୩୦୦ରୁ କମ୍‌ରେ ପୋଷ୍ଟପେଡ୍, ଜାଣନ୍ତୁ କାହାର କେମିତି ଅଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

୩୦୦ରୁ କମ୍‌ରେ ପୋଷ୍ଟପେଡ୍, ଜାଣନ୍ତୁ କାହାର କେମିତି ଅଫର

(ଓଡ଼ିଶା ରିପୋର୍ଟର)- ପ୍ରିପେଡ୍‌ ଗ୍ରାହକଙ୍କ ଶସ୍ତା ଓ ଲୋଭନୀୟ ଅଫର ଦେଇ ପୂର୍ବରୁ ଗ୍ରାହକ ସନ୍ତୁଷ୍ଟିକରଣରେ ବେଶ୍ ସଫଳ ହୋଇସାରିଥିବା ଟେଲିକମ୍‌ କମ୍ପାନୀ ସମୂହ ବର୍ତ୍ତମାନ ପୋଷ୍ଟପେଡ୍‌ କ୍ଷେତ୍ରକୁ ମଧ୍ୟ ମଜଭୁତ କରିବା ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ପ୍ଲାନ୍ ପରିବର୍ତ୍ତନ କରି ଗ୍ରାହକଙ୍କୁ ଅଧିକରୁ ଅଧିକ ଶସ୍ତାରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ପଛରେ ପଡ଼ିଯାଇଥିବା ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଗତ କିଛି ଦିନ ତଳେ ୨୯୯ ଟଙ୍କାର ପୋଷ୍ଟଫେଡ୍ ଅଫର ବାବଦରେ ଘୋଷଣା କରିଥିଲା।

ଆଜି ଆମେ ଆପଣଙ୍କୁ ଜଣାଇବୁ ୩୦୦ ଟଙ୍କାରୁ କମ୍‌ରେ ବିଭନ୍ନ କମ୍ପାନୀ ପକ୍ଷରୁ ଉପଲବ୍ଧ ପୋଷ୍ଟପେଡ୍‌ ପ୍ଲାନ୍‌ ବାବଦରେ।

ବିଏସ୍‌ଏନ୍‌ଏଲ୍‌ର ୨୯୯ ଟଙ୍କିଆ ପ୍ଲାନ୍‌

ପୋଷ୍ଟପେଡ୍‌ ବ୍ୟବସାୟରେ ଅନ୍ୟ ଘରୋଇ କମ୍ପାନୀଙ୍କୁ ଟକ୍କର ଦେବାପାଇଁ ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ୨୯୯ ଟଙ୍କାର ନୂତନ ପ୍ଲାନ୍‌ ଘୋଷଣା କରିଛି। ଏଥିରେ ଗ୍ରାହକଙ୍କୁ ୩୧ ଜିବିର ଡାଟା, ମୁମ୍ବାଇ ଓ ଦିଲ୍ଲୀ ବ୍ୟତୀତ ସମସ୍ତ ସ୍ଥାନକୁ ତଥା ସମସ୍ତ ନେଟ୍‌ୱର୍କକୁ ମାଗଣା କଲ୍‌ ଏବଂ ପ୍ରତିଦିନ ୧୦୦ ଫ୍ରି ମେସେଜ୍‌ର ସୁବିଧା ରହୁଛି। ୩୧ ଜିବି ଡାଟା ସରିବା ପରେ ସ୍ପିଡ୍‌ ୮୦ କେବିପିଏସ୍‌କୁ ଖସିଆସୁଛି।

ରିଲାଏନ୍ସ ଜିଓର ୧୯୯ରେ ପୋଷ୍ଟପେଡ୍

ସେହିଭଳି ପ୍ରିପେଡ୍‌ ବ୍ୟବସାୟରେ ସଫଳ ରିଲାଏନ୍ସ ଜିଓର ୧୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କ ମାଗଣା କଲିଂ, ମାଗଣା ରୋମିଂ ଏବଂ ମାଇଁ ଜିଓ ଆପ୍‌ ସୁବିଧା ଆଦି ଉପଲବ୍ଧ ରହିଛି। ଏହା ବ୍ୟତୀତ ପ୍ରତିମାସ ୨୫ ଜିବି ଡାଟା ମିଳିବ ଯେଉଁଥିରେ ଜିଓ ଟିଭି, ସିନେମା ଏବଂ ମ୍ୟାଗାଜିନ୍ ଆଦି ସୁବିଧା ନେଇହେବ। ଅନ୍ୟମାନଙ୍କ ପରି ଜିଓ ମଧ୍ୟ ଦୈନିକ ୧୦୦ ମେସେଜ୍‌ର ସୁବିଧା ଦେଉଛି।

ଭୋଡାଫୋନ୍ ରେଡ୍‌ ୨୯୯ ପ୍ଲାନ୍‌

ଭୋଡାଫୋନ୍‌ର ବେସିକ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ରେ ଗ୍ରାହକଙ୍କୁ ୨୦ ଜିବି ଡାଟା, ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ ଏବଂ ଫ୍ରି ରୋମିଂ ଆଦି ସୁବିଧା ମିଳୁଛି। ଏତଦ୍‌ବ୍ୟତୀତ ୧୨ ମାସର ଭୋଡାଫୋନ୍‌ ପ୍ଲେ ସବ୍‌ସ୍କ୍ରିପ୍‌ସନ୍‌ ମଧ୍ୟ ରହିଛି। ଏଥିରେ ୨୦ ଜିବିର ଡାଟା ଉପଲବ୍ଧ ହେଉଥିବାବେଳେ ଏହାକୁ ବ୍ୟବହାର କରିନପାରିଲେ ତା’ପର ମାସକୁ ୫୦ ଜିବି ଯାଏ ଯୋଡ଼ି ହୋଇପାରିବ। ଏଥିରେ ମଧ୍ୟ ଦୈନିକ ୧୦୦ ମେସେଜ୍‌ର ସୁବିଧା ରହିଛି।

ଏୟାରଟେଲ୍‌ର ୨୯୯ ପ୍ଲାନ୍‌

ଏୟାରଟେଲ୍‌ର ୨୯୯ ପୋଷ୍ଟପେଡ୍‌ ପ୍ଲାନ୍‌ରେ ୨୦ ଜିବିର ହାଇସ୍ପିଡ୍‌ ଡାଟା ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ୨୦୦ ଜିବିର ରୋଲ୍‌ ଓଭର୍‌ ସୁବିଧା ରହିଛି। ଅର୍ଥାତ ଗୋଟିଏ ମାସରେ ଡାଟା ସାରିନପାରିଲେ ଅନ୍‌ୟୁଜ୍‌ଡ୍ ଡାଟା ପରବର୍ତ୍ତୀ ମାସକୁ ଯୋଡ଼ିହୋଇଯିବ। ଏଥିରେ ଗ୍ରାହକଙ୍କ ଅନ୍‌ଲିମିଟେଡ୍‌ ଲୋକାଲ୍‌ କଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ୍‌ ଆଦି ମିଳିବ। ସମସ୍ତ ଟେଲିକମ୍‌ କମ୍ପାନୀଙ୍କ ଭଳି ଏୟାରଟେଲ୍‌ ମଧ୍ୟ ଦିନକୁ ୧୦୦ ମେସେଜ୍‌ ଦେଉଛି।



from Odisha Reporter https://ift.tt/2zGPUNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages