ହୃଦ୍‌ରୋଗରୁ ସୁରକ୍ଷା ଦିଏ ବିଟ୍‌ ଲୁଣ, ଜାଣନ୍ତୁ ଏଥିରେ ଆଉ କ’ଣ ସବୁ ରହିଛି ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ହୃଦ୍‌ରୋଗରୁ ସୁରକ୍ଷା ଦିଏ ବିଟ୍‌ ଲୁଣ, ଜାଣନ୍ତୁ ଏଥିରେ ଆଉ କ’ଣ ସବୁ ରହିଛି ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବିଟ୍‌ ଲୁଣ ପ୍ରାୟ ସମସ୍ତଙ୍କ ଘରେ ଥାଏ। ଏହା ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। କେବଳ ଏତିକି ନୁହେଁ, ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ବିଟ୍‌ ଲୁଣ ଖାଇବା ଦ୍ୱାରା ଆମ ଶରୀରର ଅନେକ ଲାଭ ହୋଇଥାଏ। ଏହା କୋଲେଷ୍ଟ୍ରଲ୍‌, ଡାଇବେଟିସ୍, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡିପ୍ରେସନ୍‌ ଓ ପେଟର ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ବିଟ୍‌ ଲୁଣରେ ୮୦ପ୍ରକାରର ଖଣିଜ ସାମଗ୍ରୀ ରହିଥାଏ।

ଯଦି ଆପଣ ପାଣିରେ ବିଟ୍‌ ଲୁଣ ମିଶାଇ ସକାଳୁ ପିଇବା ଆରମ୍ଭ କରିବେ, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ। ଧଳା ଲୁଣ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେଣୁ ଏହା କମ୍‌ ଖାଇବା ଉଚିତ୍‌। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଧଳା ଲୁଣ ବଦଳରେ ଆମକୁ ବିଟ୍‌ ଲୁଣ ବ୍ୟବହାର କରିବା ଉଚିତ୍‌।

ଆନିମିଆ ଦୂର କରେ: ବିଟ୍‌ ଲୁଣରେ ଅଧିକ ମାତ୍ରାରେ ଆଇରନ୍‌ ଥାଏ, ଯାହା ଶରୀରରେ ରକ୍ତର ମାତ୍ରା ବଢ଼ାଇଥାଏ। ଏହାଦ୍ୱାରା ଆନିମିଆ ବା ରକ୍ତହୀନତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ବିଟ୍‌ ଲୁଣ ରକ୍ତରୁ ଖରାପ କୋଲେଷ୍ଟ୍ରଲ୍‌ର ହ୍ରାସ କରିଥାଏ। ଆଉ ଖରାପ୍‌ କୋଲେଷ୍ଟ୍ରଲ୍‌ କମ୍‌ ହେବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଥାଏ। ଫଳରେ ରକ୍ତ ଧମନୀ ମୋଟା ହୋଇପାରେ ନାହିଁ।

ହୃଦ୍‌ରୋଗରୁ ସୁରକ୍ଷା ଦିଏ: କୋଲେଷ୍ଟ୍ରଲ୍‌ କମ୍‌ ହେବା ଫଳରେ ହୃତ୍‌ପିଣ୍ଡର ଅବସ୍ଥା ଭଲ ରହିଥାଏ। ସାଧାରଣ ଲୁଣ ଅପେକ୍ଷା ବିଟ୍‌ ଲୁଣରେ କମ୍‌ ପରିମାଣର ସୋଡ଼ିୟମ୍ ଥିବାରୁ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ତେଣୁ ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀ ସାଧାରଣ ଲୁଣ ବଦଳରେ ବିଟ୍‌ ଲୁଣ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ।

ପାଚନ ପ୍ରକ୍ରିୟା ସୁଧାରିଥାଏ: ବିଟ୍‌ ଲୁଣ ପାଚନ ପ୍ରକିୟାକୁ ନିଯନ୍ତ୍ରଣ କରିଥାଏ। ପାଣିରେ ଏହାକୁ ମିଶାଇ ପିଇବା ଦ୍ୱାରା ପାଟିରେ ଲାଳଯୁକ୍ତ ଗ୍ରନ୍ଥି ସକ୍ରିୟ ହୋଇଥାଏ ଏବଂ ଏହା ପେଟରେ ଥିବା ପ୍ରାକୃତିକ ଲୁଣ, ହାଇଡ୍ରୋକ୍ଲୋରିକ୍‌ ଏସିଡ୍ ଓ ପ୍ରୋଟିନ୍‌କୁ ପାଚନ କରୁଥିବା ଏନ୍‌ଜାଇମ୍‌କୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଖାଦ୍ୟ ଆରାମରେ ପାଚନ ହୋଇଯାଏ। ଏହା ପାଚନ ପ୍ରକ୍ରିୟାକୁ ସହଜ କରି ଶରୀରକୁ ପୋଷଣ ଯୋଗାଇଥାଏ।

ଆଣ୍ଠୁ ଗଣ୍ଠି ଦରଜ ଦୁର କରେ: ପ୍ରାୟ ୫୦ରୁ ଅଧିକ ବୟସର ବ୍ୟକ୍ତିଙ୍କ ନିକଟରେ ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଦେଖା ଦେଇଥାଏ। ଆଜିକାଲି କିନ୍ତୁ ଏହା ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଲାଣି। ତେବେ ବିଟ୍‌ ଲୁଣର ବ୍ୟବହାର ଆପଣଙ୍କୁ ଏହି ଦରଜରୁ ଉପଶମ ଦେଇପାରେ। ଏଥିପାଇଁ ଏକ ସୂତା କପଡ଼ାରେ କିଛି ବିଟ୍‌ ଲୁଣ ନେଇ ଗରମ କରନ୍ତୁ ଏବଂ ଏହାକୁ ନେଇ ଆଣ୍ଠୁର ଗଣ୍ଠିରେ ସେକନ୍ତୁ।  ଲମ୍ବା ସମୟ ଯାଏ ସୁଫଳ ପାଇବା ପାଇଁ ଏହି ଉପଚାରକୁ ପ୍ରତିଦିନ ଦିନରେ ୩ରୁ ୪ଥର କରନ୍ତୁ। ଏହା ବ୍ୟତୀତ ବିଟ୍‌ ଲୁଣ ହାଡ଼କୁ ମଜୁବୁତ ମଧ୍ୟ କରିଥାଏ। ଶରୀର ହାଡ଼ରୁ କ୍ୟାଲସିୟମ୍‌ ଓ ଅନ୍ୟ ମିନେରାଲ୍‌ ଶୋଷୁଥିବା କାରଣରୁ ଆମ ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ। ତେଣୁ ବିଟ୍‌ ଲୁଣ ପାଣି ଏହି ମିନେରାଲ୍‌ କ୍ଷୟକୁ ପୂରଣ କରିଥାଏ।

ଓଜନ ହ୍ରାସରେ ସାହାଯ୍ୟ କରେ: ଏକ ଗ୍ଲାସ୍‌ ପାଣିରେ ବିଟ୍‌ ଲୁଣ ମିଶାଇ ପିଇବା ଦ୍ୱାରା ଶରୀରର ମେଟାବଲିକ୍‌ ସ୍ତର ବଢ଼ିଥାଏ। ପଳରେ ଭୋକ୍‌ କମ୍‌ ଲାଗିଥାଏ। ଯେଉଁ ବ୍ୟକ୍ତି ନିଜ ଓଜନ କମାଇବାକୁ ଚାହୁଁଛନ୍ତି, ସେମାନେ ନିଜ ନିୟମିତ ଆହାରରେ ବିଟ୍‌ ଲୁଣର ପ୍ରୟୋଗ କରିବା ଜରୁରୀ। କାରଣ ଏହା ଶରୀରର ଅତିରିକ୍ତ ପାଣିକୁ ବାହାର କରିବରେ ସାହାଯ୍ୟ କରିଥାଏ। ଫଳରେ ପ୍ରାକୃତିକ ଉପାୟରେ ଆପଣଙ୍କ ଶରୀରର ଓଜନ କମିବ।



from Odisha Reporter https://ift.tt/2NOpcLH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages