ଶୁଣ୍ଢକୁ ନଷ୍ଟ କରି ଦେଇଥାଏ। ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଯନ୍ତ୍ରଣା ଏବଂ ଲାଲ୍‌ ପଡ଼ିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।



from Odisha Reporter https://ift.tt/2Niz3IL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages