
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ମହିଳା ସମାବେଶକୁ ନେଇ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିଛନ୍ତି ବିଧାୟକ ଡା. ଦାମୋଦର ରାଉତ। ଏପରିକି ନବୀନ ଜଣେ କାପୁରୁଷ ବୋଲି ସେ କହିଛନ୍ତି।
ସମାବେଶରେ ଅନ୍ୟ ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ଅଣାଯାଇଥିବା ଦାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କାପୁରୁଷ ତାହା ସେ ପ୍ରମାଣ କରିଦେଲେ। ଗୋଟିଏ ବ୍ଲକରେ ମହିଳା ସମାବେଶ କରିବା ପାଇଁ ମନ୍ତ୍ରୀ ପଠାଇଛନ୍ତି। ତଥାପି ସନ୍ଦେହ ରହିଛି କାଳେ ଲୋକ ହେବ ନାହିଁ, ସେଥିପାଇଁ ମହାକାଳପଡ଼ା, ପାଟକୁରା ଓ ଜଗତସିଂହପୁର ଗାଡ଼ି ପଠାଇ ଲୋକ ଆଣିଛନ୍ତି। ତଥାପି ନିଅଣ୍ଟ ହେବାରୁ ବାହାର ନିର୍ବାଚନମଣ୍ଡଳୀରୁ ମହିଳାଙ୍କୁ ଅଣାଯାଇଛି। ଏଥିରୁ ଦୁନିଆ ଜାଣିଲା ଦାମ ରାଉତ କେତେ ପାୱାର୍ଫୁଲ୍ ଓ ନବୀନ ପଟ୍ଟନାୟକ କେତେ କାପୁରୁଷ।”
from Odisha Reporter https://ift.tt/2IuLsVa
No comments:
Post a Comment